ସୋର: ସୋର ଥାନା ତେଣ୍ଟେଇ ପଞ୍ଚାୟତ ତେଣ୍ଟେଇ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ହାତଗୋଡ଼ ବାନ୍ଧି ପାଞ୍ଚ ଲକ୍ଷ ନଗଦ ଟଙ୍କା ସହିତ ଝିଅ ବାହାଘର ପାଇଁ ରଖାଯାଇଥିବା ୫ ଭରି ସୁନା ଲୁଟ ହୋଇଥିବା ଜଣାପଡିଛି।
ବଟକୃଷ୍ଣ ମଳିକ ସ୍ଥାନୀୟ ପୋଷ୍ଟ ଅଫିସରେ ପୋଷ୍ଟ ମାଷ୍ଟର ଅଛନ୍ତି। ଗତକାଲି ରାତିରେ ବଟକୃଷ୍ଣ ତାଙ୍କ ସ୍ତ୍ରୀ ସୁରତି ମଳିକ ଓ ଝିଅ ସୁନନ୍ଦା ମଳିକ ଖାଇପିଇ ଶୋଇଥିବା ବେଳେ ରାତି ୨ ଟା ସମୟରେ ଚାରିଜଣ ଯୁବକ ଘର ପଛପଟ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ। ପରେ ବଟକୃଷ୍ଣ ଓ ତାଙ୍କ ସ୍ତ୍ରୀ ସୁରତୀଙ୍କ ହାତ ଗୋଡ଼ ବାନ୍ଧିବା ସହିତ ଝିଅ ସୁନନ୍ଦା ବେକରେ ଭୁଜାଲି ଲଗାଇ ଝିଅ ବାହାଘର ପାଇଁ ରଖାଯାଇଥିବା ପାଞ୍ଚ ଲକ୍ଷ ନଗଦ ଟଙ୍କା ସହିତ ଗୋଟିଏ ନେକଲେସ, ୨ହଳ କାନଫୁଲ,ଗୋଟିଏ ସୁନା ଚେନ ଓ ୨ହଳ ପାଉଁଜି ଆଦି ୫ ଭରି ଓଜନର ଗହଣା ଲୁଟିନେଇଥିଲେ।
ସୂଚନା ଅନୁସାରେ ଏହି ଗ୍ରାମର ବଟକୃଷ୍ଣ ମଳିକ ସ୍ଥାନୀୟ ପୋଷ୍ଟ ଅଫିସରେ ପୋଷ୍ଟ ମାଷ୍ଟର ଅଛନ୍ତି। ଗତକାଲି ରାତିରେ ବଟକୃଷ୍ଣ ତାଙ୍କ ସ୍ତ୍ରୀ ସୁରତି ମଳିକ ଓ ଝିଅ ସୁନନ୍ଦା ମଳିକ ଖାଇପିଇ ଶୋଇଥିବା ବେଳେ ରାତି ୨ ଟା ସମୟରେ ଚାରିଜଣ ଯୁବକ ଘର ପଛପଟ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ। ପରେ ବଟକୃଷ୍ଣ ଓ ତାଙ୍କ ସ୍ତ୍ରୀ ସୁରତୀଙ୍କ ହାତ ଗୋଡ଼ ବାନ୍ଧିବା ସହିତ ଝିଅ ସୁନନ୍ଦା ବେକରେ ଭୁଜାଲି ଲଗାଇ ଝିଅ ବାହାଘର ପାଇଁ ରଖାଯାଇଥିବା ପାଞ୍ଚ ଲକ୍ଷ ନଗଦ ଟଙ୍କା ସହିତ ଗୋଟିଏ ନେକଲେସ, ୨ହଳ କାନଫୁଲ,ଗୋଟିଏ ସୁନା ଚେନ ଓ ୨ହଳ ପାଉଁଜି ଆଦି ୫ ଭରି ଓଜନର ଗହଣା ଲୁଟିନେଇଥିଲେ। ପରେ ଏନେଇ ବଟକୃଷ୍ଣ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/13/ZodyCTt5TcHONNE13WQd.png)