ମ.ରାମପୁର: ରାୟଗଡା ମ.ରାମପୁର ଅବକାରୀ ବିଭାଗ ଆଜି ଏକ ବଡ଼ଧରଣର ଚୋରା ରନ୍ଧା ଦେଶୀ ମଦ ତିଆରି ଭାଟି ଜବତ କରିବାର ସଫଳତା ମିଳିଛି। ଅବକାରୀ ବିଭାଗର ସୂଚନାରୁ ପ୍ରକାଶ ଯେ ଗୁରୁବାର ସକାଳେ କୌଣସି ସୂତ୍ରରୁ ଖବର ପାଇ ସଦଳବଳେ ମ.ରାମପୁର ଥାନା ଅନ୍ତର୍ଗତ ସିଂହପୁର ପଞ୍ଚାୟତ ଜଙ୍ଗଲ ଭିତରେ ଥିବା ଏକ ମଦ ଭାଟିକୁ ଜବତ କରିଛନ୍ତି। ଅବକାରୀ ବିଭାଗ ରେଡ କରିଆସୁଥିବା ଖବର ପାଇ ମଦ ପ୍ରସ୍ତୁତକାରୀ ଦଳ ସେଠାରୁ ଫେରାର ମାରିଥିଲେ। ଫଳରେ ବିଭାଗ ସେମାନଙ୍କୁ ଧରିବାରେ ସକ୍ଷମ ହୋଇ ପାରିନଥିଲା।
ହେଲେ ଏହି ଚଢାଉରେ ଚାରି ହଜାର ଲିଟରରୁ ଉର୍ଦ୍ଧ୍ବ ଦେଶୀ ମହୁଲ ପୋଚ, ୮୦ ଲିଟରରୁ ଉର୍ଦ୍ଧ୍ବ ବିଷାକ୍ତ ରନ୍ଧା ମଦ ସହିତ ତିଆରି ହେଉଥିବା ଭାଟିକୁ ଜବତ କରିଛି | ଯାହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାଯାଇଛି। ଏ ନେଇ ଅବକାରୀ ଅଧିକାରୀ ଦେବାଶିଷ ସିରଦାର୍ କହିଛନ୍ତି ଏଥିରେ ସଂପୃକ୍ତ ଥିବା ଦଳଙ୍କୁ ଧରିବାକୁ ଏହାର ତଦନ୍ତ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/07/24/c5adcc5a-2c32-4a0a-bb62-b27239fb1a8d-2025-07-24-21-27-52.jpg)