ରାଉରକେଲା: ବସ୍ତି କି କଲୋନି ନୁହେଁ, ଥାନା କ୍ୟାମ୍ପସ୍‌ରୁ ଚୋରି। ତା’ ପୁଣି ହାବିଲ୍‌ଦାରଙ୍କ ସରକାରୀ କ୍ବାର୍ଟର୍ସରୁ। ଆଲମିରା ଭାଙ୍ଗି ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନାଗହଣା, ରୁପା ଲୁଟି ନେଇଛନ୍ତି। ଗତକାଲି ଦିନ ଦ୍ବିପ୍ରହରରେ ଏହି ଘଟଣା ଘଟିଛି ସହରର ପ୍ରମୁଖ ଆଦର୍ଶ ଥାନା ପ୍ଲାଣ୍ଟସାଇଟ୍‌ କ୍ୟାମ୍ପସ୍‌ ପରିସରରେ। ହାବିଲଦାର ସୁବ୍ରତ ହୋତା ଓ ତାଙ୍କ ପରିବାର ନଥିବାବେଳେ ଚୋରମାନେ ଏଭଳି କାଣ୍ଡ ଭିଆଇଛନ୍ତି।

Advertisment

ହାବିଲଦାର ଶ୍ରୀ ହୋତା ପରିବାର ସହ ପ୍ଲାଣ୍ଟସାଇଟ୍‌ ଥାନା ପଛପାର୍ଶ୍ବ କଲୋନିରେ ରହନ୍ତି। ଲାଠିକଟା ଡାକଘରେ କାମ ଥିବାରୁ ହାବିଲଦାର ସୁବ୍ରତ, ପତ୍ନୀ ଓ ଦୁଇ ପୁଅଙ୍କ ସହ ଘରେ ଦୁଇଟି ଓ ମୁଖ୍ୟ ଗେଟ୍‌ରେ ଗୋଟିଏ ତାଲା ମାରି ସକାଳ ପ୍ରାୟ ୧୦ଟାରେ ଘରୁ ବାହାରି ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଚୋରମାନେ ମୁଖ୍ୟ ଗେଟ୍‌ ସମେତ ଘରେ ଆଗ ଓ ପଛ ଦୁଇଟି ତାଲା ଭାଙ୍ଗି ଭିତରକୁ ପଶିଥିଲେ। ଶୋଇବା ଘରେ ଥିବା ଆଲମିରା ଭାଙ୍ଗି  ସୁନା, ରୁପା ଅଳଙ୍କାର ସହ ଅନ୍ୟାନ୍ୟ ସାମଗ୍ରୀ ଲୁଟି କରି ଚମ୍ପଟ ମାରିଥିଲେ। ଲୁଟ୍‌ ଅଳଙ୍କାର ମଧ୍ୟ ରହିଛି ୪ଟି ସୁନା ହାର, ମୁଦି, ଚୁଡ଼ି, କାନଫୁଲ, ନେକ୍‌ଲେସ୍‌, ରୁପା ଗିନା, ୬ଟି ରୁପା କଏନ୍‌। ଲାଠିକଟା ଡାକଘରୁ କାମ କରି ସୁବ୍ରତ ପରିବାର ସହ ସଂଧ୍ୟା ୬ଟା‌ରେ ଘରେ ପହଞ୍ଚିଥିଲେ। ଗେଟ୍‌ ଓ ଘର ତାଲା ଭଙ୍ଗାଯିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଘରେ ଭିତରେ ଆଲମିରା ଭଙ୍ଗାଯାଇ ଅଳଙ୍କାର ସମେତ ଅନ୍ୟାନ୍ୟ ସାମଗ୍ରୀ ନଥିବା ଦେଖିବାକୁ ପାଇଥିଲେ।

ସୁବ୍ରତଙ୍କ ଲିଖିତ ଅଭି‌‌ଯୋଗ ଆଧାରରେ ପ୍ଲାଣ୍ଟସାଇଟ୍‌ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଦିନ ଦ୍ବିପ୍ରହରରେ ଥାନା ପରିସରରୁ ଚୋରି ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି। ହାବିଲଦାର ଶ୍ରୀ ହୋତା ପରିବାର ସହ ପ୍ଲାଣ୍ଟସାଇଟ୍‌ ଥାନା ପଛପାର୍ଶ୍ବ କଲୋନିରେ ରହନ୍ତି। ଲାଠିକଟା ଡାକଘରେ କାମ ଥିବାରୁ ହାବିଲଦାର ସୁବ୍ରତ, ପତ୍ନୀ ଓ ଦୁଇ ପୁଅଙ୍କ ସହ ଘରେ ଦୁଇଟି ଓ ମୁଖ୍ୟ ଗେଟ୍‌ରେ ଗୋଟିଏ ତାଲା ମାରି ସକାଳ ପ୍ରାୟ ୧୦ଟାରେ ଘରୁ ବାହାରି ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଚୋରମାନେ ମୁଖ୍ୟ ଗେଟ୍‌ ସମେତ ଘରେ ଆଗ ଓ ପଛ ଦୁଇଟି ତାଲା ଭାଙ୍ଗି ଭିତରକୁ ପଶିଥିଲେ। ଶୋଇବା ଘରେ ଥିବା ଆଲମିରା ଭାଙ୍ଗି  ସୁନା, ରୁପା ଅଳଙ୍କାର ସହ ଅନ୍ୟାନ୍ୟ ସାମଗ୍ରୀ ଲୁଟି କରି ଚମ୍ପଟ ମାରିଥିଲେ। ଲୁଟ୍‌ ଅଳଙ୍କାର ମଧ୍ୟ ରହିଛି ୪ଟି ସୁନା ହାର, ମୁଦି, ଚୁଡ଼ି, କାନଫୁଲ, ନେକ୍‌ଲେସ୍‌, ରୁପା ଗିନା, ୬ଟି ରୁପା କଏନ୍‌। ଲାଠିକଟା ଡାକଘରୁ କାମ କରି ସୁବ୍ରତ ପରିବାର ସହ ସଂଧ୍ୟା ୬ଟା‌ରେ ଘରେ ପହଞ୍ଚିଥିଲେ। ଗେଟ୍‌ ଓ ଘର ତାଲା ଭଙ୍ଗାଯିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଘରେ ଭିତରେ ଆଲମିରା ଭଙ୍ଗାଯାଇ ଅଳଙ୍କାର ସମେତ ଅନ୍ୟାନ୍ୟ ସାମଗ୍ରୀ ନଥିବା ଦେଖିବାକୁ ପାଇଥିଲେ।