ବିଜେପି ଜାରି କଲା ସଂକଳ୍ପ ପତ୍ର: ଏହି ସବୁ ଦିଗକୁ ଦିଆଯାଇଛି ଗୁରୁତ୍ୱ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ୨୦୧୯ ର୍ନିବାଚନ ବୈତରଣୀ ପାର ହେବା ପାଇଁ ଆଣିଛି ସଙ୍କଳ୍ପ ପତ୍ର। ଭାରତୀୟ ଜନତା ପାର୍ଟି ସଙ୍କଳ୍ପ ପତ୍ରରେ ରାଷ୍ଟ୍ରୀୟ ସୁରକ୍ଷା, ଯୁବଗୋଷ୍ଠୀ, ମହିଳାଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି। ଦଳ୨୦୧୯ ପାଇଁ ସମସ୍ତଙ୍କୁ ନ୍ୟାୟ, ସମସ୍ତଙ୍କ ବିକାଶ, ଗରିବ କଲ୍ୟାଣ ପରି ବିଷୟବସ୍ତୁକୁ ସାମିଲ କରିଛି।

୧. ସମସ୍ତଙ୍କୁ ନ୍ୟାୟ :
– ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ଆଦି ସମସ୍ତଙ୍କୁ ସମାନ ସୁଯୋଗ।
– ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ

୨. ସବକା ବିକାଶ :
– ସମସ୍ତଙ୍କ ପାଇଁ ସୁଲଭ ଶିକ୍ଷା, ୨୦୦୦ ଜନସଂଖ୍ୟା ବିଶିଷ୍ଟ ଅନୁସୂଚିତ ଜନଜାତି ଅଂଚଳରେ ନବୋଦୟ ବିଦ୍ୟାଳୟ, ପାଠ ପଢ଼ା ସହ ଖେଳର ସୁବିଧା।
– ସାରାଦେଶରେ ୫୦ ହଜାର ବିକାଶ କେନ୍ଦ୍ର ସ୍ଥାପନାର ପ୍ରତିଶ୍ରୁତି।
– ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତିଶ୍ରୁତି।

୩. ଗରିବ କଲ୍ୟାଣ
– ଗରିବ ସୀମାରେଖା ତଳେ ଥିବା ପରିବାରଙ୍କ ସଂଖ୍ୟା କମ୍‌ କରିବା ପାଇଁ ପ୍ରତିଶ୍ରୁତି
– ୨୦୨୨ ପର୍ଯ୍ୟନ୍ତ ସମସ୍ତ ପରିବାରକୁ ପକ୍କା ଘର।
– ଖାଦ୍ୟ ସୁରକ୍ଷା ଯୋଜନା ଅନୁସାରେ ସମସ୍ତଙ୍କୁ ଗହମ, ଚାଉଳ, ପ୍ରଦାନ କରାଯାଇଛି। ଯୋଜନାରେ ଏବେ ଚିନିକୁ ମଧ୍ୟ ସାମିଲ କରାଯିବ। ଯାହା ଦ୍ୱାରା ୮୦ କୋଟି ଲୋକଙ୍କୁ କିଲୋ ପ୍ରତି ୧୩ ଟଙ୍କାରେ କିଲୋ ପ୍ରତି ମାସରେ ଚିନି ମିଳିପାରିବ।
– ପ୍ରତି ୫ କିମିରେ ବ୍ୟାଙ୍କିଂ ସୁବିଧା।

୪. ଛୋଟ ଦୋକାନୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରମ ମାନଧନ ଯୋଜନା ସାମିଲ କରାଯିବ। ଏବେ ସେମାନଙ୍କୁ ମାସିକ ୩୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

୫. ସମସ୍ତ କୃଷକଙ୍କୁ ସମୃଦ୍ଧି ଯୋଜନାରେ ସାମିଲ କରାଯିବ। ଅର୍ଥାତ ଦେଶର ସମସ୍ତ କୃଷକ ଏବେ ମାସିକ ୬୦୦୦ ଲେଖାଏଁ ପାଇବେ।

ସମ୍ବନ୍ଧିତ ଖବର