କୋଣାର୍କ: କୋଣାର୍କ ଏନଏସି ୩ନମ୍ବର ୱାର୍ଡର କରମଙ୍ଗା ଗ୍ରାମ କ୍ଲବ ଘର ସମ୍ମୁଖରେ ଗୁରୁବାର ରାତି ୯ଟାରେ ଏକ କଲରାପତରିଆ ବାଘକୁ ଦେଖି ଜଣେ ଝିଅ ସ୍କୁଟିରେ ଯାଉଥିବା ଦେଖି ଭୟଭୀତ ହୋଇ ଯାଇଥିଲେ। ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଂଚି ଝିଅଟିକୁ ପଚାରି ବୁଝିବାରେ ଜଣାପଡିଥିଲା ଯେ ଏକ ବାଘ ପରି ଏକ ଜନ୍ତୁ ଜୋରରେ ଦଉଡି ତା ଗାଡିଠାରୁ କିଛି ଦୂରରେ ମୁଖ୍ୟ ରାସ୍ତା ପାର ହୋଇ ଜଙ୍ଗଲ ଭିତରକୁ ଦ୍ରୁତ ଗତିରେ ଚାଲି ଯାଇଥିଲା। ସ୍ଥାନୀୟ ଲୋକେ ଠେଙ୍ଗା ବାଡ଼ି ଧରି ବହୁତ ଖୋଜାଖୋଜି କରି ପାଇନଥିଲେ।
ତେବେ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଗ୍ରାମବାସୀମାନେ ଦେଖିବାରୁ କଲରାପତରିଆ ବାଘ ପରି ଦେଖା ଯାଉଥିବା ଦେଖି ଲୋକମାନେ ଡରି ଯାଇଥିଲେ । ବିଜୁଳି ବେଗରେ ବାଘ ପଶିଛି ଗ୍ରାମରେ ଖବର ପ୍ରଚାରିତ ହେବାରୁ କରମଙ୍ଗା ଓ ଆଖପାଖ ଅଂଚଳ ସମେତ କୋଣାର୍କରେ ବାଘ ପଶିଥିବା ଆତଙ୍କ ଖେଳି ଯାଇଛି । ତେବେ ଏନେଇ କୋଣାର୍କ ବନ ଅଧିକାରୀ ସୁଦର୍ଶନ ଦେହୁରୀଙ୍କୁ ପଚାରିବାରୁ ସେ କହିଥିଲେ କଲରାପତ୍ରିଆ ବାଘ ପରି ଦେଖାଯାଉଛି କିନ୍ତୁ ଏହା ଫିସିଙ୍ଗି କ୍ୟାଟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/10/16/aawww-2025-10-16-22-17-19.png)