ବାଲିପାଟଣା: ବାଲିପାଟଣାରେ ମନ୍ଦିର ଚୋରି ଥମିବାର ନାଁ ଧରୁନି| କିଛି ଦିନ ପୂର୍ବରୁ ଷୋଳ ପୂଜାରେ ଭାପୁର ବେଲେଶ୍ୱର ମନ୍ଦିର ଏବଂ ଦେୱାନ ପାଟଣା ମା ଦୁଲ୍ଲାଦେବୀଙ୍କ ମନ୍ଦିରରୁ ଦୁର୍ବୃତ୍ତ ବିପୁଳ ପରିମାଣରେ ସୁନା, ରୁପା ଅଳଙ୍କାର, ଅଷ୍ଟଧାତୁ ମୂର୍ତ୍ତି ସହ ଠାକୁରଙ୍କ ବାସନ ଓ ବହୁ ନାଗ ମୂର୍ତ୍ତି ପ୍ରଭୁତି ଚୋରି କରି ଧରାପଡ଼ିଲେ | ଜଗତସିଂହପୁର ଏବଂ ବାଲିପାଟଣା ପୁଲିସର ମିଳିତ ଉଦ୍ୟମରେ ବିଭିନ୍ନ ସ୍ଥାନରେ ହୋଇଥିବା ୧୨ ମନ୍ଦିରରେ ଲୁଟ ସାମଗ୍ରୀ ଜବତ କରି ୩ ଜଣଙ୍କୁ କୋର୍ଟ ଚାଲଣ ହୋଇଥିଲେ | ଏହି ଘଟଣାର ଚର୍ଚ୍ଚା ଥମି ନ ଥିବା ବେଳେ ଆଉ ଏକ ମନ୍ଦିରରୁ ଚୋରି ଆଲୋଡନ ସୃଷ୍ଟି କରିଛି | 
ପବିତ୍ର କାର୍ତ୍ତିକ ମାସରେ ଶନିବାରରେ ଶନି ଠାକୁରଙ୍କ ସୁନାର ଆଖି ଓ ରୁପା ମୁକୁଟ ଦୁର୍ବୃତ୍ତ ତାଡ଼ି ନେଇଛନ୍ତି | ଘଟଣାଟି ବନମାଳୀପୁର ଫାଣ୍ଡି ଆମଣାକୁଦ ପଞ୍ଚାୟତ କୁଦ ପାଟଣାରେ ଦେଖିବାକୁ ମିଳିଛି| ଆଜି ସକାଳୁ ପୂଜକ ମନ୍ଦିର ଖୋଲିବାକୁ ଆସିବା ବେଳେ ମନ୍ଦିର ତାଲା ଭଙ୍ଗା ଯାଇଥିବା ଦେଖି ଗାଁଲୋକଙ୍କୁ ଖବର କରିଥିଲେ | ଦୁର୍ବୃତ୍ତ ଠାକୁରଙ୍କ ଆଖି ଓ ମୁକୁଟ ଚୋରି ହୋଇଥିବା ଜଣା ପଡ଼ିଥିଲା | ବନମାଳୀପୁର ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି | ମନ୍ଦିରରେ ଲାଗିଥିବା ସିସି ଟିଭିରେ ଚୋରି ବେଳର ଦୃଶ୍ୟ କଏଦ ହୋଇଛି | ୨ ଜଣ ଦୁର୍ବୃତ୍ତ ଆଜି ଭୋର ପ୍ରାୟ ସାଢେ ୪ ଟାରେ ମନ୍ଦିରରେ ପଶିଥିଲେ | ସେମାନେ ରେନି କୋର୍ଟ, ଟୋପି. ପାଦରେ ଚପଲ ପିନ୍ଧି ମୁହଁରେ କପଡ଼ା ବାନ୍ଧି ଥିବା ଦେଖା ଯାଇଛି | ଗ୍ୟାସ କଟର ସାହାଯ୍ୟରେ ମନ୍ଦିର ତାଲା କାଟି ଭିତରକୁ ପଶିଥିଲେ | ଅଳଙ୍କାର ଲୁଟ କରି ଚମ୍ପଟ ମାରିଛନ୍ତି | ଧର୍ମ ମାସର ଶନିବାର ହେତୁ ଲୋକେ ସକାଳୁ ମନ୍ଦିରକୁ ଆସିଥିଲେ | ଠାକୁରଙ୍କ ଅଳଙ୍କାର ଲୁଟ ଶୁଣି ଗଭୀର ମର୍ମାହତ ହୋଇଛନ୍ତି ସ୍ଥାନୀୟ ଶ୍ରଦ୍ଧାଳୁ|