ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଶୁକ୍ରବାର ଘୋଷଣା ହୋଇଛି କି ଦଳ ଦିଲ୍ଲୀର ୭ଟି ଯାକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏକୁଟିଆ ନିର୍ବାଚନ ଲଢ଼ିବ। ଦିଲ୍ଳୀର ପାର୍ଟି-ଇନ୍-ଚାର୍ଜ ପିସି ଚାକୋ ଅଭିଯୋଗ ଆଣି କହିଛନ୍ତି କି ‘ରାଜଧାନୀ ଦିଲ୍ଲୀରେ ବିଜେପି ବିରୋଧରେ ମେଣ୍ଟ ନ ହୋଇପାରିବା ପାଇଁ ଆମ୍ ଆଦ୍ମି ପାର୍ଟି(ଆପ୍) ହିଁ ଦାୟୀ।’
‘ଏପରିକି ଆମେ ଆଜି ବି ଆପ୍ ସହ ଗଠବନ୍ଧନ ପାଇଁ ରାଜି ଅଛୁ। ମେଣ୍ଟରେ ୩ଟି ଆସନ କଂଗ୍ରେସକୁ ଓ ୪ଟି ଆସନ ଆପ୍କୁ ମିଳିବାର ହୋଇଥିବା ଚୁକ୍ତିରେ ଆମକୁ କୌଣସି ଅସୁବିଧା ନାହିଁ।’ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଚାକୋ ଏପରି କହିଛନ୍ତି।
ଗତ ନିର୍ବାଚନରେ ରାଜଧାନୀ ଦିଲ୍ଲୀରେ କଂଗ୍ରେସକୁ ୨୧ ପ୍ରତିଶତ ମତ ମିଳିଥିବା ବେଳେ ଆପ୍କୁ ୨୬ ପ୍ରତିଶତ ମତ ମିଳିଥିଲା। ଦୁଇ ଦଳଙ୍କ ଭୋଟ ମିଶାଇଦେଲେ ସମୁଦାୟ ୪୭ ପ୍ରତିଶତ ଭୋଟ ଆମେ ଜିତିଥିଲୁ। ଦିଲ୍ଳୀରେ ଆପ୍-କଂଗ୍ରେସ ମେଣ୍ଟ ହୋଇଥିଲେ ୩ଟି ଆସନ କଂଗ୍ରେସ ଓ ୪ଟି ଆସନ ଆପ୍କୁ ମିଳିଥାନ୍ତା ବୋଲି ଚାକୋ କହିଛନ୍ତି।