କୋରାପୁଟ: ୨୦୨୪ ସାଧାରଣ ନିର୍ବାଚନର ବର୍ଷ ହୋଇଥିବାରୁ ବର୍ଷ ତମାମ କୋରାପୁଟ ଜିଲ୍ଲା ଅନେକ ଉଥାନ ଓ ପତନ ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ରରେ ଦେଖିବା ସହ ବିଭିନ୍ନ କ୍ଷେତ୍ରରେ ଚର୍ଚ୍ଚାରେ ରହି ଆସିଛି।
ଜିଲ୍ଲାର ପର୍ଯ୍ୟଟନ ବିକାଶ ପାଇଁ ୧୦୦କୋଟି ଦେବାର ଘୋଷଣା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଛନ୍ତି। ଅନ୍ୟାନ୍ୟ ବିକାଶ ପାଇଁ ୫୬୦କୋଟି କୋରାପୁଟଜିଲ୍ଲାକୁ ମିଳିଛି। ୭ବର୍ଷ ପରେ ଜୟପୁର ଠାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ, ସ୍ପୋଟର୍ସ କମ୍ପ୍ଲେକ୍ସ, ଏୟାପୋର୍ଟ ଟର୍ମିନାଲ ଆଦି ଲୋକାର୍ପିତ ହୋଇଥିବା ବେଳେ ଆରଆଇ ତାଲିମ କେନ୍ଦ୍ର ଓ ଆଇଟି ପାର୍କ ଲୋକାର୍ପଟ ଲଟକି ରହିଛି। କୋଟିଆ ଗ୍ରାମପୁଂଜରେ ଏହି ବର୍ଷ ବି ଆନ୍ଧ୍ରର ଅନୁପ୍ରବେଶ ହୋଇଛି। ସର୍ବଭାରତସ୍ତରରେ କୋରାପୁଟ ଜିଲ୍ଲାପରିଷଦ ୨ୟ ସ୍ଥାନ ହାସଲ କରି ଜିଲ୍ଲାକୁ ଗୌରାବାନ୍ବୀତ କରିଛି। ପଡୋଶୀ ଆନ୍ଧ୍ର ପ୍ରଦେଶର ବିଜୟୱାଡା ଓ ରାଜମହେନ୍ଦ୍ରୀକୁ ଡବଲଏକ୍ସଲ ଜଗନ୍ନାଥ ଏକ୍ସପ୍ରେସ ସରକାରୀ ବସ ଚାଳିଛି।
କୋରାପୁଟ ଜିଲ୍ଲାରେ ରାଜନୈତିକ ପଟ୍ଟ ପରିବର୍ତ୍ତନ ହେବା ସହ ବିଜେଡି ସମସ୍ତ ବିଧାୟକ ହରାଇଛି। ଜିଲ୍ଲାରେ ପୁଣି କଂଗ୍ରେସ ନିଜ ଗଡ଼କୁ ପେରିବା ଚେଷ୍ଟାରେ ଜୟପୁରରେ ତାରା ପ୍ରସାଦ ବାହିନୀପତି ଜିତି ହ୍ୟାଟ୍ରୀକ କରିଛନ୍ତି। ପଟାଙ୍ଗୀରେ ରାମଚନ୍ଦ୍ର କାଡାମ ଜିତିବା ସହ ବିଧାନସଭାରେ କଂଗ୍ରେସର ବିରୋଧୀଦଳ ନେତା ଭାବେ ଉଭା ହୋଇ ରାଜ୍ୟରାଜନିତୀର ଚର୍ଚ୍ଚିତ ବ୍ୟକ୍ତି ହୋଇ ପାରିଛନ୍ତି। ବିଜେଡି ଛାଡି ପ୍ରଥମ କରି ବିଜେପିରେ ଯୋଗ ଦେଇ କୋରାପୁଟ ଆସନରେ ଜିତି ରଘୁରାମ ମାଛ ବିଜେଡି ଦଳର ନେତାଙ୍କୁ ନିଜର ପତିଆରା ଦେଖାଇଛନ୍ତି। ଲକ୍ଷ୍ମୀପୁରରେ ଯୁବ ଇଂଜିନିୟର ପବିତ୍ର ସାଉଁନ୍ତା ଓ କୋଟପାଡରେ ସ୍ବେଚ୍ଛାକୃତ ଅବସର ନେଇଥିବା ସେନାକର୍ମଚାରୀ ରୁପୁ ଭତରା ଓ ରାଜ୍ୟର ଏକ ମାତ୍ର କଂଗ୍ରେସ ସାଂସଦ ଭାବେ ଇଂ. ସପ୍ତଗିରୀ ଶଙ୍କର ଉଲ୍ଲାକା ପୁଣି ଜିତି ଜନତା ଜନାର୍ଦ୍ଧନଙ୍କ ଆର୍ଶିବାଦ ନିକଟରେ ଆଉ କିଛି କାମ କରିବ ନାହିଁ ତାହା ପ୍ରମାଣିତ କରିଛନ୍ତି। ପ୍ରଶାସନିକ କ୍ଷେତ୍ରରେ ବହୁ ପରିବର୍ତ୍ତନ ହୋଇଛି। ଏହି ବର୍ଷ ନୂଆ ଜିଲ୍ଲାପାଳ ଭାବେ ଭି.