ରାଉରକେଲା: ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ରବିବାର ଦୁଇଟି ମ୍ୟାଚ୍ ଖେଳାଯାଇଛି। ପ୍ରଥମ ମ୍ୟାଚ୍ ହାଇଦ୍ରାବାଦ ତୁଫାନ୍ସ ଓ ଶ୍ରୀଚୀ ରା’ ବେଙ୍ଗଲ ଟାଇଗର୍ସ୍ ଏବଂ ଦ୍ବିତୀୟ ମ୍ୟାଚ୍ ସୁର୍ମା ହକି କ୍ଲବ ଓ ତାମିଲନାଡ଼ୁ ଡ୍ରାଗନ୍ସ ମଧ୍ୟରେ ଖେଳାଯାଇଛି। ଉଦ୍ଘାଟନୀ ଦିବସ ଅପେକ୍ଷା ଆଜି କମ୍ ଦର୍ଶକଙ୍କ ଥିଲେ, ତେବେ ଦର୍ଶକଙ୍କ ଭିତରେ ଉତ୍ସାହ କିନ୍ତୁ କମିନଥିଲା।
ତାରକାଖଚିତ ଉଭୟ ଦଳ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ। ଦର୍ଶକଙ୍କୁ ବାନ୍ଧିରଖିବାକୁ ବିରତି ସମୟରେ ବିଭିନ୍ନ ଗୀତ ପରିବେଷଣ କରାଯାଇଥିଲା। ହାଫ୍ଟାଇମ୍ ତଥା କ୍ବାର୍ଟର ବିରତିରେ ବିଭିନ୍ନ ବଲିଉଡ୍ ଗୀତ ବଜାଥିଲା, ଯାହାର ବେଶ୍ ମଜାନେଇଥିଲେ ହକିପ୍ରେମୀ। ବିଶେଷକରି ପଞ୍ଜାବୀ ସଙ୍ଗୀତକାର ଦିଲଜିତ ଦୋସାଂଜ୍ଙ୍କ ଗୀତରେ ବେଶ୍ ଝୁମିଥିଲେ ଦର୍ଶକ।
ଗତକାଲି ପାଖାପାଖି ୫/୬ ହଜାର ଦର୍ଶକ ଉଭୟ ମ୍ୟାଚ୍କୁ ଉପଭୋଗ କରିଥିଲେ। ପ୍ରଥମ ମ୍ୟାଚ୍ ଠିକ୍ ୬ଟାରେ ଆରମ୍ଭ ହେବାମାତ୍ରେ ଷ୍ଟାଡିୟମରେ ପହଞ୍ଚିଯାଇଥିଲେ ଦର୍ଶକ। କିଏ ହାତରେ ଜାତୀୟ ପତାକା ଧରିଥିଲା ତ ପୁଣି କିଏ ମୁହଁ, ଗାଲରେ ତ୍ରିରଙ୍ଗା ଆଙ୍କି ଷ୍ଟାଡିୟମକୁ ଆସିଥିଲେ। ଏମିତିକି କିଛି ଦର୍ଶକ ଭାରତୀୟ ଦଳର ଜର୍ସି ପିନ୍ଧି ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲେ। ପ୍ରଥମ ମ୍ୟାଚ୍ ଅପେକ୍ଷା ଦ୍ବିତୀୟ ମ୍ୟାଚ୍ର ଭରପୁର୍ ମଜାନେଇଥିଲେ ଦର୍ଶକ। ସୁର୍ମା ହକି କ୍ଳବକୁ ଭାରତୀୟ ଦଳର ଅଧିନାୟକ ହର୍ମନପ୍ରୀତ ସିଂହ ନେତୃତ୍ବ ନେଇଥିବାବେଳେ ତାମିଲନାଡ଼ୁ ଡ୍ରାଗନ୍ସର ନେତୃତ୍ବ ନେଇଥିଲେ ସୁନ୍ଦରଗଡ଼ ମାଟିର ସୁନାପୁଅ ଅମିତ ରୋହିଦାସ।
ତାରକାଖଚିତ ଉଭୟ ଦଳ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ। ଦର୍ଶକଙ୍କୁ ବାନ୍ଧିରଖିବାକୁ ବିରତି ସମୟରେ ବିଭିନ୍ନ ଗୀତ ପରିବେଷଣ କରାଯାଇଥିଲା। ହାଫ୍ଟାଇମ୍ ତଥା କ୍ବାର୍ଟର ବିରତିରେ ବିଭିନ୍ନ ବଲିଉଡ୍ ଗୀତ ବଜାଥିଲା, ଯାହାର ବେଶ୍ ମଜାନେଇଥିଲେ ହକିପ୍ରେମୀ। ବିଶେଷକରି ପଞ୍ଜାବୀ ସଙ୍ଗୀତକାର ଦିଲଜିତ ଦୋସାଂଜ୍ଙ୍କ ଗୀତରେ ବେଶ୍ ଝୁମିଥିଲେ ଦର୍ଶକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/30/GUoyC47qvsUjNSZFg6Ix.jpg)