ରାଞ୍ଚି: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଲାଲୁପ୍ରସାଦଙ୍କ ଦଣ୍ଡାଦେଶକୁ ଆସନ୍ତାକାଲି ଯାଏ ସ୍ଥଗିତ ଘୋଷଣା କରିବା ପରେ ସିବିଆଇର ସ୍ୱତନ୍ତ୍ର ଜଜ୍ ଶିବ ପାଲ ସିଂହ ଏକ ରୋଚକ ସୂଚନା ଦେଇଥିଲେ। ଏହି ଦଣ୍ଡବିଧାନ ସମ୍ପର୍କରେ ଲାଲୁଙ୍କ ସମର୍ଥକମାନେ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ ବୋଲି ସେ କହିଥିଲେ। ତେବେ ବିଶେଷ ଭାବେ ଫୋନ୍ରେ ତାଙ୍କୁ କ’ଣ ସବୁ କୁହାଯାଇଥିଲା ସେ ସମ୍ପର୍କରେ ସେ କିଛି ଆଭାସ ଦେଇନାହାନ୍ତି। ସୂଚନା ଥାଉ କି, ପ୍ରଥମ ଦଣ୍ଡ ବିଧାନ ତାରିଖ ପୂର୍ବଦିନ(ମଙ୍ଗଳବାର) ଲାଲୁଙ୍କ ଓକିଲ ଗଣମାଧ୍ୟମକୁ କହିଥିଲେ ଯେ ୭୦ ବର୍ଷୀୟ ଲାଲୁ ଏବେ ନାନା ରୋଗରେ ଆକ୍ରାନ୍ତ। ତେଣୁ ତାଙ୍କୁ କମ୍ ଦଣ୍ଡବିଧାନ କରିବାକୁ ନିବେଦନ କରାଯିବ। ସେଥିରୁ ଦଣ୍ଡବିଧାନ କୋହଳ ପାଇଁ ଫୋନ୍ ସବୁ ଆସିଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ବହୁତ ଫୋନ୍ କଲ୍ ସେ ଶୁଣିଛନ୍ତି, ମାତ୍ର ଆଇନ ଅନୁସାରେ ସେ ଦଣ୍ଡ ଶୁଣାଇବେ ବୋଲି ଜଜ୍ ଶିବପାଲ୍ କହିଛନ୍ତି।
ଲାଲୁଙ୍କ ଲୋକେ ବହୁତ ଫୋନ୍ କରିଛନ୍ତି
/sambad/media/post_attachments/wp-content/uploads/2018/01/Lalu-Prasad-Yadav.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)