କୀର୍ତ୍ତିବାସନ୍ , ଦକ୍ଷିଣପଶ୍ଚିମାଂଚଳ ଡିଆଇଜି ଭାବେ ନିତୀ ଶେଖର, ଏସପି ଭାବେ ରୋହିତ ବର୍ମା, ଜୟପୁର ଏସଡିପିଓ ଭାବେ ଅଙ୍କିତ ବର୍ମା, ଜୟପୁର ଉପଜିଲ୍ଲାପାଳ ଭାବେ ଏ.ଶସ୍ୟା ରେଡ୍ଡୀ, ସିଡିଏମଓ ବରଦାକାନ୍ତ ମିଶ୍ର ଯୋଗ ଦେଇଛନ୍ତି। ଏହାରି ମଧ୍ୟରେ ସିଡିଏଓ ଦେବାଶିଷ ପଟ୍ଟନାୟକ , ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲାକ୍ରୀଡା ଅଧିକାରୀ ଞାନଜିତ ତ୍ରିପାଠୀ, ଜୟପୁର ପୌରନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ବଦଳି ହୋଇଛି। ହାଇକୋର୍ଟରେ ବିଚାରପତି ଭାବେ ଜୟପୁର ମାଟିର ଶିବଶଙ୍କର ମିଶ୍ର ଯୋଗ ଦେଇଛନ୍ତି। ଯଦି ଘଟଣାକ୍ରମକୁ ଦେଖାଯାଏ ୨୮ବର୍ଷ ପରେ ପରବ ମହୋତ୍ସବ ୫ଦିନ ପାଳନ ହେବା ସହ ୪ଦିନ ମୁଖ୍ୟମନ୍ତ୍ରୀ,ଉପମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ଓ ଯୋଗାଣ ବିଭାଗ ମନ୍ତ୍ରୀ ଅତିଥିହୋଇ ଯୋଗ ଦେଇଛନ୍ତି। ୨୫ଏକରର ସ୍ଥାୟୀ ପଡ଼ିଆ ରଙ୍ଗବାଲି କୁମ୍ଭାରେ ମିଳିଛି। ବୋରିଗୁମ୍ମାକୁ ଏନଏସି ଭାବେ ସରକାର ଘୋଷଣା କରିଛନ୍ତି। ଜିଲ୍ଲାରେ ଉତ୍ପାଦିତ କଫି, କଳାଜିରା ଜିଆଇ ଟ୍ୟାଗ ପାଇଛି। ମାଣ୍ଡିଆ ଯୋଗୁଁ ଜିଲ୍ଲା ଚର୍ଚ୍ଚିତ ହେବା ମାଣ୍ଡିଆ ମିଶନ ଆରମ୍ଭ ହେବା ସହ ମାଣ୍ଡିଆ ରାଣୀ ରାଇମତି ଘିଉରିଆ ଜିଲ୍ଲାକୁ ଚର୍ଚ୍ଚିତ କରିଛନ୍ତି।
ଜିଲ୍ଲାର ପର୍ଯ୍ୟଟନ ବିକାଶ ପାଇଁ ୧୦୦କୋଟି ଦେବାର ଘୋଷଣା ମୁଖ୍ୟମନ୍ତ୍ରୀ କରିଛନ୍ତି। ଅନ୍ୟାନ୍ୟ ବିକାଶ ପାଇଁ ୫୬୦କୋଟି କୋରାପୁଟଜିଲ୍ଲାକୁ ମିଳିଛି। ୭ବର୍ଷ ପରେ ଜୟପୁର ଠାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ, ସ୍ପୋଟର୍ସ କମ୍ପ୍ଲେକ୍ସ, ଏୟାପୋର୍ଟ ଟର୍ମିନାଲ ଆଦି ଲୋକାର୍ପିତ ହୋଇଥିବା ବେଳେ ଆରଆଇ ତାଲିମ କେନ୍ଦ୍ର ଓ ଆଇଟି ପାର୍କ ଲୋକାର୍ପଟ ଲଟକି ରହିଛି। କୋଟିଆ ଗ୍ରାମପୁଂଜରେ ଏହି ବର୍ଷ ବି ଆନ୍ଧ୍ରର ଅନୁପ୍ରବେଶ ହୋଇଛି। ସର୍ବଭାରତସ୍ତରରେ କୋରାପୁଟ ଜିଲ୍ଲାପରିଷଦ ୨ୟ ସ୍ଥାନ ହାସଲ କରି ଜିଲ୍ଲାକୁ ଗୌରାବାନ୍ବୀତ କରିଛି। ପଡୋଶୀ ଆନ୍ଧ୍ର ପ୍ରଦେଶର ବିଜୟୱାଡା ଓ ରାଜମହେନ୍ଦ୍ରୀକୁ ଡବଲଏକ୍ସଲ ଜଗନ୍ନାଥ ଏକ୍ସପ୍ରେସ ସରକାରୀ ବସ ଚାଳିଛି।
ପଦ୍ମଶ୍ରୀ କମଳା ପୁଜାରୀ, ପଦ୍ମବିଭୁଷଣ ଏମଏସ ସ୍ବାମୀନାଥନଙ୍କ ମୃତ୍ୟୁ ଜିଲ୍ଲାବାସୀଙ୍କ ପାଇଁ ଦୁଃଖ ଆଣିଛି।
ଜିଲ୍ଲାଭିତ୍ତିକ ନିଯୁକ୍ତି ପାଇଁ ବନ୍ଦ ପାଳନ କରାଯାଇଛି। କେବଳ ଜୟପୁର ବାଇପାସ୍ କାମ ଆରମ୍ଭ ହୋଇଥିବା ବେଳେ ଅନ୍ୟ ଦୁଇ ସହ କୋଟପାଡ଼ ଓ କୋରାପୁଟ ପ୍ରସ୍ତାବ ଲଟକି ରହିଛି। ଜିଲ୍ଲାର ତିନି ପ୍ରମୁଖ ଜଳାଶୟ ଜୟପୁରର ଜଗନ୍ନାଥସାଗର, ନୀଳକଣ୍ଠ ସାଗର ଓ କୋଟପାଡର ଦମୟନ୍ତି ସାଗରର ପୁନଃରୁଦ୍ଦାର କାମ ଜାରୀ ରହିଛି। ଏହି ବର୍ଷ ଜିଲ୍ଲାରେ ଟଲିଉଡର ଚଳଚ୍ଚିତ୍ର ‘ଘାଟି’ ପାଇଁ ଅନୁଷ୍କା ସେଠୀ, ପୁଷ୍ପା -୨ ପାଇଁ ଆଲ୍ଲୁ ଅର୍ଜୁନଙ୍କ ସୁଟିଂ ହୋଇଛି। ଚର୍ଚ୍ଚିତ ନିର୍ଦ୍ଦେଶକ ରାଜମୈଳି ବର୍ଷ ଶେଷ ଆଡକୁ ନୂଆ ଚଳଚ୍ଚିତ୍ରର ସୁଟିଂ ପାଇଁ ସ୍ଥାନ ପରିଦର୍ଶନ କରିଛନ୍ତି। କୁମୁଲିପୁଟର ମିଲରକୁ ଅପହରଣ କରି ନେଇ ମୁଣ୍ଡଜାମିନ୍ ରଖି ୨୦ଲକ୍ଷ ମାଗିବା ଏବଂ ପରେ ପୁଲିସକୁ ଟଙ୍କା ଓ ଅପହରଣକାରୀ ମାନେ ମିଳିବା ଘଟଣା ଚର୍ଚ୍ଚ ବହୁଳ ରହିଥିଲା। ଭାରତୀୟ ସେନାକୁ ଏହି ବର୍ଷ ହାଲ ପକ୍ଷରୁ ସୁଖୋଇ ଏଏଲ ୩୧ଏଫପି ୨୪୦ ଯୋଗାଇବାକୁ ଚୁକ୍ତି ବଡ ଘଟଣା ରହିଥିଲା। ବର୍ଷ ଶେଷ ଆଡକୁ କଟକରୁ ଗୁପ୍ତେଶ୍ବର ଶୈବ ପୀଠକୁ ଆସିଥିବା ବସ ସୁଖାନାଳରେ ଓଲଟି ୩ମୃତ ଓ ୯ଗୁରୁତର ଅତ୍ୟନ୍ତ ଶୋକାକୁଳ ବାର୍ତ୍ତା ସମଗ୍ର ରାଜ୍ୟରେ ଜିଲ୍ଲା ଚର୍ଚ୍ଚିତ ହୋଇଥିଲା। ସେହିପରି ଭିଜିଲାନସ୍ ଏହି ବର୍ଷ କୁବେର ଆଇଆଇସି, ଆରଆଇ, ଯୋଗାଣ ନିରୀକ୍ଷକ ଓଏଏସଆଇ ଆଦିଙ୍କୁ ଗିରଫ ଘଟଣା ଜିଲ୍ଲା ପାଇଁ ଅଲଗା ପରିଚୟ ସୃଷ୍ଟି କରିଥିଲା।