ନୂଆଦିଲ୍ଲୀ: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏପ୍ରିଲ୍‌ ୧୧ ତାରିଖରୁ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଆରମ୍ଭ ହୋଇଯିବ। ଏଥର ନିର୍ବାଚନ ଲଢୁଥିବା ସମୁଦାୟ ୧୨୭୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୨୬୬ ଜଣ ପ୍ରାର୍ଥୀଙ୍କ ସତ୍ୟପାଠ ନିର୍ବାଚନ କମିସନ େଓ୍ଵବ୍‌ସାଇଟ୍‌ରେ ଅପଲୋଡ ହୋଇଛି। େଓ୍ଵବ୍‌ସାଇଟ୍‌ରେ ଅପ୍‌ଲୋଡ ହୋଇଥିବା ୧୨୬୬ ଜଣ ପ୍ରାର୍ଥୀଙ୍କୁ ନେଇ ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ(ଏଡିଆର୍‌) ପକ୍ଷରୁ ଏକ ବିଶ୍ଳେଷଣ କରାଯାଇଛି।

Advertisment

publive-image

ବିଶ୍ଳେଷଣରୁ ଜାଣିବାକୁ ମିଳିଛି ଯେ ଏମାନଙ୍କ ମଧ୍ୟରୁ ୨୧୩ ଜଣ(୧୭%) ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ୧୪୬ ଜଣ( ୧୨%) ପ୍ରାର୍ଥୀଙ୍କ ମଧ୍ୟରେ ଗୁରୁତର ଅପରାଧିକ ମାମଲା ରହିଛି। ଏମାନଙ୍କ ମଧ୍ୟରୁ ୧୨ ଜଣ ପ୍ରାର୍ଥୀ ସେମାନଙ୍କ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହୋଇ ସାରିଛନ୍ତି। ସେହିପରି ୧୦ ଜଣ ହତ୍ୟା ସମ୍ଭନ୍ଧିତ ମାମଲାରେ ଛନ୍ଦି ହୋଇଛନ୍ତି। ୨୫ ଜଣଙ୍କ ବିରୋଧରେ ରହିଛି ହତ୍ୟା ଉଦ୍ୟମ ଅଭିଯୋଗ। ୪ ଜଣଙ୍କ ବିରୋଧରେ ଅପହରଣ ମାମଲା ରହିଛି। ମହିଳାଙ୍କ ସଂପର୍କିତ ଅପରାଧ ଅଭିଯୋଗ ୧୬ ଜଣଙ୍କ ମୁଣ୍ଡରେ ରହିଥିବା ବେଳେ ୧୨ ଜଣଙ୍କ ବିରୋଧରେ ଅଶାଳୀନ ଭାଷା ପ୍ରୟୋଗ ଅଭିଯୋଗ ରହିଛି।

publive-image

ଏହି ବିଶ୍ଳେଷଣରୁ ଆହୁରି ବି ଜାଣିବାକୁ ମିଳିଛି ଯେ ଏଥର ନିର୍ବାଚନ ଲଢୁଥିବା ୪୦୧ ପ୍ରାର୍ଥୀ ଅର୍ଥାତ, ୩୨ ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି କୋଟିପତି। ଆକଳନରୁ ଜାଣିବାକୁ ମିଳିଛି ଯେ ଏହି ସମସ୍ତ ସମ୍ପତ୍ତିକୁ ହିସାବ କଲେ ଜଣେ ପ୍ରାର୍ଥୀଙ୍କ ମୁଣ୍ଡ ପିଛା ହାରାହାରି ୬.୬୩ କୋଟି ଟଙ୍କା ପଡୁଛି। କୋଟିପତିଙ୍କ ଭିତରୁ ଶୀର୍ଷ ୩ ଜଣକ ଭିତରେ ଅଛନ୍ତି ତେଲେଙ୍ଗାନାର କୋଣ୍ଡା ବିଶ୍ୱେଶ୍ୱର ରେଡ୍ଡି, ଆନ୍ଧ୍ରପ୍ରଦେଶର ପ୍ରସାଦ ଭୀରା ପୋଟଲୁରି ଏବଂ କନୌମୁରୁ ରଘୁ ରାମ କ୍ରିଷ୍ଣା ରାଜୁ।