ମୁମ୍ବାଇ: ମହାରାଷ୍ଟ୍ରର ଅହମଦନଗର ଲୋକସଭା ସିଟ୍‌ରୁ ସ୍ୱାମୀ-ସ୍ତ୍ରୀ ଜଣେ ଅନ୍ୟ ଜଣଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି। ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସୁଜୟ ବିଖେ ପାଟିଲ ଓ ତାଙ୍କ ପତ୍ନୀ ଦୁହେଁ ଅହମଦନଗର ଲୋକସଭା ସିଟ୍‌ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏପରି କରିବାର କାରଣ ହେଉଛି  ଯଦି  କୌଣସି କାରଣବଶତଃ ସୁଜୟଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଏ ତାଙ୍କ ପତ୍ନୀ ନିର୍ବାଚନୀ ମୈଦାନ୍‌ରେ ରହିବେ।

Advertisment

publive-image The Hindu

ଗୁରୁବାର ସୁଜୟଙ୍କ ପତ୍ନୀ ଧନଶ୍ରୀ ଅହମ୍ମଦାବାଦ ସିଟ୍‌ରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଚଳିତ ଥର ସୁଜୟଙ୍କ ଅଫିସ ତରଫରୁ କୁହାଯାଇଛି କି, ଏହା ଏକ ଐତିହାସିକ ପଦକ୍ଷେପ ହେବ । ଯଦି କୌଣସି କାରଣରୁ ସୁଜୟଙ୍କ ନୋମିନେସନ୍‌ରେ ସମସ୍ୟା ଆସେ ତେବେ ତାଙ୍କ ପତ୍ନୀ ଏହି ସିଟ୍‌ ପାଇଁ ରହି ପାରିବେ। ତେବେ ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ କି ଅହମ୍ମଦନଗର ସିଟ୍‌ରୁ ବିଜେପିର ଦିଲୀପ ଗାନ୍ଧି ସାଂସଦ ରହିଛନ୍ତି। କିନ୍ତୁ ଚଳିତ ଥର ପାର୍ଟି ତାଙ୍କ ସ୍ଥାନରେ ସୁଜୟଙ୍କୁ ନିର୍ବାଚନ ମୈଦାନକୁ ଓହ୍ଲାଇଛି।