ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ଅଧୀନସ୍ଥ ସାଗବାରିଆ (ନରୁଆ ଛକ) ସ୍ଥିତ ଦୁର୍ଗାଙ୍କ ମନ୍ଦିର ପରିସରରେ ଗତକାଲି ମଧ୍ୟରାତ୍ରିରେ ଦୁର୍ବୃତ୍ତମାନେ ପଶି ଲୁଟ୍ କରିଥିବା ଜଣାଯାଇଛି। ସେମାନେ ମନ୍ଦିର ତାଲା ଭାଙ୍ଗିବା ସହିତ ପୀଠ ଦୁର୍ଗା ଦେବୀଙ୍କ ହୁଣ୍ଡି ଭାଙ୍ଗିଥିବା ବେଳେ,ଦୁର୍ଗା ଦେବୀଙ୍କ ମୂର୍ତ୍ତିରେ ଲାଗିଥିବା ଅଳଙ୍କାର ଯଥା ଚାନ୍ଦି ମୁକୁଟ, ରୂପା ବାହୁଟି,ସିନ୍ଥି ,ଦୁଇ ସୁନା ଆଖି ,ସୁନା ଟିକିଲି ସମେତ ଘଣ୍ଟ ଘଣ୍ଟି ନେଇଥିବା ବେଳେ , ସେହି ମନ୍ଦିର ପରିସରରେ ଥିବା ଠାକୁରାଣୀଙ୍କ ଷ୍ଟୋର ଘରୁ ଠାକୁରାଣୀଙ୍କ ଦୈନିକ ନୀତିକ୍ରାନ୍ତିରେ ବ୍ୟବହାର ହେଉଥିବା ପିତ୍ତଳ ଗରା, ଦୁଇଟି ହାଣ୍ଡି, ୫ ପଟ ଘଣ୍ଟ , ଦୁଇଟି ପିତ୍ତଳ ବାଲଟି ଇତ୍ୟାଦି ଚୋରି ହୋଇଛି । ଯାହାର ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।
ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ଅଧୀନସ୍ଥ ସାଗବାରିଆ (ନରୁଆ ଛକ) ସ୍ଥିତ ଦୁର୍ଗାଙ୍କ ମନ୍ଦିର ପରିସରରେ ଗତକାଲି ମଧ୍ୟରାତ୍ରିରେ ଦୁର୍ବୃତ୍ତମାନେ ପଶି ଲୁଟ୍ କରିଥିବା ଜଣାଯାଇଛି।ସେମାନେ ମନ୍ଦିର ତାଲା ଭାଙ୍ଗିବା ସହିତ ପୀଠ ଦୁର୍ଗା ଦେବୀଙ୍କ ହୁଣ୍ଡି ଭାଙ୍ଗିଥିବା ବେଳେ,ଦୁର୍ଗା ଦେବୀଙ୍କ ମୂର୍ତ୍ତିରେ ଲାଗିଥିବା ଅଳଙ୍କାର ଯଥା ଚାନ୍ଦି ମୁକୁଟ, ରୂପା ବାହୁଟି,ସିନ୍ଥି ,ଦୁଇ ସୁନା ଆଖି ,ସୁନା ଟିକିଲି ସମେତ ଘଣ୍ଟ ଘଣ୍ଟି ନେଇଥିବା ବେଳେ , ସେହି ମନ୍ଦିର ପରିସରରେ ଥିବା ଠାକୁରାଣୀଙ୍କ ଷ୍ଟୋର ଘରୁ ଠାକୁରାଣୀଙ୍କ ଦୈନିକ ନୀତିକ୍ରାନ୍ତିରେ ବ୍ୟବହାର ହେଉଥିବା ପିତ୍ତଳ ଗରା, ଦୁଇଟି ହାଣ୍ଡି, ୫ ପଟ ଘଣ୍ଟ , ଦୁଇଟି ପିତ୍ତଳ ବାଲଟି ଇତ୍ୟାଦି ଚୋରି ହୋଇଛି । ଯାହାର ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।
ଏହାକୁ ନେଇ ମନ୍ଦିର କମିଟି ପକ୍ଷରୁ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା ପରେ ତିର୍ତ୍ତୋଲ ପୁଲିସ ଆସି ମନ୍ଦିରରେ ଛାନଭିନ ଜାରି ରଖିଥିବା ବେଳେ ଏହି ପର୍ଯ୍ୟନ୍ତ ଆସାମୀକୁ ପାଇବାରେ ସମର୍ଥ ହୋଇ ପାରିନାହିଁ। ଏହି ଘଟଣାରେ କିଛି ସ୍ଥାନୀୟ କିଛି ଦୁର୍ବୃତ୍ତଙ୍କ ହାତ ଥିବା ଅନୁମାନ କରାଯାଉଥିବା ବେଳେ ଏହି ଜନଗହଳିପୂର୍ଣ୍ଣ ରାସ୍ତାରେ ପୁଲିସ ପ୍ରତିଦିନ ଏହି ଅଞ୍ଚଳରେ ପାଟ୍ରୋଲିଂ କରିବାପାଇଁ ସାଧାରଣରେ ଦାବି ହେଉଛି।