ରାଉରକେଲା: କୋଲକାତା ନ୍ୟୁ’ ଅଲିପୁର ଅଞ୍ଚଳର ୭୩ ବର୍ଷୀୟା କ୍ୟାନ୍‌ସର ପୀଡ଼ିତା ମାଲା ଗୋସ୍ବାମୀଙ୍କୁ ରାଉରକେଲାର ୨ ଭାଇ ମିଶି କଲ୍‌ କଲେ। ଡିଜିଟାଲ ଆରେଷ୍ଟ ନାଁରେ ୪୯ ଲକ୍ଷ ମାଗିଲେ। ବୃଦ୍ଧା ଜଣକ ଟଙ୍କା ଦେବା ପରେ ୨ ଭାଇ ଅଏସ୍‌ କଲେ। ନିଜ ସାଙ୍ଗମାନଙ୍କୁ ୧୩ ଲକ୍ଷ ଟଙ୍କା ଦେଲେ। ଆଉ ସବୁ ଟଙ୍କା ୨ ଭାଇ ମିଶି ଖର୍ଚ୍ଚ କଲେ। ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲିବୁଲି ଟଙ୍କା ଉଠାଇ ବିଳାସ ଜୀବନଯାପନ କରୁଥିଲେ। ଏହି ୨ ଭାଇଙ୍କୁ ଧରିବାକୁ ଖୋଜିଖୋଜି ରାଉରକେଲାରେ ପହଞ୍ଚିଥିଲା କୋଲକାତା ପୁଲିସ। ଶୁକ୍ରବାର ଚନ୍ଦ୍ରପ୍ରକାଶ ତୁଲସିଆନ୍‌(୧୯)ଙ୍କୁ ଗିରଫ କରିଥିବାବେଳେ ବଡ଼ ଭାଇ ଶିବମ୍‌ ଫେରାର ହୋଇଯାଇଛନ୍ତି।

Advertisment

 ସୂଚନାନୁଯାୟୀ, ଫେବ୍ରୁଆରି ୧୪ ତାରିଖରେ ଚନ୍ଦ୍ରପ୍ରକାଶ ଏବଂ ଶିବମ୍‌ ମାଲା ଗୋସ୍ବାମୀଙ୍କୁ କଲ୍‌ କରିଥିଲେ। ତାଙ୍କ ନାଁରେ ଏକ ପାର୍ସଲ ଆସିଛି ବୋଲି କହିଥିଲେ। ପାର୍ସଲରେ ପାନ୍‌ କାର୍ଡ, ଆଧାର କାର୍ଡ ଓ ପୁଳାପୁଳା ବିଦେଶୀ ଟଙ୍କା ରହିଛି ବୋଲି ସୂଚନା ଦେଇଥିଲେ। ୪୯ ଲକ୍ଷ ଟଙ୍କା ଦିଅନ୍ତୁ ନହେଲେ ଆପଣଙ୍କ ନାଁରେ ମାମଲା ରୁଜୁ ହେବ କହି ମାଲାଙ୍କୁ ଧମକ ଦେଇଥିଲେ। ଏଥିରେ ଭୟଭୀତ ହୋଇ ମାଲା ସେମାନଙ୍କୁ ୪୯ ଲକ୍ଷ ଟଙ୍କା ଆର୍‌ଟିଜିଏସ୍‌ ମାଧ୍ୟମରେ ଟ୍ରାନ୍ସଫର କରିଥିଲେ। ଏହାପରେ ତାଙ୍କୁ ୧୪ରୁ ୨୦ ତାରିଖ ଯାଏ ଘରୁ ବାହାରିବାକୁ ମନା କରିଥିଲେ। ମାଲାଙ୍କ ପୁଅ ବେଙ୍ଗାଲୁରୁରେ ରୁହନ୍ତି। ମା’ ଘରୁ ବାହାରୁନଥିବା କଥା ଶୁଣି ସେ ଆଶ୍ଚର୍ଯ୍ୟ ହୋଇ ପଡ଼ୋଶୀଙ୍କୁ ତାଙ୍କ ଘରକୁ ଯିବାକୁ କହିଥିଲେ। ଏହାପରେ ପଡ଼ୋଶୀମାନେ ମାଲାଙ୍କୁ ନେଇ ଥାନାକୁ ଯାଇଥିଲେ। ପୁଲିସ ଏନ୍‌ସିଆର୍‌ପିରେ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଥିଲା। ପ୍ରଥମେ ଅଭିଯୁକ୍ତମାନଙ୍କର ଆକାଉଣ୍ଟ ଫ୍ରିଜ୍‌ କରିଥିଲା। ଏହା ପରେ ଚନ୍ଦ୍ରପ୍ରକାଶ ମାଲାଙ୍କୁ କଲ୍‌ କରି ଟଙ୍କା ଫେରାଇବେ ବୋଲି କହିଥିଲେ। କିନ୍ତୁ ଆକାଉଣ୍ଟ ଫ୍ରିଜ୍‌ ହୋଇଥିବାରୁ କୋଲକାତା ଆସି ଟଙ୍କା ହାତରେ ଦେବେ ବୋଲି କହିଥିଲେ। କିନ୍ତୁ ଉଭୟଙ୍କୁ ଖୋଜିଖୋଜି ନ୍ୟୁ’ ଅଲିପୁର ଥାନା ପୁଲିସ ଗୁରୁବାର ରାଉରକେଲାରେ ପହଞ୍ଚିଥିଲା।

