ନୂଆଦିଲ୍ଲୀ: ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ‘ଫିର୍ ଏକ୍ ବାର ମୋଦୀ ସାରକାର’ ଟ୍ୟାଗ୍ ଲାଇନ୍ ବ୍ୟବହାର କରି ଏକ ପ୍ରଚାର ମ୍ୟୁଜିକ୍ ଭିଡିଓ ଜାରି କରିଛି। ଏପର୍ଯ୍ୟନ୍ତ ବିଜେପିର ନିର୍ବାଚନୀ ଇସ୍ତହାର ପ୍ରକାଶ ପାଇନାହିଁ।
ପ୍ରକାଶ ପାଇଥିବା ଗୀତର ପ୍ରଥମ ଧାଡ଼ି ରହିଛି ‘ଚଲୋ ଫିର୍ ଏକ୍ ବାର ମୋଦୀ ସରକାର ବନାତେ ହେ’। ଏହି ଭିଡିଓରେ ଦେଖିବାକୁ ମିଳିଛି ମୋଦୀଙ୍କ ଅନେକ ସଫଳତାର କଥା। ପାକିସ୍ତାନ ଉପରେ ଭାରତୀୟ ବାୟୁସେନା କରିଥିବା ଏୟାର୍ ଷ୍ଟ୍ରାଇକ୍ ପରଦିନର ବିଭିନ୍ନ ଖବରକାଗଜର ସ୍କ୍ରିନ୍ସଟ୍ ଏହି ଭିଡିଓରେ ସାମିଲ୍ କରାଯାଇଛି।
चलो फिर एक बार हम मोदी सरकार बनाते हैं,
चलो मिलकर साथ आगे देश को बढ़ाते हैं। #PhirEkBaarModiSarkar#IsBaarPhirModipic.twitter.com/6I5vi6B71Y
— BJP (@BJP4India) 7 April 2019
ନିର୍ବାଚନ ଆରମ୍ଭ ହେବାର ମାତ୍ର ୪ ଦିନ ପୂର୍ବରୁ ବଜେପିର ପ୍ରଚାର ଭିଡିଓ ମତଦାତାଙ୍କୁ ଖୁବ୍ ପ୍ରଭାବିତ କରିପାରେ ବୋଲି ଅନୁମାନ ଲଗାଯାଉଛି। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନ ଏପ୍ରିଲ୍ ୧୧ରୁ ଆରମ୍ଭ ହୋଇ ମେ ୧୯ରେ ଶେଷ ହେବ। ମେ ୨୩ ତାରିଖରେ ଫଳାଫଳ ଘୋଷଣା ହେବ।