ଦୀର୍ଘ ଦଶ ବର୍ଷ ପରେ ପାନୀୟ ଉପଯୋଗୀ ହେଲା ଗଙ୍ଗା ଜଳ: ପରୀକ୍ଷା ପରେ ମତ ରଖିଲେ ବିଶେଷଜ୍ଞ

ଡେରାଡୁନ୍‌: ବର୍ଷ ବର୍ଷ ଧରି ମୁହଁରେ ଦବା ଅବସ୍ଥାରେ ନଥିବା ଗଙ୍ଗା ଜଳକୁ ଏବେ ପାନୀୟ ଜଳ ଭାବେ ବ୍ୟବହାର କରାଯାଇପାରିବ ବୋଲି ଗବେଷକମାନେ ସୂଚନା ଦେଇଛନ୍ତି। ଦେଶରେ କରୋନା ଭାଇରସ୍‌ ଯୋଗୁ ଦୀର୍ଘ ଦିନ ଧରି ଲାଗୁ ହୋଇଥିବା ଲକ୍‌ଡାଉନ୍‌ ହେତୁ ଏହି ସୁଫଳ ମିଳିଥିବା ଜାଣିବାକୁ ମିଳିଛି। ଇଣ୍ଡିଆନ୍‌ ଇନ୍‌ଷ୍ଟିଚିଉଟ୍‌ ଅଫ୍‌ ଟେକ୍‌‌ନୋଲୋଜି(ଆଇଆଇଟି),ରୁର୍‌କି ଏ ନେଇ ନିକଟରେ ଏକ ଗବେଷଣା କରି ସୂଚନା ପ୍ରଦାନ କରିଛି।

ଗଙ୍ଗାର ସ୍ବଚ୍ଛତାରେ ନିଜର ଖୁସି ବ୍ୟକ୍ତ କରି ଉତ୍ତରାଖଣ୍ଡ ପରିବେଷ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିଜିଓନାଲ୍‌ ଅଫିସର୍‌ ଆର୍‌କେ କଥାୟତ୍‌ କହିଛନ୍ତି କି ‘ଲକ୍‌ଡାଉନ୍‌ ହେତୁ ଗଙ୍ଗା ଏବେ ଟିକେ ନିଶ୍ବାସ ନେଇ ପାରୁଛି।’


Wikipedia

ସୂଚନା ରହିଛି ଯେ ପୂର୍ବରୁ ଯେଉଁ ୨୨ଟି ସିୱେଜ୍‌ ଡ୍ରେନ୍‌ର ମଇଳା ପାଣି ଗଙ୍ଗା ନଦୀକୁ ଛଡ଼ା ଯାଉଥିଲା ଲକ୍‌ଡାଉନ୍‌ ହେତୁ ସେସବୁକୁ ସିଲ୍‌ଡ କରାଯାଇଛି। ଫଳରେ ଗଙ୍ଗା ଜଳ ପୂର୍ବାପେକ୍ଷା ସଫା ରହିପାରୁଛି।

ଆଇଆଇଟି କାନ୍‌ପୁର ଦ୍ବାରା ନି‌ୟୋଜିତ କରାଇଥିବା ଆଇଆଇଟି, ରୁର୍‌କିକୁ ଉତ୍ତରକାଶୀର ଜିଲ୍ଲା ଦେବପ୍ରୟାଗରୁ ନେଇ ହରିଦ୍ବାରାର ହର୍‌ କି ପୟରି ପର୍ଯ୍ୟନ୍ତ ଗଙ୍ଗାକୁ ପରୀକ୍ଷଣ କରିଛି।

ଏନ୍‌ଭର୍‌ମେଣ୍ଟାଲ୍‌ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଅବସର୍‌ ଅହମ୍ମଦ ଖାନଙ୍କ କହିବାନୁଯାୟୀ, ‘କେନ୍ଦ୍ର ପଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ ଆମ ବିଶେଷଜ୍ଞମାନେ ଦେବପ୍ରୟା‌ଗରୁ ନେଇ ହର୍‌ କି ପୟରି ପର୍ଯ୍ୟନ୍ତ ପରିକ୍ଷଣ କରିଥିବା ଗଙ୍ଗା ଜଳ ‘ଏ’(ସବୁଠାରୁ ଭଲ) ଶ୍ରେଣୀରେ ଯାଉଛି, ଯାହାକି ପାନୀୟ ଉପଯୋଗୀ। ମାତ୍ର ପିଇବା ପୂର୍ବରୁ ପାଣିରେ କ୍ଲୋରିନ୍‌ ବଟିକା ମିଶାଇ ବିସୁଦ୍ଧ କରିବା ଉଚିତ।’

 

ସମ୍ବନ୍ଧିତ ଖବର