ବୃନ୍ଦାବନ: କେବେ ଆପଣ ବୃନ୍ଦାବନ ଯାଇଛନ୍ତି କି? କୃଷ୍ଣଙ୍କ ବାଲ୍ୟଲୀଳା ସହ ଜଡିତ ଏହି ସ୍ଥାନ ଯେଭଳି ଆପଣଙ୍କୁ ଭକ୍ତିର ଏକ ସ୍ପର୍ଶ ଦେବ ତାହା ବୋଧେ ବିଶ୍ୱରେ ଆପଣ କେଉଁଠି ବି ପାଇବେ ନାହିଁ | ପ୍ରେମ-ଭକ୍ତିର ସାକ୍ଷୀ ଥିବା ଏହି ସ୍ଥାନକୁ ପରିଣତ ବୟସର ଶେଷ ବୟସରେ ଅନେକ ବୃଦ୍ଧା ଚାଲିଯାଇଥାନ୍ତି | କାରଣ ଜୀବନରେ ଯେତେବେଳେ ସେମାନେ ଅଲୋଡ଼ା ହୋଇଯାନ୍ତି, ସମାଜର ନଜରରେ ଯେବେ ସେମାନଙ୍କ ଗୁରୁତ୍ୱକୁ କେହି ବୁଝନ୍ତି ନାହିଁ, ସେତେବେଳେ ବୃନ୍ଦାବନ ପାଲଟିଯାଇଥାଏ ଶେଷ ଠିକଣା | ତେବେ ଏହି ବୃନ୍ଦାବନରେ ଜଣେ ଏମିତି ମହିଳା ଅଛନ୍ତି ଯିଏ ସେଠାରେ ବେସାହାରା ଅବସ୍ଥାରେ ରହୁଥିବା ବିଧବା ମହିଳାଙ୍କ କଥାକୁ ବେଶ ନିରେଖିକି ବୁଝିପାରନ୍ତି | ବୃତ୍ତିରେ ଜଣେ କଲେଜ ପ୍ରଫେସର ଥିବା ୬୦ ବର୍ଷୀୟା ଲକ୍ଷ୍ମୀ ଗୌତମଙ୍କ ମିଶନ ରାସ୍ତାରେ ରହୁଥିବା ଅନେକ ଅସହାୟ ମହିଳାଙ୍କ ପାଇଁ ଜୀବିକା ନିର୍ବାହର ଏକ ମାଧ୍ୟମ ପାଲଟିଛି।
ସେ ବୃନ୍ଦାବନର ରାସ୍ତାରୁ ଅସୁସ୍ଥ ଏବଂ ଏକାକୀ ବୃଦ୍ଧା ମହିଳାଙ୍କୁ ଉଦ୍ଧାର କରି ସେମାନଙ୍କୁ ଘର, ଖାଇବାକୁ ଖାଦ୍ୟ, ଔଷଧ ଏବଂ ଏକ ଭଲ ଜୀବନଯାପନର ଉପାୟ ଯୋଗାଇବାର ମହାନ କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ସଂଗଠନ 'କନକ ଧାରା' ମାଧ୍ୟମରେ, ସେ ସେହି ମହିଳାମାନଙ୍କର ଶେଷକୃତ୍ୟ ମଧ୍ୟ କରନ୍ତି ଯେଉଁମାନଙ୍କ ପାଇଁ କେହି ନଥାନ୍ତି |
ଏହି କାରଣରୁ, ସହରର ଲୋକମାନେ ତାଙ୍କୁ 'ବୃନ୍ଦାବନର ପରୀ' ମଧ୍ୟ ଡାକନ୍ତି। ଯେଉଁ ମହିଳାମାନଙ୍କର ପରିବାର ମଧ୍ୟ ବିଧବା ହେବା ପରେ ସେମାନଙ୍କୁ ପରିତ୍ୟାଗ କରନ୍ତି, ଏବଂ ସେମାନେ ମୋକ୍ଷ ପାଇବା ପାଇଁ ଭିକ୍ଷା ମାଗି ବୃନ୍ଦାବନର ରାସ୍ତାରେ ଜୀବନ ଯାପନ କରନ୍ତି ଲକ୍ଷ୍ମୀ ଗୌତମ କେବଳ ସେମାନଙ୍କୁ ସମର୍ଥନ କରନ୍ତି ନାହିଁ, ବରଂ ମୃତ୍ୟୁ ପରେ ସେମାନଙ୍କର ସମ୍ମାନର ସହକାରେ ଅନ୍ତିମ ସଂସ୍କାର କରନ୍ତି | ଏପର୍ଯ୍ୟନ୍ତ ସେ ୧୦୦୦ ରୁ ଅଧିକ ବିଧବାଙ୍କ ଶେଷକୃତ୍ୟ ରୀତିନୀତି ସହିତ କରିସାରିଛନ୍ତି। ଏହି କାର୍ଯ୍ୟରେ ତାଙ୍କର ନିଷ୍ଠା ଯୋଗୁଁ, ତାଙ୍କୁ ନାରୀ ଶକ୍ତି ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ଏତେ ଶିକ୍ଷିତ ହେବା ସତ୍ତ୍ୱେ, ତାଙ୍କଠାରୁ ଶିଖିବା ଉଚିତ ଯେ କିପରି ତାଙ୍କର ଆରାମଦାୟକ ଜୀବନ ଛାଡି ଅନ୍ୟଙ୍କ ପାଇଁ ନିଜକୁ ଉତ୍ସର୍ଗ କରିବେ!