ସୋର:  ବେକରେ ଭୁଜାଲି ଓ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ। ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ପାଖର ଅଞ୍ଚଳରେ। ପାଖର ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ପ୍ରସାଦ ପାତ୍ର ପାଖର ଛକରେ ଘର କରି ରୁହନ୍ତି।

Advertisment

ଗତକାଲି ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ୬ ଦୁର୍ବୃତ୍ତ ଘରେ ପଶି ତାଙ୍କ ସ୍ତ୍ରୀ ଓ ବୋହୂଙ୍କୁ ବାନ୍ଧିବା ସହିତ ବେକରେ ଭୁଜାଲି ଓ ମୁଣ୍ଡରେ ବନ୍ଧୁକ ଲଗାଇ ଘରେ ଥିବା ୫ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟ୍ କରିବା ସହିତ ମାଡ଼ ମାରିଥିଲେ। ଆଜି ସକାଳେ ଅନନ୍ତପୁର ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଦେବେନ୍ଦ୍ର ପ୍ରସାଦ ପାତ୍ର ସୋର ଥାନାରେ ଅଭିଯୋଗ କରିଛନ୍ତି। ଏହାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।