ରାଉରକେଲା: ବିଭିନ୍ନ ଶିଳ୍ପକାରଖାନାରେ ବିପଦପୂର୍ଣ୍ଣ ଭାବେ କାର୍ଯ୍ୟ କରୁଥିବା ବୀମାଭୁକ୍ତ ଶ୍ରମିକଙ୍କ ସ୍ବାସ୍ଥ୍ୟସେବା ଓ ବୃତ୍ତିଗତ ସୁରକ୍ଷା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦେଶର ଅଧିକାଂଶ ରାଜ୍ୟରେ ବୃତ୍ତିଗତ ରୋଗ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଓଡ଼ିଶାରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ପଶ୍ଚିମ ଓଡ଼ିଶାର ସର୍ବାଧିକ ବୀମାଭୁକ୍ତ ଶ୍ରମିକ କାର୍ଯ୍ୟ କରୁଥିବାରୁ ରାଉରକେଲା ଇଏସ୍ଆଇସି ଅଧୀନରେ ବୃତ୍ତିଗତ ରୋଗ କେନ୍ଦ୍ର ପ୍ରତିଷ୍ଠା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ। ବରିଷ୍ଠ ଶ୍ରମିକ ନେତା ତଥା ସିମୁର ସାଧାରଣ ସମ୍ପାଦକ ଜାହାଙ୍ଗୀର ଅଲ୍ଲୀ ଓଡ଼ିଶାର ପଶ୍ଚିମ ଓଡ଼ିଶାର ରାଉରକେଲାରେ ବୃତ୍ତିଗତ ରୋଗ କେନ୍ଦ୍ର ସ୍ଥାପନା କରିବାକୁ କେନ୍ଦ୍ରଶ୍ରମ ଓ ନିଯୁକ୍ତି ମନ୍ତ୍ରୀଙ୍କୁ ସ୍ମାକରପତ୍ର ପ୍ରଦାନ କରିଛନ୍ତି।
ସ୍ମାରକପତ୍ରରେ ରାଉରକେଲାରେ ବୃତ୍ତିଗତ ରୋଗକେନ୍ଦ୍ରର କାହିଁକି ଆବଶ୍ୟକତା ରହିଛି, ତା’ର ଯୁକ୍ତି ଦର୍ଶାଇଛନ୍ତି। ଓଡ଼ିଶାର ପଶ୍ଚିମ କେନ୍ଦ୍ରରେ ରାଉରକେଲା ଶିଳ୍ପ କେନ୍ଦ୍ର ରହିଛି। ଏଠାରେ ଇସ୍ପାତ କାରଖାନା, ସିମେଣ୍ଟ କାରଖାନା ସହ ବହୁ ଲୁହାଖଣି ରହିଛି। ରାଉରକେଲା ସହର ଚତୁଃପାର୍ଶ୍ବରେ ଝାରସୁଗୁଡାରୁ ରେଙ୍ଗାଳି ପର୍ଯ୍ୟନ୍ତ ଶିଳ୍ପ କରିଡର। ସେଲ୍, ବେଦାନ୍ତ, ଜେଏସ୍ଡବ୍ଲ୍ୟୁ, ଡାଲମିଆ ସିମେଣ୍ଟ, ହିଣ୍ଡାଲକୋ, ଏମ୍ସିଏଲ୍, ଆଇଏଫ୍ଜିଏଲ୍ ପରି ବହୁ ଛୋଟବଡ଼ କାରଖାନା ରହିଛି। ଏସବୁ କଳକାରଖାନାରେ କାମ କରୁଥିବା କର୍ମଚାରୀମାନେ ନିୟମିତ ଭାବେ ବିପଜ୍ଜନକ ବୃତ୍ତିଗତ ରୋଗ ଓ ଆଘାତରେ ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ ଭୁବନେଶ୍ବର ସହ ଓଡ଼ିଶାର ଉପକୂଳ ଜିଲ୍ଲା ପରି ଅଞ୍ଚଳଗୁଡ଼ିକରେ ପଶ୍ଚମ ଓଡ଼ିଶା ପରି ବୀମାଭୁକ୍ତ ଶ୍ରମିକ ନାହାନ୍ତି। ଯାହା ତୁଳନାତ୍ମକଭାବେ କମ୍ ବୃତ୍ତିଗତ ବିପଦ ରହିଛି। ଏହା ସତ୍ବେ ଭୁବନେଶ୍ବରରେ ସୁପର ସ୍ପେସିଆଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠାକୁ ଗୁରୁତ୍ବ ଦିଆଯାଉଛି। ପଶ୍ଚିମ ଓଡ଼ିଶାର ସର୍ବାଧିକ କଳକାରଖାନା ଥିବା ସତ୍ବେ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ସୁନ୍ଦରଗଡ଼ର ନିରୀହ ଆଦିବାସୀ ଶ୍ରମିକମାନଙ୍କୁ ଚିକିତ୍ସା ସେବା କ୍ଷେତ୍ରରେ ବର୍ଷ ବର୍ଷ ଧରି ଅବହେଳା କରାଯାଉଛି। ଅନ୍ୟପଟେ ରାଜ୍ୟର ପଶ୍ଚିମ ଓଡ଼ିଶାର ଇଏସ୍ଆଇସି ଅଧୀନରେ ପ୍ରାୟ ୧୨ ଲକ୍ଷ ବୀମାଭୁକ୍ତ ଶ୍ରମିକ ଅଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟର। ସେମାନେ କେବଳ ବୃତ୍ତିଗତ ବିପଦରେ ସମ୍ମୁଖୀନ ହେଉନାହାନ୍ତି ବରଂ ଭୌଗଳିକ ଓ ସାମାଜିକ, ଆର୍ଥିକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଏସବୁ ଦୃଷ୍ଟିକୋଣରୁ ଓଡ଼ିଶାର ରାଉରକେଲାରେ ବୃତ୍ତିଗତ ରୋଗ କେନ୍ଦ୍ରର ଆବଶ୍ୟକତା ରହିଛି। ଏହି କେନ୍ଦ୍ରରେ ବୀମାଭୁକ୍ତ ଶ୍ରମିକ ଓ ସେମାନଙ୍କ ପରିବାର ଚିକିତ୍ସା ଓ ଗବେଷଣା କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଯାହା ଶିଳ୍ପକର୍ମଚାରୀମାନଙ୍କ ପାଇଁ ଏକ ଜନସ୍ବାସ୍ଥ୍ୟ ୟୁନିଟ୍ ଭାବେ କାର୍ଯ୍ୟ କରିବ। ଯେଉଁଠି ଶ୍ରମିକମାନଙ୍କର ପ୍ରତିରୋଧକ ଯତ୍ନ, ସ୍ବାସ୍ଥ୍ୟ ଶିକ୍ଷା ସହ ପ୍ରାରମ୍ଭିକ ଚିହ୍ନଟ ସେବା ସୁନିଶ୍ଚିତ କରିବ। ରାଉରକେଲାରେ ପୂର୍ବରୁ ୫୦ ଶଯ୍ୟା ବିଶିଷ୍ଟ ଇଏସ୍ଆଇସି ମଡେଲ ହସ୍ପିଟାଲ ରହିଛି। ଯାହାକୁ ସମ୍ପ୍ରସାରଣ କରି ବୃତ୍ତିଗତ ରୋଗ କେନ୍ଦ୍ରରେ ରୁପାନ୍ତରିତ କରାଯାଇପାରିବ। ପଡୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ର ଇଏସ୍ଆଇସି ବୀମାଭୁକ୍ତ କର୍ମଚାରୀମାନେ ବେଶ୍ ଉପକୃତ ହୋଇପାରିବେ। ଏଥିସହ ରାଉରକେଲାରେ ଇଏସ୍ଆଇସି ମେଡ଼ିକାଲ କଲେଜ ଓ ଇଏସ୍ଆଇସି ମଡେଲ ହସ୍ପିଟାଲ ପ୍ରତିଷ୍ଠାର କରିବାକୁ ଶ୍ରୀ ଅଲ୍ଲୀ ଦାବି କରିଛନ୍ତି। ଶ୍ରମିକମାନଙ୍କ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ସମସ୍ତ ଶ୍ରମିକନେତା ଐକ୍ୟବଦ୍ଧ ଆନ୍ଦୋଳନ କରିବାର ଆବଶ୍ୟକତା ମଧ୍ୟ ରହିଛି।
ସେ ତାଙ୍କ ସ୍ମାରକପତ୍ରରେ ରାଉରକେଲାରେ ବୃତ୍ତିଗତ ରୋଗକେନ୍ଦ୍ରର କାହିଁକି ଆବଶ୍ୟକତା ରହିଛି, ତା’ର ଯୁକ୍ତି ଦର୍ଶାଇଛନ୍ତି। ଓଡ଼ିଶାର ପଶ୍ଚିମ କେନ୍ଦ୍ରରେ ରାଉରକେଲା ଶିଳ୍ପ କେନ୍ଦ୍ର ରହିଛି। ଏଠାରେ ଇସ୍ପାତ କାରଖାନା, ସିମେଣ୍ଟ କାରଖାନା ସହ ବହୁ ଲୁହାଖଣି ରହିଛି। ରାଉରକେଲା ସହର ଚତୁଃପାର୍ଶ୍ବରେ ଝାରସୁଗୁଡାରୁ ରେଙ୍ଗାଳି ପର୍ଯ୍ୟନ୍ତ ଶିଳ୍ପ କରିଡର। ସେଲ୍, ବେଦାନ୍ତ, ଜେଏସ୍ଡବ୍ଲ୍ୟୁ, ଡାଲମିଆ ସିମେଣ୍ଟ, ହିଣ୍ଡାଲକୋ, ଏମ୍ସିଏଲ୍, ଆଇଏଫ୍ଜିଏଲ୍ ପରି ବହୁ ଛୋଟବଡ଼ କାରଖାନା ରହିଛି। ଏସବୁ କଳକାରଖାନାରେ କାମ କରୁଥିବା କର୍ମଚାରୀମାନେ ନିୟମିତ ଭାବେ ବିପଜ୍ଜନକ ବୃତ୍ତିଗତ ରୋଗ ଓ ଆଘାତରେ ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ ଭୁବନେଶ୍ବର ସହ ଓଡ଼ିଶାର ଉପକୂଳ ଜିଲ୍ଲା ପରି ଅଞ୍ଚଳଗୁଡ଼ିକରେ ପଶ୍ଚମ ଓଡ଼ିଶା ପରି ବୀମାଭୁକ୍ତ ଶ୍ରମିକ ନାହାନ୍ତି। ଯାହା ତୁଳନାତ୍ମକଭାବେ କମ୍ ବୃତ୍ତିଗତ ବିପଦ ରହିଛି। ଏହା ସତ୍ବେ ଭୁବନେଶ୍ବରରେ ସୁପର ସ୍ପେସିଆଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠାକୁ ଗୁରୁତ୍ବ ଦିଆଯାଉଛି। ପଶ୍ଚିମ ଓଡ଼ିଶାର ସର୍ବାଧିକ କଳକାରଖାନା ଥିବା ସତ୍ବେ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ସୁନ୍ଦରଗଡ଼ର ନିରୀହ ଆଦିବାସୀ ଶ୍ରମିକମାନଙ୍କୁ ଚିକିତ୍ସା ସେବା କ୍ଷେତ୍ରରେ ବର୍ଷ ବର୍ଷ ଧରି ଅବହେଳା କରାଯାଉଛି। ଅନ୍ୟପଟେ ରାଜ୍ୟର ପଶ୍ଚିମ ଓଡ଼ିଶାର ଇଏସ୍ଆଇସି ଅଧୀନରେ ପ୍ରାୟ ୧୨ ଲକ୍ଷ ବୀମାଭୁକ୍ତ ଶ୍ରମିକ ଅଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟର। ସେମାନେ କେବଳ ବୃତ୍ତିଗତ ବିପଦରେ ସମ୍ମୁଖୀନ ହେଉନାହାନ୍ତି ବରଂ ଭୌଗଳିକ ଓ ସାମାଜିକ, ଆର୍ଥିକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଏସବୁ ଦୃଷ୍ଟିକୋଣରୁ ଓଡ଼ିଶାର ରାଉରକେଲାରେ ବୃତ୍ତିଗତ ରୋଗ କେନ୍ଦ୍ରର ଆବଶ୍ୟକତା ରହିଛି। ଏହି କେନ୍ଦ୍ରରେ ବୀମାଭୁକ୍ତ ଶ୍ରମିକ ଓ ସେମାନଙ୍କ ପରିବାର ଚିକିତ୍ସା ଓ ଗବେଷଣା କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଯାହା ଶିଳ୍ପକର୍ମଚାରୀମାନଙ୍କ ପାଇଁ ଏକ ଜନସ୍ବାସ୍ଥ୍ୟ ୟୁନିଟ୍ ଭାବେ କାର୍ଯ୍ୟ କରିବ। ଯେଉଁଠି ଶ୍ରମିକମାନଙ୍କର ପ୍ରତିରୋଧକ ଯତ୍ନ, ସ୍ବାସ୍ଥ୍ୟ ଶିକ୍ଷା ସହ ପ୍ରାରମ୍ଭିକ ଚିହ୍ନଟ ସେବା ସୁନିଶ୍ଚିତ କରିବ। ରାଉରକେଲାରେ ପୂର୍ବରୁ ୫୦ ଶଯ୍ୟା ବିଶିଷ୍ଟ ଇଏସ୍ଆଇସି ମଡେଲ ହସ୍ପିଟାଲ ରହିଛି। ଯାହାକୁ ସମ୍ପ୍ରସାରଣ କରି ବୃତ୍ତିଗତ ରୋଗ କେନ୍ଦ୍ରରେ ରୁପାନ୍ତରିତ କରାଯାଇପାରିବ। ପଡୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ର ଇଏସ୍ଆଇସି ବୀମାଭୁକ୍ତ କର୍ମଚାରୀମାନେ ବେଶ୍ ଉପକୃତ ହୋଇପାରିବେ। ଏଥିସହ ରାଉରକେଲାରେ ଇଏସ୍ଆଇସି ମେଡ଼ିକାଲ କଲେଜ ଓ ଇଏସ୍ଆଇସି ମଡେଲ ହସ୍ପିଟାଲ ପ୍ରତିଷ୍ଠାର କରିବାକୁ ଶ୍ରୀ ଅଲ୍ଲୀ ଦାବି କରିଛନ୍ତି। ଶ୍ରମିକମାନଙ୍କ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ସମସ୍ତ ଶ୍ରମିକନେତା ଐକ୍ୟବଦ୍ଧ ଆନ୍ଦୋଳନ କରିବାର ଆବଶ୍ୟକତା ମଧ୍ୟ ରହିଛି।