ଯାଜପୁର: ବେଆଇନ୍‌ ଗଞ୍ଜା ଲଢ଼େଇ ବେଳେ ୪ ପୁଲିସଙ୍କୁ ପିଟିଲେ ଲୋକେ, ହସ୍ପିଟାଲରେ ଭର୍ତ୍ତି, ୯ ଗିରଫ

ଯାଜପୁର: ବେଆଇନ୍‌ ଭାବରେ ଗଞ୍ଜା ଲଢ଼େଇ ଚାଲିଥିବା ବେଳେ ଶନିବାର ପୁଲିସ ହସ୍ତକ୍ଷେପ କରି ତା’ର ଫଳ ପାଇଛି। ସୂଚନା ଅନୁସାରେ ଯାଜପୁର ଜିଲ୍ଲାର ସୁକିନ୍ଦା ଥାନା ଅନ୍ତର୍ଗତ ବାଲିଆ ଗାଁରେ ଆଜି ବେଆଇନ୍‌ ଭାବରେ ଗଞ୍ଜା ଲଢ଼େଇ ଚାଲିଥିଲା। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଅତର୍କିତ ଭାବରେ ଚଢ଼ାଉ କରିଥିଲା। ଫଳରେ ସାଧାରଣ ଲୋକେ ଆକ୍ରୋଶ ଦେଖାଯାଇଥିଲେ।

ପୁଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ମାଡ଼ ଖାଇଛି। ଆହତ ୪ ଜଣ ପୁଲିସ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳ ଉତ୍ତେଜନାପୂର୍ଣ୍ଣ ରହିଛି। ପୁଲିସ ୯ ଜଣଙ୍କୁ ଗିରଫ କରିବା ସହିତ ୫ଟି ଗଞ୍ଜା ଓ ୪,୫୦୦ ଟଙ୍କା ଜବତ କରିଛି। ଗିରଫ ହୋଇଥିବା ଲୋକମାନେ ଜୁଆ ଖେଳରେ ସଂପୃକ୍ତ ଥିଲେ।

ସମ୍ବନ୍ଧିତ ଖବର