ବ୍ରହ୍ମପୁର: ଗଞ୍ଜାମର ଅଧିଷ୍ଠାତ୍ରୀଦେବୀମାଆତାରାତାରିଣୀଙ୍କମନ୍ଦିରରୁ ବିପୁଳ ପରିମାଣରଲୁଟ୍ହୋଇଥିବାର ଅଭିଯୋଗ ହୋଇଛି। ମନ୍ଦିରରେପଶିମାଆଙ୍କସୁନା, ରୁପାଅଳଙ୍କାରସମେତଟଙ୍କା ଲୁଟି ନେଇଛନ୍ତି।ଦାନହୁଣ୍ଡିଭାଙ୍ଗିଲକ୍ଷାଧିକଟଙ୍କାଲୁଟିନେଇଥିବାଅଭିଯୋଗହୋଇଛି।ଗତକାଲିବିଳମ୍ବିତରାତିରେମା’ଙ୍କମନ୍ଦିରରେକଳାକନାବୁଲାଇଛନ୍ତିଲୁଟେରା।ସେମାନେପ୍ରାୟଲକ୍ଷାଧିକଟଙ୍କାରସାମଗ୍ରୀଚୋରିକରିଫେରାରହୋଇଯାଇଛନ୍ତି।
ପାରିପାର୍ଶ୍ୱିକସ୍ଥିତିରୁଜଣାପଡ଼ୁଛି, ଗତକାଲିମଧ୍ୟରାତ୍ରରେଦୁର୍ବୃତ୍ତମାନେମନ୍ଦିରରଗ୍ରିଲଭାଙ୍ଗିଭିତରେପଶିଥିଲେ।ଏହାପରେସେମାନେମା’ଙ୍କରୂପାମୁକୁଟ, ଛତ୍ରି, ସହବାହାରହୁଣ୍ଡିରୁଲୁଟକରିଥିଲେ।ସେମାନେପ୍ରାୟଲକ୍ଷାଧିକଟଙ୍କାରଅଳଙ୍କାରସହଟଙ୍କାନେଇଯାଇଥିବାଜଣାଯାଇଛି।
ଖବରପାଇଆଜିସକାଳୁପୁରୁଷୋତ୍ତମପୁରଥାନାପୁଲିସପହଞ୍ଚିତଦନ୍ତଆରମ୍ଭକରିଛି।ତେବେମା’ଙ୍କମନ୍ଦିରରେକିପରିଲୁଟେରାମାନେକଳାକନାବୁଲାଇଦେଲେତାହାପ୍ରଶ୍ନବାଚୀସୃଷ୍ଟିକରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/taratarini.jpg)