ଆଇପିଏଲ : ପଞ୍ଜାବ ଆଗରେ ୧୫୦ ରନର ଲକ୍ଷ୍ୟ ରଖିଲା କୋଲକାତା

ସାରଜା : ସାରଜା କ୍ରିକେଟ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୪୬ତମ ମ୍ୟାଚରେ  କୋଲକାତା  ପଞ୍ଜାବ ଆଗରେ ୧୫୦ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ଆଜି ପଞ୍ଜାବ ଦଳ ଟସ ଜିଣି କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ମାତ୍ର କୋଲକାତା ଦଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ଓପନର ନିତିଶ ରାଣା ଶୂନରେ ଆଉଟ ହୋଇଯାଇଥିବାବେଳେ ରାହୁଲ ତ୍ରିପାଠୀ ୭ରେ ଓ ଅଭିଜ୍ଞ ଦିନେଶ କାର୍ତ୍ତିକ ଶୂନରେ ଆଉଟ ହୋଇଯାଇଥିଲେ । ତେବେ ଅନ୍ୟତମ ଓପନର ଶୁଭମନ ଗିଲ୍ ଓ ଇଅନ ମୋର୍ଗାନ ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଗିଲ୍ ୫୭ ଓ ମୋର୍ଗାନ ୪୦ ରନ କରିଥିଲେ । ମାତ୍ର ମୋର୍ଗାନ ଆଉଟ ହେବା ପରେ ଦଳ ପୁଣି ଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ୪ ଜଣ ବ୍ୟାଟ୍ସମ୍ୟାନ ଶସ୍ତାରେ ପାଭିଲିୟନ ଫେରିଥିଲେ ।  ତେବେ ଲୋକି ଫର୍ଗୁସନ ୧୩ ବଲରୁ ୨୪ ରନ  କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରରେ ପହଞ୍ଚାଇଥିଲେ । କୋଲକାତା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୪୯ ରନ କରିଥିଲା ।

ସମ୍ବନ୍ଧିତ ଖବର