କୁଚିଣ୍ଡା: ୨୦୨୧ ମାର୍ଚ୍ଚ ୨୦ ତାରିଖ ଦିନ ଗୋବିନ୍ଦପୁର ଥାନାଇ ମହୁଲ ମୁଣ୍ଡା ଗ୍ରାମ ରେ ଏକ ହତ୍ୟାକାଣ୍ଡ ସଂଘଟିତ ହୋଇଥିଲା।ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡରେ କୁଚିଣ୍ଡା ଅତିରିକ୍ତ ଜିଲ୍ଲା ଦୈରାଜଜ ରାଜ କିଶୋର ଲେଙ୍କାଙ୍କ ଅଦାଲତରେ ଅଦାଲତ ସାକ୍ଷ୍ୟ ପ୍ରମାଣ ଶୁଣାଣି କରିଥିଲେ। ଏଥିରେ ଅଭିଯୁକ୍ତ ପ୍ରଫୁଲ୍ଲ ବାର୍ଲା (୬୪)ଙ୍କୁ କାକା ଆଗାସ୍ତୁଶ ବାର୍ଲା ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ସହିତ ୪୦ ହଜାର ଟଙ୍କା ଜରିମାନା କରାଯାଇଛି। ଠିକ ସମୟରେ ଜୋରିମାନା ଜମା ନ କଲେ ଅତିରିକ୍ତ ତିନିମାସ ସଶ୍ରମ କାରାଦଣ୍ଡ ପାଇଁ ନିର୍ଦେଶ ଦେଇଛନ୍ତି।
ମୃତ ଆଗାସ୍ତୁଶ ବାର୍ଲା ଓ ଅଭିଯୁକ୍ତ ପ୍ରଫୁଲ୍ଲ ବାର୍ଲାଙ୍କ ଘରୋଇ ଗଣ୍ଡଗୋଳ ରହିଥିଲା। ୨୦୨୧ ମାର୍ଚ୍ଚ ମାସ ୨୦ ତାରିଖରେ ଆଗାସ୍ତୁଶ ବାର୍ଲା ମହୁଲଫୁଲ ଗୋଟାଇବା ପାଇଁ ପାଖ ଜଙ୍ଗଲକୁ ଯାଇଥିଲେ। ମହୁଲଗୋଟାଇ ଫେରୁଥିବା ସମୟରେ ତାଙ୍କ ପୁତୁରା ପ୍ରଫୁଲ୍ଲ ବାର୍ଲା ଏକ ଟାଙ୍ଗିଆରେ ନିର୍ମମ ଭାବରେ ହାଣି ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲେ। ଅଭିଯୋଗ ପରେ ପୁଲିସ ମକଦ୍ଦମା ନଂ ୨୯ ୨୦-୦୩-୨୦୨୧ ରେ ଏକ ହତ୍ୟାକାଣ୍ଡ ରୁଜ୍ଜୁ କରି ଅଭିଯୁକ୍ତ ପ୍ରଫୁଲ୍ଲ ବାର୍ଲାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
ଘଟଣାରୁ ପ୍ରକାଶ ଯେ ମୃତ ଆଗାସ୍ତୁଶ ବାର୍ଲା ଓ ଅଭିଯୁକ୍ତ ପ୍ରଫୁଲ୍ଲ ବାର୍ଲାଙ୍କ ଘରୋଇ ଗଣ୍ଡଗୋଳ ରହିଥିଲା। ୨୦୨୧ ମାର୍ଚ୍ଚ ମାସ ୨୦ ତାରିଖରେ ଆଗାସ୍ତୁଶ ବାର୍ଲା ମହୁଲଫୁଲ ଗୋଟାଇବା ପାଇଁ ପାଖ ଜଙ୍ଗଲକୁ ଯାଇଥିଲେ। ମହୁଲଗୋଟାଇ ଫେରୁଥିବା ସମୟରେ ତାଙ୍କ ପୁତୁରା ପ୍ରଫୁଲ୍ଲ ବାର୍ଲା ଏକ ଟାଙ୍ଗିଆରେ ନିର୍ମମ ଭାବରେ ହାଣି ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲେ। ଅଭିଯୋଗ ପରେ ପୁଲିସ ମକଦ୍ଦମା ନଂ ୨୯ ୨୦-୦୩-୨୦୨୧ ରେ ଏକ ହତ୍ୟାକାଣ୍ଡ ରୁଜ୍ଜୁ କରି ଅଭିଯୁକ୍ତ ପ୍ରଫୁଲ୍ଲ ବାର୍ଲାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।