ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ମାତିଛନ୍ତି ଲୁଟେରା। ଲୁଟ୍ ସହ ଘର ଜାଳିଦେଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁଯାୟୀ, ବେଲପଡ଼ା ଅଞ୍ଚଳର ପ୍ରଦୀପ ସେଠୀଙ୍କ ଘରୁ ଲୁଟ୍ ହୋଇଛି ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଛନ୍ତି ଲୁଟେରା । ରାତିରେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପରିବାର ଲୋକ ଯାଇଥିବା ବେଳେ ଏଭଳି ଲୁଟ୍ ହୋଇଛି।
ଘରେ ପଶି ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଲୁଟ ପରେ ଘରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି । ଏହାଫଳରେ ଖଟ ସହ ବହୁ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଖାଲି ସେତିକି ନୁହେଁ, କାନ୍ଥରେ ଅଶ୍ଳୀଳ ଭାଷା ମଧ୍ୟ ଲେଖିଛନ୍ତି ଦୁର୍ବୃତ୍ତ। ଏନେଇ ଥାନାରେ ଏତଲା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।