ଡିଜିଟାଲ ଆରେଷ୍ଟ ନାଁରେ ୪୯ ଲକ୍ଷ ମାଗିଲେ। ବୃଦ୍ଧା ଜଣକ ଟଙ୍କା ଦେବା ପରେ ୨ ଭାଇ ଅଏସ୍‌ କଲେ। ନିଜ ସାଙ୍ଗମାନଙ୍କୁ ୧୩ ଲକ୍ଷ ଟଙ୍କା ଦେଲେ। ଆଉ ସବୁ ଟଙ୍କା ୨ ଭାଇ ମିଶି ଖର୍ଚ୍ଚ କଲେ। ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲିବୁଲି ଟଙ୍କା ଉଠାଇ ବିଳାସ ଜୀବନଯାପନ କରୁଥିଲେ। ଏହି ୨ ଭାଇଙ୍କୁ ଧରିବାକୁ ଖୋଜିଖୋଜି ରାଉରକେଲାରେ ପହଞ୍ଚିଥିଲା କୋଲକାତା ପୁଲିସ। ଶୁକ୍ରବାର ଚନ୍ଦ୍ରପ୍ରକାଶ ତୁଲସିଆନ୍‌(୧୯)ଙ୍କୁ ଗିରଫ କରିଥିବାବେଳେ ବଡ଼ ଭାଇ ଶିବମ୍‌ ଫେରାର ହୋଇଯାଇଛନ୍ତି।

ଶୁକ୍ରବାର ଅଭିଯୁକ୍ତ ଚନ୍ଦ୍ରପ୍ରକାଶ ତୁଲସିଆନ୍‌ଙ୍କୁ ଗିରଫ କରିଥିବାବେଳେ ବଡ଼ଭାଇ ଶିବମ୍‌ ଫେରାର ହୋଇଯାଇଛି। ୩ ତାରିଖରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା। ଜଜ୍‌ ତାଙ୍କ ମାମଲାର ଶୁଣାଣି କରି ତୁରନ୍ତ ଜାମିନ୍‌ ପ୍ରଦାନ କରିଥିଲେ। କିନ୍ତୁ ୨ ମାସ ଯାଏ ନ୍ୟୁ’ ଅଲିପୁର ଥାନା ଅଞ୍ଚଳ ଛାଡ଼ି ନଯିବାକୁ ନିର୍ଦେଶ ଦେଇଛନ୍ତି। ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୯ଟା ଯାଏ ତାଙ୍କୁ ଥାନା‌ରେ ହାଜର ହେବାକୁ ପଡ଼ିବ ବୋଲି ଜଜ୍‌ କହିଛନ୍ତି। ଘଟଣା ସଂପର୍କରେ ନ୍ୟୁ’ ଅଲିପୁର ଥାନା ଏସ୍‌ଆଇ ରାହୁଲ ଅଧିକାରୀ ସୂଚନା ଦେଇଛନ୍ତି।

crime