ମାଲକାନଗିରି:  କୋଟି କୋଟି ଟଙ୍କାର ମୂଲ୍ୟବାନ ଧଳା କ୍ୱାର୍ଜ ପଥର ସହ ଦାମୀ ଗାଡି ଜବତ କରିଛି ମୋଟୁ ବନ ବିଭାଗ।ଏଥିସହ ୬ ଜଣ ଆସାମୀକୁ ଗିରଫ କରିବା ସହ ୮ ମୋବାଇଲ, ଗୋଟିଏ ଜେସିବି, ୨ଟି ହାଇୱା ଟ୍ରକ, ଗୋଟିଏ ମୋଟରସାଇକେଲ ବନ ବିଭାଗ ଜବତ କରିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଠାରେ ଆଜି ରାତି ୪ଟାରେ ମୋଟୁ ଗ୍ରାମବାସୀ ଓ ମୋଟୁ ବନବିଭାଗ ମିଳିତ ଉଦ୍ୟମ କ୍ୱାର୍ଜ ପଥର ଜବତ କରାଯାଇଛିଲ ଦୁଇଟି ହାଇୱା ଟ୍ରକରେ ପ୍ରାୟ ୪୦ ଟନ୍ କ୍ବାର୍ଜ ପଥର ରହିଥିବା ବନ ବିଭାଗ ଜାଣିବାକୁ ପାଇଛି। ଏହାର ମୂଲ୍ୟ ବଜାରରେ କୋଟି କୋଟି ଟଙ୍କା। ବିଶେଷ କରି ବାହାର ଦେଶରେ ଏହାର ଚାହିଦା ଆହୁରି ଅଧିକ ରହିଛିଲ କ୍ୱାର୍ଜ ପଥର ଦ୍ୱାରା ମୂଲ୍ୟବାନ କାଚ ତିଆରି ସାମଗ୍ରୀ ଓ କାଚ ହୋଇଥାଏ। ସୀମାନ୍ତ ମୋଟୁ ଚେକ ପଏଣ୍ଟଠାରେ ଗୋଟିଏ ମାତ୍ର ରାସ୍ତା।

Advertisment

 ତେବେ ସେହି ରାସ୍ତାରେ ୨୪ ଘଣ୍ଟା ପୁଲିସ ମୁତୟନ ରହିଥାନ୍ତି। ପୁଲିସ ଚେକ ପଏଣ୍ଟ ଥାଇ ମଧ୍ୟ କେମିତି କୋଟି କୋଟି ଟଙ୍କାର ମୂଲ୍ୟବାନ କ୍ୱାର୍ଜ ପଥର ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଛି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି। ମୋଟୁ ସୀମାନ୍ତରେ ରହିଥିବା ପୁଲିସ ଚେକ ପଏଣ୍ଟରେ ପୂର୍ବରୁ ମଧ୍ୟ ବହୁ ହେରଫେର ହେଉଥିବାରୁ ତତ୍କାଳୀନ ଏସପି ସମସ୍ତ କର୍ମଚାରୀଙ୍କୁ ହଟାଇଥିଲେ। କିନ୍ତୁ ଏବେ ବି ସେଠାରେ ମୂଲଚାଲ ହେଉଥିବାରୁ ଏଭଳି କୋଟି କୋଟି ଟଂକାର ମୂଲ୍ୟବାନ ଜିନିଷ ଜିଲ୍ଲାରୁ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଛି।

 ଏହାର ତଦନ୍ତ ହେଲେ ବହୁ ତଥ୍ୟ ପଦାକୁ ଆସିବ। ଏହି ଚାଲାଣ ଥରେ ନୁହେଁ ପୂର୍ବରୁ ମଧ୍ୟ ବହୁ ଥର ହୋଇଥିଲେ ମଧ୍ୟ ନା ପ୍ରଶାସନ ଚଢାଉ କରିଛି ନା ପୁଲିସ।ସମସ୍ତେ ମିଳିମିଶି ଏହି ମୂଲ୍ୟବାନ ପଥରର ଚୋରା ଚାଲାଣରେ ସାମିଲ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏନେଇ ପୂର୍ବରୁ ବହୁ ଥର ପୁଲିସ ଏବଂ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ଫରକ ପଡିଲା ନାହିଁ। ଏପରିକି ସମ୍ବାଦରେ ମଧ୍ୟ ଏହି ଖବର ପ୍ରକାଶ ପାଇଥିଲା। ପ୍ରଶାସନ ଏହାକୁ ମଧ୍ୟ ଅଣଦେଖା କରିଚାଲିଲା। ଶେଷରେ ବନ ବିଭାଗର ଚଢାଉରେ ଏମାନେ ଗିରଫ ହୋଇଛନ୍ତି ଏବଂ ମୂଲ୍ୟବାନ କ୍ବାର୍ଜ ପଥର ଜବତ କରାଯାଇପାରିଛି।