ରାଉରକେଲା: ମହାକୁମ୍ଭରେ ବୁଡ଼ ପକାଇ ପରିବାର ସହ ଘରକୁ ଫେରୁଥିବାବେଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ରକ୍ତିମ ପୂଜାରୀଙ୍କ ଶବ ଗତକାଲି ପୂର୍ବାହ୍ନ ପ୍ରାୟ ୧୧ଟାରେ କୋଏଲନଗରସ୍ଥ ବାସଭବନରେ ପହଞ୍ଚିଥିଲା। ତିନି ଦିନ ପରେ ଶବ ପହଞ୍ଚିବା ପରେ କୋଏଲନଗରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଉଦିତନଗର ଏଲ୍‌ଆଇସି କାର୍ଯ୍ୟାଳୟର କର୍ମଚାରୀ, ବନ୍ଧୁବାନ୍ଧବ ଓ ପରିଜନଙ୍କ ଉପସ୍ଥିତିରେ ବେଦବ୍ୟାସ ଶ୍ମଶାନଘାଟରେ ରକ୍ତିମଙ୍କ ଅନ୍ତିମ ସଂସ୍କାର କରାଯାଇଛି।

Advertisment

କୋଏଲନଗର ଏ-୧୩୬ରେ ରକ୍ତିମ ପୂଜାରୀ ଓ ତାଙ୍କ ପରିବାର ରହନ୍ତି। ରକ୍ତିମ ଉଦିତନଗର ଏଲ୍‌ଆଇସି କାର୍ଯ୍ୟାଳୟର ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। କାର୍ଯ୍ୟାଳୟରୁ ଛୁଟି ନେଇ ଗତ ୪ ଦିନ ତଳେ ରାଉରକେଲାରୁ ନିଜ ହ୍ୟୁଣ୍ଡାଇ ଆଇ-୧୦ କାର୍‌ରେ ଉତ୍ତରପ୍ରଦେଶ ପ୍ରୟାଗରାଜ କୁମ୍ଭମେଳା ବାହାରିଥିଲେ। ରକ୍ତିମ ନିଜେ କାର୍‌ ଚଳାଉଥିଲେ। ଆଗ ସିଟ୍‌ରେ ବସିଥିଲେ ପତ୍ନୀ ପ୍ରିୟଦର୍ଶନୀ ଓ ଦୁଇ ବର୍ଷ ଝିଅ ୟୁବଂଶୀ। ପଛ ସିଟ୍‌ରେ ଦୁଇ ମା’, ଦୁଇ ମାଉସୀ ଓ ମଉସା ବସିଥିଲେ।  ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ପରେ ହସଖୁସିରେ ରାଉରକେଲା କୋଏଲନଗରସ୍ଥ ଘରକୁ ବାହାରିଥିଲେ। ପ୍ରୟାଗରାଜରୁ ରିୱା-ରାଞ୍ଚି ଜାତୀୟ ରାଜପଥ ପ୍ରାୟ ୧୭୦ କି.ମି. ରାସ୍ତା ଅତିକ୍ରମ କରିବା ଫୁଲବର ଗାଁ ନିକଟରେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିପରୀତ ଦିଗରୁ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଯାତ୍ରୀବାହୀ ବସ୍‌ ସହ ମୁହାମୁହିଁ ଧକା ହୋଇଥିଲା। ଫଳରେ କାର୍‌ଟି ସମ୍ପୂର୍ଣ୍ଣ ଚୂର୍‌ମାର୍‌ ହୋଇଯାଇଥିଲା। କାର୍‌ ଚଳାଉଥିବା ରକ୍ତିମ ପୂଜାରୀଙ୍କର ହିଁ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

ସେପଟେ ନିଶ୍ଚିମ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିବା ଗୁରୁତର ପତ୍ନୀ, ଝିଅ, ମାଉସା ଓ ଦୁଇ ମାଉସୀ ଏବେ ବି ଉତ୍ତରପ୍ରଦେଶ ସୋନଭଦ୍ର ଜିଲ୍ଲା ବିନ୍ଧଗଞ୍ଜ ଥାନା ଅନ୍ତର୍ଗତ ଦୁ୍ଧି ସାମୁଦୂହିକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗୁରୁତରମାନେ ହେଲେ ରକ୍ତିମଙ୍କ ପତ୍ନୀ ପ୍ରିୟଦର୍ଶନୀ ପାତ୍ର (୨୬), ଝିଅ ୟୁଂବଶୀ ପୂଜାରୀ (୨), ମା’ କବିତା ପଣ୍ଡା (୬୦), ମାଉସୀ ଅନିତା (୫୫), ବିନିତା (୫୨) ଓ ମଉସା ନରେନ୍ଦ୍ର ନାଥ (୫୫)। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।  