ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଳକ୍ ପରିସରରେ ଥିବା ମିଶନ ଶକ୍ତି କାଫେରୁ ବ୍ୟାପକ ସାମଗ୍ରୀ ଚୋରି ହୋଇଛି। ଗତକାଲି ରାତିରେ କାଫେ କବାଟ ଭାଙ୍ଗି ଦୁର୍ବୃତ୍ତମାନେ ବିଭିନ୍ନ ରୁମରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି। ଆଜି ମିଶନ ଶକ୍ତି କାଫେ ପରିଚାଳିକା ସତ୍ୟଭାମା ବେହେରା ସକାଳୁ କାଫେ ଖୋଲିବାକୁ ପହଁଞ୍ଚିବା ପରେ କବାଟ ଭଙ୍ଗା ଯାଇଥିବା ଦେଖିଥିଲେ। କାଫେରେ ଥିବା ଗ୍ରାଇଣ୍ଡର, ୨ଟି ସିଲିଣ୍ଡର, ୨ଟି ଷ୍ଟାଣ୍ଡ ଫ୍ୟାନ , ରୋଷେଇ ସରଞ୍ଜାମ ଓ ସାମଗ୍ରୀ , ଲୁଗାପଟା ଅନ୍ୟାନ୍ୟ ଜିନିଷ ଦୁର୍ବୃତ୍ତ ଲୁଟି ନେଇଯାଇଛନ୍ତି ।
ଗତକାଲି ରାତିରେ କାଫେ କବାଟ ଭାଙ୍ଗି ଦୁର୍ବୃତ୍ତମାନେ ବିଭିନ୍ନ ରୁମରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି। ଆଜି ମିଶନ ଶକ୍ତି କାଫେ ପରିଚାଳିକା ସତ୍ୟଭାମା ବେହେରା ସକାଳୁ କାଫେ ଖୋଲିବାକୁ ପହଁଞ୍ଚିବା ପରେ କବାଟ ଭଙ୍ଗା ଯାଇଥିବା ଦେଖିଥିଲେ। କାଫେରେ ଥିବା ଗ୍ରାଇଣ୍ଡର, ୨ଟି ସିଲିଣ୍ଡର, ୨ଟି ଷ୍ଟାଣ୍ଡ ଫ୍ୟାନ , ରୋଷେଇ ସରଞ୍ଜାମ ଓ ସାମଗ୍ରୀ , ଲୁଗାପଟା ଅନ୍ୟାନ୍ୟ ଜିନିଷ ଦୁର୍ବୃତ୍ତ ଲୁଟି ନେଇଯାଇଛନ୍ତି। ମିଶନ ଶକ୍ତି ସଭାନେତ୍ରୀ ପଦ୍ମିନୀ ଦାସ ବାଲିପାଟଣା ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି।
ମିଶନ ଶକ୍ତି ସଭାନେତ୍ରୀ ପଦ୍ମିନୀ ଦାସ ବାଲିପାଟଣା ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି। ପୁଲିସ ଘଟଣା ସ୍ଥଳ ଅନୁଧ୍ୟାନ କରିଛି | କିଛି ଦିନ ପୂର୍ବରୁ ବ୍ଲକ କାର୍ଯ୍ୟାଳୟ ପଛ ପାର୍ଶ୍ଵରେ ଥିବା ଓସ୍ୱାନ ରୁମ ଫାଟକ ତାଡ଼ିଥିଲେ ଦୁର୍ବୃତ୍ତ | ଲୁଟପାଟ କରିବାରେ ବିଫଳ ହୋଇଥିଲେ | ତେବେ ବ୍ଲକ ପରିସର ନିଶାଡ଼ିଙ୍କ କବଜାରେ ବୋଲି ସାଧାରଣରେ ଅଭିଯୋଗ ହେଉଛି |
crime