ନୀଳଗିରି: ଜାଗର ଯାତ୍ରା ଜାଳିବାକୁ ଯାଇଥିବା ବେଳେ ତାଲା ଭାଙ୍ଗି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଲକ୍ଷାଧିକ ଟଙ୍କାର
ସୁନା,ରୁପା, ଟଙ୍କା ଓ ଦରକାରୀ କାଗଜ ପତ୍ର ଲୁଟିଲେ ଚୋର। ନୀଳଗିରି ଥାନା ସାନପାଟପୁର ଗାଁର ସୁବାସ ଦଳେଇଙ୍କ ଘରେ ଘଟିଛି ଏଭଳି ଘଟଣା। ପୁଲିସ୍ ଦୁର୍ବୃତ୍ତଙ୍କୁ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକଙ୍କ ପକ୍ଷରୁ ଦାବି କରାଯାଇଛି।
ଗତକାଲି ସନ୍ଧ୍ଯାରେ ନୀଳଗିରି ଥାନା ସାନପାଟପୁର ଗାଁର ସୁବାସ ଦଳେଇଙ୍କ ପରିବାର ଲୋକେ ଗ୍ରାମର ଶିବ ମନ୍ଦିରକୁ ଜାଗର ଜାଳିବାକୁ ଯାଇଥିଲେ। ହେଲେ ଭୋର ସମୟରେ ଫେରିବା ବେଳକୁ ଘରର ମୁଖ୍ୟ ଫାଟକର ତାଲା ଭଙ୍ଗାଯାଇଥିବାର ଦେଖିଥିଲେ। ପରେ ଘରର ସମସ୍ତ ସୁନା, ଗହଣା, ନଗଦ ଟଙ୍କା ଚୋରି ହୋଇଥିବା ଦେଖିଥିଲେ।
ସୂଚନା ମୁତାବକ, ଗତକାଲି ସନ୍ଧ୍ଯାରେ ପରିବାର ଲୋକେ ଗ୍ରାମର ଶିବ ମନ୍ଦିରକୁ ଜାଗର ଜାଳିବାକୁ ଯାଇଥିଲେ। ହେଲେ ଭୋର ସମୟରେ ଫେରିବା ବେଳକୁ ଘରର ମୁଖ୍ୟ ଫାଟକର ତାଲା ଭଙ୍ଗାଯାଇଥିବାର ଦେଖିଥିଲେ। ପରେ ଘରର ସମସ୍ତ ସୁନା,ଗହଣା,ନଗଦ ଟଙ୍କା ଚୋରି ହୋଇଥିବା ଦେଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/27/rR4JMhkEkO9GmqBeM6i3.jpg)