ନୂଆଗାଁ: ‘ଆସନ୍ତା ସପ୍ତାହରେ ତୁମକୁ ଏହି ହାଟରେ ଆମେ ଦେଖିବାକୁ ଚାହୁଁନାହୁଁ। ଆସିଲେ ପରିଣାମ ଭୟଙ୍କର ହେବ’ ଏଭଳି ଚେତାବନୀ ଦେଇ ଜଣେ ଧାନ ବ୍ୟବସାୟୀଙ୍କଠାରୁ ୩ ଦୁର୍ବୃତ୍ତ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏହି ଘଟଣା ଘଟିଛି ନୂଆଗାଁ ବ୍ଲକ୍ କାତେପୁର ସାପ୍ତାହିକ ହାଟରେ। ଦୁର୍ବୃତ୍ତମାନେ ଏକ କଳାଆପାଚିରେ ଆସିଥିବା ସୂଚନା ମିଳିଛି। ସେହିପରି ଦୁର୍ବୃତ୍ତମାନେ ଫେରାରହେବା ସମୟରେ ଉର୍ମେଇ ନିକଟରେ ଅନ୍ୟଜଣେ ଧାନ ବ୍ୟବସାୟୀ ପଞ୍ଚାନନ ଦ୍ବିବେଦୀଙ୍କଠାରୁ ମଧ୍ୟ ବନ୍ଧୁକ ଦେଖାଇ ୯୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଉଭୟ ଘଟଣାରେ ବିଶ୍ରା ପୁଲିସ ତନାଘନା ଆରମ୍ଭ କରିଛି।
ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଥିଲେ ଉର୍ମେଇର ଧାନ ବ୍ୟବସାୟୀ ପଞ୍ଚାନନ ଦ୍ବିବେଦୀ। ପଞ୍ଚାନନ ଉର୍ମେଇ ଆମ୍ବତୋଟାରେ ଧାନ କିଣିବାକୁ ବସିଥିଲେ। ଦୁର୍ବୃତ୍ତମାନେ ଫେରାରହେବା ସମୟରେ ପଞ୍ଚାନନଙ୍କଠାରୁ ସମାନ ଉପାୟରେ ପ୍ରାୟ ୯୦ ହଜାର ଟଙ୍କା ଲୁଟି ନେଇଥିଲେ। ଖବରପାଇ ଉର୍ମେଇ ଗାଁର ଯୁବକମାନେ ଦୁର୍ବୃତ୍ତଙ୍କ ପିଛା କରିଥିଲେ ମଧ୍ୟ ସେମାନେ କୁଲାଗଜ, ଅଜୟକେଲା, ସୁକୁଡ଼ା, କୁଣ୍ଡାପୋଷ ଦେଇ ଝାଡ଼ଖଣ୍ଡ ଆଡ଼କୁ ଚାଲି ଯାଇଥିବା କୁହାଯାଉଛି।
ସୂଚନା ଅନୁସାରେ, ଶୁକ୍ରବାର କାତେପୁର ସାପ୍ତାହିକ ହାଟରେ ବଡ଼ଦିନ କିଣାକିଣି ଉପଲକ୍ଷେ ପ୍ରବଳ ଭିଡ଼ ହୋଇଥିଲା। ହାଟରେ ବିଶ୍ରା ଅଞ୍ଚଳର ଧାନ ବ୍ୟବସାୟୀ ଦୀପକ ଶାହା ଧାନ କିଣୁଥିଲେ। ଅପରାହ୍ନ ପ୍ରାୟ ଗୋଟାଏ ପାଖାପାଖି ଭିଡ଼ର ସୁଯୋଗ ନେଇ ୩ ଜଣ ଯୁବକ ଆପାଚିଗାଡ଼ିରେ ଗାଇଞ୍ଜର ପଟରୁ ଆସି ଦୀପକଙ୍କ ଧାନମଣ୍ଡି ପାଖରେ ଗାଡ଼ି ରୋକିଥିଲେ। ସେଥିମଧ୍ୟରୁ ଜଣେ ଯୁବକ ହେଲମେଟ ପିନ୍ଧି ଗାଡ଼ିରୁ ଓହ୍ଲାଇ ସିଧା ଦୀପକଙ୍କ ପାଖକୁ ଆସି ତାଙ୍କ ମୁଣ୍ଡରେ ବନ୍ଧୁକରଖି ଟଙ୍କାଦେବାକୁ କହିଥିଲା। ପ୍ରଥମେ ଦୀପକ ଏହାକୁ ମଜା ଭାବି ନିରବ ରହିଥିଲେ। ସେ ଭାବୁଥିଲେ କେହିଜଣେ ଖେଳଣା ବନ୍ଧୁକ ଦେଖାଇ ତାଙ୍କ ସହ ଥଟ୍ଟା କରୁଛି। କିନ୍ତୁ ପରେ ଯୁବକଜଣକ ତାଙ୍କୁ ଧମକଦେବା ସହ ଶୀଘ୍ର ଟଙ୍କାଦେବାକୁ କହିଲେ। ଏଥିରେ ଭୟଭୀତ ହୋଇ ଦୀପକ ଧାନକ୍ରୟ ପାଇଁ ରଖିଥିବା ସମସ୍ତ ଟଙ୍କା(ପ୍ରାୟ ୮୦ ହଜାର) ଦେଇଦେଇଥିଲେ। ଦୁର୍ବୃତ୍ତ ମାନେ ଟଙ୍କାବ୍ୟାଗ୍ ଧରି ଗାଇଞ୍ଜର-ଉର୍ମେଇରାସ୍ତାରେ ଫେରାର ହୋଇଯାଇଥିଲେ।
ସେହିରାସ୍ତାରେ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଥିଲେ ଉର୍ମେଇର ଧାନ ବ୍ୟବସାୟୀ ପଞ୍ଚାନନ ଦ୍ବିବେଦୀ। ପଞ୍ଚାନନ ଉର୍ମେଇ ଆମ୍ବତୋଟାରେ ଧାନ କିଣିବାକୁ ବସିଥିଲେ। ଦୁର୍ବୃତ୍ତମାନେ ଫେରାରହେବା ସମୟରେ ପଞ୍ଚାନନଙ୍କଠାରୁ ସମାନ ଉପାୟରେ ପ୍ରାୟ ୯୦ ହଜାର ଟଙ୍କା ଲୁଟି ନେଇଥିଲେ। ଖବରପାଇ ଉର୍ମେଇ ଗାଁର ଯୁବକମାନେ ଦୁର୍ବୃତ୍ତଙ୍କ ପିଛା କରିଥିଲେ ମଧ୍ୟ ସେମାନେ କୁଲାଗଜ, ଅଜୟକେଲା, ସୁକୁଡ଼ା, କୁଣ୍ଡାପୋଷ ଦେଇ ଝାଡ଼ଖଣ୍ଡ ଆଡ଼କୁ ଚାଲି ଯାଇଥିବା କୁହାଯାଉଛି।
ଖବରପାଇ ବିଶ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେବେ ଦିନ ଦ୍ବି’ପହରରେ ଦୁଇଦୁଇଟି ସ୍ଥାନରେ ଲୁଟ୍ କରି ଫେରାରହେବା ପଛରେ କାହାର ହାତ ଅଛି ସେ ନେଇ ବିଶ୍ରା ପୁଲିସ ଖୋଳତାଡ଼ ଆରମ୍ଭ କରିଥିବାବେଳେ ଏହା ଝାଡ଼ଖଣ୍ଡ ଅଞ୍ଚଳର ଅପରାଧୀଙ୍କ କାର୍ଯ୍ୟ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏହି ଘଟଣାରେ ସ୍ଥାନୀୟ ବ୍ୟବସାୟୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।