ପାଟନା: ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ବିଭିନ୍ନ ରାଜନୈତିକ ଦଳ ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ଜୋରସୋର ପ୍ରଚାରରେ ଲାଗିପଡ଼ିଛନ୍ତି। ଏପ୍ରିଲ ୨୩ରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ୧୧୭ଟି ଲୋକସଭା ଆସନ ପାଇଁ ଭୋଟର ଭୋଟ ଦେବେ। ଏଥିପାଇଁ ବିଭିନ୍ନ ରାଜନେତାଙ୍କ ଚାଲିଥିବା ନିର୍ବାଚନ ପ୍ରଚାର ଆଜି ସନ୍ଧ୍ୟାରେ ଶେଷ ହୋଇଛି। ଏହାପୂର୍ବରୁ ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୧ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୮ ତାରିଖରେ ହୋଇଥିଲା।
/sambad/media/post_attachments/wp-content/uploads/2019/04/images-1-10.jpg)
ସୂଚନାଯୋଗ୍ୟ, ୧୩ଟି ରାଜ୍ୟ ମଧ୍ୟରୁ ଦୁଇଟି କେନ୍ଦ୍ରଶାସିତ ରାଜ୍ୟରୁ ଲୋକସଭା ନିର୍ବାଚନ ପାଇଁ ୧୧୬ଟି କ୍ଷେତ୍ରରୁ ମଙ୍ଗଳବାର ଅର୍ଥାତ ଏପ୍ରିଲ ୨୩ରେ ମତଦାନ ହେବ। ଜମ୍ମୁକଶ୍ମୀରରେ ୧, କର୍ଣ୍ଣାଟରେ ୧୪, କେରଳରେ ୨୦, ମହାରାଷ୍ଟ୍ରରେ ୧୪, ଓଡ଼ିଶାରେ ଛଅ, ଛତିଶଗଡ଼ରେ ସାତ, ଗୁଜୁରାଟରେ ୨୬, ଗୋଆରେ ଦୁଇଟି, ଉତ୍ତରପ୍ରଦେଶରେ ୧୦, ପଶ୍ଚିମବଙ୍ଗରେ ୫, ଆସମରେ ୪ ଓ ବିହାରରେ ୫ଟି ଆସନ ପାଇଁ ମତଦାନ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/lok-sabha-elections-2019-first-phase-polling_7e71d366-5c66-11e9-93dc-bd285d0e4b85.jpg)