ବିହାରର ୪୦ ଆସନ ପାଇଁ ଏନ୍‌ଡିଏର ତାଲିକା ଜାରି, ଜାଣନ୍ତୁ କେଉଁ ଆସନରୁ କେଉଁ ଦଳ ଦେବେ ପ୍ରାର୍ଥୀ

ପାଟଣା: ବିହାର ଏନ୍‌ଡିଏରେ ଲୋକସଭା ନିର୍ବାଚନକୁ ନେଇ ଆସନ ଗୁଡ଼ିକ ପାଇଁ ରବିବାର ପ୍ରାର୍ଥୀ ତାଲିକା ଜାରି ହୋଇଛି। ବିହାରର ୪୦ ଲୋକସଭା ଆସନରେ ଏନଡିଏର ସହଯୋଗୀ ଦଳ ମଧ୍ୟରେ ପ୍ରର୍ଥୀଙ୍କର ଦ୍ୱାରା ଆସନ ବାଣ୍ଟି ଦିଆଯାଇଛି। ଜନତା ଦଳ ୟୁନାଇଟେଡ କାର୍ଯ୍ୟାଳୟରେ ଏନଡିଏର ସହଯୋଗୀ ଦଳ ଲୋକ ଜନଶକ୍ତି ପାର୍ଟି, ଭାରତୀୟ ଜନତା ପାର୍ଟି ଓ ଜେଡିୟୁ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଏହି ତାଲିକା ଜାରି ହୋଇଛି। ମାତ୍ର ତାଲିକା ଜାରି କରିବା ପୂର୍ବରୁ ନୀତିଶ କୁମାରଙ୍କୁ ବିଜେପି ରାଜ୍ୟ ସଭାପତି ନିତ୍ୟାନନ୍ଦ ରାୟ ଭେଟିଛନ୍ତି।

ନିତ୍ୟାନନ୍ଦ ରାୟ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ୨ ଥର ଭେଟିଛନ୍ତି। କୁହାଯାଉଛି ଯେ, କିଛି ଆସନକୁ ନେଇ ଜେଡିୟୁ ଏବଂ ବିଜେପି ମଧ୍ୟରେ ଅସ୍ପଷ୍ଟତା ରହୁଥିଲା ତାହାରି ଉପରେ ନିଷ୍ପତ୍ତି ହୋଇଛି। ଏହା ପରେ ଏନ୍‌ଡିଏ ପ୍ରାର୍ଥୀତ୍ୱ ଘୋଷଣା କରିଛି।

ପୂର୍ବରୁ ଆଶା କରାଯାଉଥିଲା ଯେ, ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ମାତ୍ର କେଉଁ ଆସନରୁ କେଉଁ ଦଳ ଲଢ଼ିବ ତାହା ଘୋଷଣା ହୋଇଛି। ପୂର୍ବ ନିର୍ଦ୍ଧାରିତ ବୁଝାମଣା ଅନୁସାରେ ଆସନ ବୁଝାମଣା ହୋଇଛି। ଜେଡିୟୁ-ବିଜେପିକୁ ୧୭-୧୭ ଆସନ ମିଳିଥିବା ବେଳେ ଏଲଜେପିକୁ ମିଳିଛି ୬ ଆସନ।

ଜେଡିୟୁ ଆସନ:


ବାଲ୍ମିକୀ ନଗର, ନାଳନ୍ଦା, ଜହାନାବାଦ, ପୂର୍ଣ୍ଣିଆ, ମୁଙ୍ଗେର, ସିଓ୍ଵାନ, ସୀତାମଢ଼ୀ, ବାଙ୍କା, କିଶନଗଂଜ, ମଧେପୁରା, କାରକାତ, ଝଝାରପୁର, ଗୋପାଳଗଂଜ, ସୁପୌଲ, ଗୟା, କଟିହାର, ଭାଗଲପୁର

ଏଲଜେପି ଆସନ:
ହାଜିପୁର, ବୈଶାଳୀ, ସମସ୍ତୀପୁର, ଜମ୍ମୁଇ, ଖଗଡିୟା, ମଓ୍ଵାଦା

ବିଜେପି ଆସନ:

ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ଶିଓ୍ଵହର, ମଧୁବନୀ, ଅରରିଆ, ମୁଜାଫରପୁର, ମହାରାଜଗଂଜ, ସାରଣ, ଉଜିୟାରପୁର, ବେଗୁସରାଇ, ପାଟନା ସାହିବ, ପାଟଳିପୁତ୍ର, ସାସାରାମ, ଦରଭଂଗା, ଆରା, ବକ୍ସର, ଔରଙ୍ଗାବାଦ

ସମ୍ବନ୍ଧିତ ଖବର