ରାଉରକେଲା: ବନ୍ଧମୁଣ୍ଡାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ମୁକ୍ତିରଞ୍ଜନ ଶତପଥୀ ମାମଲାର ଶୁଣାଣି କରି ଅଭିଯୁକ୍ତ ବଡ଼ଭାଇକୁ ଆଜୀବନ ଜେଲ୍‌ ସହ ୨୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲ୍ ନିର୍ଦ୍ଦେଶ ଦେଇଛନ୍ତି। ୨୦ ଜଣ ସାକ୍ଷୀଙ୍କ ସାକ୍ଷ୍ୟପ୍ରମାଣ, ୬୯ ଦସ୍ତାବିଜ୍ ଓ ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତି ପ୍ରମାଣକୁ ଆଧାର କରି ବିଚାରପତି ଶ୍ରୀ ଶତପଥୀ ଏହି ରାୟ ଶୁଣାଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ବନ୍ଧମୁଣ୍ଡା ଡୁର୍ମେତାର କୋକା ଏକ୍କା। ଅତିରିକ୍ତ ତଥା ସ୍ବତନ୍ତ୍ର ସରକାରୀ ଓକିଲ ସତ୍ୟନାରାୟଣ ମହାପାତ୍ର ମାମଲା ପରିଚାଳନା କରୁଥିଲେ।

Advertisment

ବନ୍ଧମୁଣ୍ଡା ଡୁ‌ର୍ମେତାରେ ଜଗ୍ରା ଏକ୍କା ଓ ତାଙ୍କର ଦୁଇ ପୁଅ କୋକା ଓ ଫଗୁ ଓରଫ ସୋମା ଏକ୍କା ରହନ୍ତି। ଗତ ୨୦୧୯ ଏପ୍ରିଲ ୨୭ ତାରିଖ ସଂଧ୍ୟାରେ ସେହି ଗ୍ରାମରେ ରେମିସ୍‌ କୁଜୁରଙ୍କ ପୁଅର କାନଫୁଡା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଦୁଇ ଭାଇ କୋକା ଓ ସୋମା ଯୋଗଦେଇଥିଲେ। ଛେଳି ମାଂସ ଭାଗବଣ୍ଟାକୁ ନେଇ ଉତ୍ସବସ୍ଥଳରେ ଦୁଇ ଭାଇଙ୍କ ମଧ୍ୟରେ ମାଡ଼ପିଟ୍‌ ହୋଇଥିଲା। ପଡ଼ୋଶୀମାନେ ବୁଝାସୁଝା କରି ଦୁଇ ଭାଇଙ୍କୁ ଘରକୁ ପଠାଇଥିଲେ। ଦୁଇ ଭାଇ ଘରକୁ ଫେରି ଆସିଥିଲେ। ଦୁହିଁଙ୍କର ରାଗ କିନ୍ତୁ ଶାନ୍ତ ପଡ଼ି ନଥିଲା। ସାନଭାଇ ସୋମା ବଡ଼ଭାଇ କୋକାକୁ କଟୁରି ବେଣ୍ଟରେ ପଛରୁ ଆଘାତ କରିଥିଲା। ଯାହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପୁଣି ମାଡ୍‌ପିଟ୍‌ ହୋଇଥବଲା। ରାଗରେ କୋକା କଟୁରି ଛଡ଼ାଇ ସାନଭାଇ ସୋମାର ବେକକୁ ହାଣି ପକାଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକ ସୋମାକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଂଧ୍ୟା ପ୍ରାୟ ସାଢ଼େ ୬ଟାରେ ଗ୍ରାମର ୱାର୍ଡସଭ୍ୟ ସୋମାରା ଏକ୍କା ହତ୍ୟା ଘଟଣା ସମ୍ପର୍କରେ ବନ୍ଧମୁଣ୍ଡା ସରପଞ୍ଚ ରବିନାରାୟଣ ମାଝିଙ୍କୁ ଜଣାଇଥିଲେ। ରବି ବନ୍ଧମୁଣ୍ଡା ଥାନା‌ରେ ଲିଖିତ ଏତଲା ଦେଇଥିଲେ। ସରପଞ୍ଚଙ୍କ ଲିଖିତ ଏତଲା ଆଧାରରେ ବନ୍ଧମୁଣ୍ଡା ପୁଲିସ ଅଭିଯୁକ୍ତ କୋକା ଏକ୍କାକୁ ଗିରଫ କରିବା ସହ ଘଟଣାସ୍ଥଳରୁ ରକ୍ତଭିଜା କଟୁରିକୁ ଜବତ କରିଥିଲା।