ଦେଓଗାଁ: ୟୁରିଆ ସାରକୁ ନେଇ ଚାଷୀ ରାଜରାସ୍ତାରେ ଆନ୍ଦୋଳନ କରୁଥିବା ବେଳେ ପ୍ୟାକ୍ସ୍ କୁ ଆସିଥିବା ୟୁରିଆ ସାର ନେବା ପାଇ ଲାଇନ ଲାଗିଛି ଆଧାର କାର୍ଡ। ରାତି ୩ଟା ରୁ ଆଧାର କାର୍ଡ ଆଣି ଲାଇନ ଲଗାଇଛନ୍ତି ଚାଷୀ। ବଲାଙ୍ଗୀରଜିଲ୍ଲା ଦେଓଗାଁ ବ୍ଲକ ଗୌଡଗୋଠ ପ୍ୟାକ୍ସରେ ବୁଧବାର ସକାଳୁ ସକାଳୁ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା।
କୃଷି ସମବାୟ ସମିତି ସମ୍ମୁଖରେ ଲାଇନ୍ ରେ ନାହାନ୍ତି ଚାଷୀ, ଲମ୍ବା ଲାଇନରେ ଲାଗିଛି ଆଧାର କାର୍ଡ । ୮ଶହ ରୁ ଅଧିକ ଚାଷୀ ଲାଇନ୍ ରେ ଛିଡ଼ା ହେବା ଅସମ୍ଭବ ହୋଇଥିବାରୁ ଆଧାର କାର୍ଡକୁ ଲମ୍ବା ଲାଇନ ଲଗାଇଛନ୍ତି। ଗୌର ଗୋଠ ପ୍ୟାକ୍ସ୍ ରେ ୭୬୦ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକୃତ କରିଥିବା ବେଳେ ୩୧୫ ବସ୍ତା ସାର ଆସିଛି।

ପ୍ରଥମେ ଋଣ ନେଇଥିବା ଚାଷୀଙ୍କୁ ୟୁରିଆ ସାର ଦେବାର ନିୟମ ସରକାର କରିଥିବାରୁ ଅଣ ଋଣୀ ଚାଷୀ ଆଧାର କାର୍ଡ ଲାଇନରେ ଲଗାଇ ଚିନ୍ତାରେ ରହିଛନ୍ତି। ତେବେ କମ୍ ସାର ଥିବା ବେଳେ ଅଧିକ ଚାଷୀ ଲାଇନ ଲାଗିଥିବାରୁ ଚିନ୍ତାରେ ରହିଛନ୍ତି ପ୍ୟାକ୍ସ୍ କର୍ତ୍ତୃପକ୍ଷ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/10/titled-2025-09-10-09-45-59.png)