ବାହାନଗା :ଶ୍ରୀଜଙ୍ଗ -ଗୋପାଳପୁର ରାସ୍ତା ଶ୍ରୀଜଙ୍ଗ ଅନତି ଦୂରରେ ଗତ କାଲି ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା। ବାଲେଶ୍ଵରରୁ ନିଜ କାର୍ଯ୍ୟ ସାରି ଘରକୁ ଫେରୁ ଥିବା ବେଳେ ଦୁଇ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟିନେଲେ ଏକ ବାଇକ ଓ ନଗଦ ୩୦ହଜାର ଟଙ୍କା ।
ବାରାହାପୁର ଅଞ୍ଚଳର ବିଶ୍ଵଜିତ ସାହୁ (୩୧) ଓ ଖରିଦା ଅଞ୍ଚଳର ଜିତେଶ ବେହେରା(୩୨) ବାଲେଶ୍ଵରରୁ ଅଫିସ କାମ ସାରି ଫେରୁ ଥିବାବେଳେ ୩ଜଣ ଯୁବକ ଏକ ସ୍କୁଟିରେ ଆସି ଦୁଇ ଜଣଙ୍କ ବାଇକ ଆଗରେ ସ୍କୁଟି ରଖି ରାସ୍ତା ଅଟକାଇ ଥିଲେ। ପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ବାଇକ ଚଲାଉଥିବା ଜିତେଶ ହେଲମେଟ ପିନ୍ଧି ଥିବାରୁ ସେ ବର୍ତ୍ତି ଯାଇଥିଲେ । ପଛରେ ବସି ଥିବା ବିଶ୍ଵଜିତଙ୍କ ମୁଣ୍ଡକୁ ଦୁର୍ବୃତ୍ତମାନେ ଆକ୍ରମଣ କରି ଥିଲେ। ଫଳରେ ସେ ରକ୍ତ ଜୁଡୁବୁଡୁ ହୋଇ ବାଇକ ଓ ଏକ ବ୍ୟାଗରେ ଥିବା ୩୦ହଜାର ଟଙ୍କା ଛାଡ଼ି ପଳାଇ ଯାଇଥିଲେ । ଏହି ସୁଯୋଗରେ ଦୁର୍ବୁତ୍ତମାନେ ଟଙ୍କା ଓ ବାଇକ ନେଇ ଫେରାର ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକତ୍ସା ପାଇଁ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ପରିଲକ୍ଷିତ କରି ବିଶ୍ଵଜିତଙ୍କୁ ବାଲେଶ୍ଵର ସଦର ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ ।
ସୂଚନା ଅନୁସାରେ ବାରାହାପୁର ଅଞ୍ଚଳର ବିଶ୍ଵଜିତ ସାହୁ (୩୧) ଓ ଖରିଦା ଅଞ୍ଚଳର ଜିତେଶ ବେହେରା(୩୨) ବାଲେଶ୍ଵରରୁ ଅଫିସ କାମ ସାରି ଫେରୁ ଥିବାବେଳେ ୩ଜଣ ଯୁବକ ଏକ ସ୍କୁଟିରେ ଆସି ଦୁଇ ଜଣଙ୍କ ବାଇକ ଆଗରେ ସ୍କୁଟି ରଖି ରାସ୍ତା ଅଟକାଇ ଥିଲେ। ପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ବାଇକ ଚଲାଉଥିବା ଜିତେଶ ହେଲମେଟ ପିନ୍ଧି ଥିବାରୁ ସେ ବର୍ତ୍ତି ଯାଇଥିଲେ । ପଛରେ ବସି ଥିବା ବିଶ୍ଵଜିତଙ୍କ ମୁଣ୍ଡକୁ ଦୁର୍ବୃତ୍ତମାନେ ଆକ୍ରମଣ କରି ଥିଲେ। ଫଳରେ ସେ ରକ୍ତ ଜୁଡୁବୁଡୁ ହୋଇ ବାଇକ ଓ ଏକ ବ୍ୟାଗରେ ଥିବା ୩୦ହଜାର ଟଙ୍କା ଛାଡ଼ି ପଳାଇ ଯାଇଥିଲେ । ଏହି ସୁଯୋଗରେ ଦୁର୍ବୁତ୍ତମାନେ ଟଙ୍କା ଓ ବାଇକ ନେଇ ଫେରାର ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକତ୍ସା ପାଇଁ ଭର୍ତ୍ତି କରିଥିଲେ।
ଅବସ୍ଥା ଗୁରୁତର ପରିଲକ୍ଷିତ କରି ବିଶ୍ଵଜିତଙ୍କୁ ବାଲେଶ୍ଵର ସଦର ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ଖବର ପାଇ ଗୋପାଳପୁର ଥାନା ପୁଲିସ ଗୋପାଳପୁର ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି । ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି।
crime