ଦିଲ୍ଲୀରେ ହେବ ଦମଦାର ଟକ୍କର : ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆ ଆସନ୍ତାକାଲି

ନୂଆଦିଲ୍ଲୀ: ଆସନ୍ତାକାଲି  ଭାରତ-ଅଷ୍ଟ୍ରେଲିଆ ପଞ୍ଚମ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମଠାରେ ଦିନ ୧.୩୦ ମିନିଟରେ ଏହି ହାଇଭୋଲ୍ଟଟେଜ୍ ତଥା ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ । ୫ଟିକିଆ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ଏବେ ୨-୨ରେ ବରାବର ରହିଥିବାରୁ କାଲି ମ୍ୟାଚର ଫଳାଫଳ କହିବ, କିଏ ହାତେଇବ ସିରିଜ । ପ୍ରଥମ ଦୁଇଟି ଦିନିକିଆରେ ବିରାଟ ବାହିନୀ ବାଜି ମାରିଥିବା ବେଳେ, ତୃତୀୟ ଏବଂ ଚତୁର୍ଥ ମ୍ୟାଚରେ ରୋମାଞ୍ଚକର ଭାବେ ବିଜୟ ଲାଭ କରିଛି ଅଷ୍ଟ୍ରେଲିଆ । ବିଶ୍ୱକପ ପୂର୍ବରୁ କାଲିର ମ୍ୟାଚ ଟିମ୍ ଇଣ୍ଡିଆ ପାଇଁ ଶେଷ ଦିନିକିଆ ମ୍ୟାଚ ଥିବା ବେଳେ, ଏହା ଭାରତର ଶକ୍ତି ପରୀକ୍ଷା ହେବାକୁ ଯାଉଥିବା କୁହାଯାଉଛି ।

ଚତୁର୍ଥ ଦିନିକିଆରେ ଭାରତ ଦମଦାର ପ୍ରଦର୍ଶନ କରିଥିଲା ସତ, କିନ୍ତୁ ଖରାପ ଫିଲ୍ଡିଂ ପରାଜୟର କାରଣ ସାଜିଥିଲା । ଯେଉଁଥିପାଇଁ ୩୫୮ ଭଳି ବିଶାଳ ଟାର୍ଗେଟକୁ ୨ ଓଭର ବାକି ଥାଇ ହାସଲ କରିନେଇଥିଲା କଙ୍ଗାରୁ ଦଳ । ଭଲ ବ୍ୟାଟିଂ ଓ ବୋଲିଂ ପ୍ରଦର୍ଶନ କରିଥିଲେ ମଧ୍ୟ, ଫିଲ୍ଡିଂରେ ଦୁର୍ବଳ ପଡିଥିଲା ଟିମ୍ ଇଣ୍ଡିଆ । ଆଉ ସେହି ଦୃଷ୍ଟିରୁ କାଲିର ମ୍ୟାଚ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଦଳକୁ ବ୍ୟାଟିଂ ଓ ବୋଲିଂ ସହ ଫିଲ୍ଡିଂରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ପଡିବ ।

ସମ୍ଭାବ୍ୟ ଭାରତୀୟ ଦଳ – ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ରୋହିତ ଶର୍ମା, ଲୋକେଶ ରାହୁଲ, ଋଷଭ ପନ୍ଥ, କେଦାର ଯାଦବ, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା ।

ସମ୍ବନ୍ଧିତ ଖବର