ଆମେଥି: କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ ଆମେଥିରୁ ନିଜର ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ପୂଜାର୍ଚ୍ଚନା କରୁଥିବାର ନଜର ଆସିଛନ୍ତି। ସେ ଆମେଥିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ। ପୂଜାରେ ସ୍ମୃତିଙ୍କ ସ୍ୱାମୀ ଜୁବିନ୍ ଇରାନୀଙ୍କୁ ବି ଦେଖିବାକୁ ମିଳିଛି।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମେଥିରୁ ଗତକାଲି ତାଙ୍କ ନାମାଙ୍କଦ ଦାଖଲ କରିଛନ୍ତି। ରାହୁଲଙ୍କ ସହ ତାଙ୍କ ମାଆ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଭଉଣୀ ତଥା କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ଭିଣୋଇ ରୋବର୍ଟ ଭଦ୍ରାଙ୍କୁ ଦେଖିବାକୁ ମିଳିଥିଲା। ପ୍ରିୟଙ୍କା ଓ ରୋବର୍ଟଙ୍କ ଦୁଇ ପୁଅ ମଧ୍ୟ ଦେଖିବାକୁ ମିଳିଥିଲେ।
/sambad/media/post_attachments/wp-content/uploads/2019/04/sonia-smriti-300x167.jpg)
ଆମେଥିରେ ମେ ୬ ତାରିଖରେ ପଞ୍ଚମ ପର୍ଯ୍ୟାୟରେ ନିର୍ବାଚନ ହେବ। ୨୦୧୪ ମସିହା ନିର୍ବାଚନରେ ରାହୁଲ ପାଖାପାଖି ୧ ଲକ୍ଷ ଭୋଟ୍ରେ ସ୍ମୃତି ଇରାନୀଙ୍କଠାରୁ ପରାଜିତ ହୋଇଥିଲେ।
ଉତ୍ତରପ୍ରଦେଶରେ ଆଜିଠାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ମତଦାନ ପ୍ରକ୍ରିୟା ମେ ୧୯ ତାରିଖରେ ଶେଷ ହେବ। ଭୋଟ ଗଣତି ମେ ୨୩ ତାରିଖରେ ହେବ ବୋଲି ସୂଚନା ରହିଛି।