ବିବାହ ରୋକି ପାରିଲାନି ଲକ୍‌ଡାଉନ୍‌: ଅନ୍‌ଲାଇନ୍‌ରେ ପରସ୍ପରଙ୍କ ହାତ ଧରିଲେ ବର-କନ୍ୟା

ମୁମ୍ବାଇ: ବିବାହରେ ବାଧା ସାଜି ପାରିଲାନି ଲକ୍‌ଡାଉନ୍‌। କରୋନା ଭାଇରସ୍‌କୁ ରୋକିବା ପାଇଁ ଭାରତ ସରକାର ନେଇଥିବା ଲକ୍‌ଡାଉନ୍‌ ନିଷ୍ପତ୍ତି ସାରା ଦେଶକୁ ମନ୍ଥର କରି ଦେଇଛି। ହେଲେ ବିବାହ ପାଇଁ ତାରିଖ ପକ୍କା ହୋଇ ସାରିଥିବା ବର-କନ୍ୟାଙ୍କୁ ଆଦୌ ବି ରୋକି ପାରିନାହିଁ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଲକ୍‌ଡାଉନ୍‌ ସମୟରେ କୌଣସି ସାମାଜିକ ଉତ୍ସବ କରିବାକୁ ବାରଣ ରହିଥିବା ବେଳେ ମର୍‌ଚାଣ୍ଟ ନାଭି ଅଫିସର୍‌ ପ୍ରୀତ ସିଂହ ଓ ଦିଲ୍ଲୀର ଝିଅ ନିତ୍‌ କୌର ପରସ୍ପରଙ୍କୁ ଅନ୍‌ଲାଇନ୍‌ରେ ବିବାହ କରିଛନ୍ତି।

ସେମାନଙ୍କର ଏପ୍ରିଲ୍‌ ୪ ତାରିଖରେ ବିବାହ ସ୍ଥିର ହୋଇଥିଲା। ମାତ୍ର କରୋନା ସଂକ୍ରମଣ ପାଇଁ ବିବାହ ହୋଇ ପାରିବା ପରିସ୍ଥିତିରେ ନ ଥିଲା। ମାତ୍ର ଦୀର୍ଘ ଦିନ ଧରି ପରସ୍ପରଙ୍କୁ ବିବାହ କରିବାକୁ ଅପେକ୍ଷା କରି ରହିଥିବା ବର-କନ୍ୟା ଏକଥାକୁ ମାନିବାକୁ ନାରାଜ ଥିଲେ। ଶେଷରେ ନିଷ୍ପତ୍ତି ଏୟା ହେଲା ଯେ କାନ୍ନାଡା, ଅଷ୍ଟ୍ରେଲିଆ ଓ ଦୁବାଇ ଆଦି ଦୂରଦୁରାନ୍ତରେ ଥିବା ବନ୍ଧୁ ଓ ସଂପର୍କୀୟଙ୍କ ଆଶୀର୍ବାଦ ନେଇ ସେମାନେ ଭିଡିଓ କନଫରେନ୍ସିଂ ଜରିଆରେ ବିବାହ କରିବେ। ଶେଷରେ ସେୟା ହିଁ ହେଲା। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପରସ୍ପରଙ୍କ ହାତ ଧରିଲେ ପ୍ରୀତ ଓ ନିତ୍‌।

 

ସମ୍ବନ୍ଧିତ ଖବର