ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା କମରପୁର ଗାଁରେ ଗତକାଲି ରାତିରେ ଜଣେ ଡାକ୍ତରଙ୍କ ଘରୁ ଲୂଟ ହୋଇଥିବାର ଖବର ମିଳିଛିl ତେବେ ଗତକାଲି ଡାକ୍ତର ତପନ ବେହେରା ଓ ତାଙ୍କର ପରିବାର ଲୋକେ ଏକ ବିବାହ କାର୍ଯ୍ୟକ୍ରମ ଯାଇଥିଲେ l ତେବେ ଘରେ କେହି ନଥିବାର ସୁଯୋଗ ନେଇ ୪ ଜଣ ଚୋର ଘର ଭିତରକୁ ପଶି ଚୋରି କରିଥିଲେ l ଠିକ ସେହି ସମୟରେ ପରିବାର ଲୋକେ ଘରକୁ ଫେରିଥିବା ବେଳେ ଚୋରି ହେଉଥିବା ଦେଖିଥିଲେ l ତେଣୁ ଘରକୁ ଆସିଯିବାରୁ ଚୋରମାନେ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ l ପରେ ଡାକ୍ତର ତପନ ବେହେରା ଓ ତାଙ୍କର ପୁତୁରା ଗୁରୁତର ହୋଇ ସୋର ପରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛିl
ଘରେ କେହି ନଥିବାର ସୁଯୋଗ ନେଇ ୪ ଜଣ ଚୋର ଘର ଭିତରକୁ ପଶି ଚୋରି କରିଥିଲେ l ଠିକ ସେହି ସମୟରେ ପରିବାର ଲୋକେ ଘରକୁ ଫେରିଥିବା ବେଳେ ଚୋରି ହେଉଥିବା ଦେଖିଥିଲେ l ତେଣୁ ଘରକୁ ଆସିଯିବାରୁ ଚୋରମାନେ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ l ପରେ ଡାକ୍ତର ତପନ ବେହେରା ଓ ତାଙ୍କର ପୁତୁରା ଗୁରୁତର ହୋଇ ସୋର ପରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛିl ସବୁଠୁ ବଡ଼ କଥା ପରିବାର ଲୋକେ ଜଣେ ଚୋରକୁ ଅଟକ ରଖିଥିବା ବେଳେ ଅନ୍ୟ ୩ ଜଣ ଚୋର ଫେରାର ହୋଇଯାଇଛନ୍ତି l ଅଟକ ଥିବା ଚୋର ଜଣକ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର l ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ କଣ କଣ ଚୋରି ହୋଇଛି। ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ତଦନ୍ତ ଜାରିରଖିଛି l
ସବୁଠୁ ବଡ଼ କଥା ପରିବାର ଲୋକେ ଜଣେ ଚୋରକୁ ଅଟକ ରଖିଥିବା ବେଳେ ଅନ୍ୟ ୩ ଜଣ ଚୋର ଫେରାର ହୋଇଯାଇଛନ୍ତି l ଅଟକ ଥିବା ଚୋର ଜଣକ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର l ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ କଣ କଣ ଚୋରି ହୋଇଛି। ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ତଦନ୍ତ ଜାରିରଖିଛି l
crime