ସୋର: ସଟର ତାଡ଼ି ଜୁଏଲାରି ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ l ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ବଜାରରେ ଦୁର୍ବୃତ୍ତମାନେ ଚନ୍ଦ୍ରଶେଖର ସାହୁଙ୍କର ଶିବ ଶଙ୍କର ଜୁଏଲାରି ଦୋକାନକୁ ଗତକାଲି ବିଳମ୍ବିତ ରାତିରେ ଦୁଇଟି ସଟରକୁ ତାଡି ୧୦ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ସହିତ ସିସିଟିଭିର ହାର୍ଡଡିସ୍କ ଲୁଟ୍ କରି ଫେରାର ହୋଇଯାଇଛନ୍ତି l
ସଟର ତାଡି ଜୁଏଲାରି ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ l ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ବଜାରରେ ଦୁର୍ବୃତ୍ତମାନେ ଚନ୍ଦ୍ରଶେଖର ସାହୁଙ୍କର ଶିବ ଶଙ୍କର ଜୁଏଲାରି ଦୋକାନକୁ ଗତକାଲି ବିଳମ୍ବିତ ରାତିରେ ଦୁଇଟି ସଟରକୁ ତାଡି ୧୦ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ସହିତ ସିସିଟିଭିର ହାର୍ଡଡିସ୍କ ଲୁଟ୍ କରି ଫେରାର ହୋଇଯାଇଛନ୍ତି l ଆଜି ସକାଳେ ଚନ୍ଦ୍ରଶେଖର ମର୍ଣ୍ଣିଙ୍ଗ ୱାର୍କ କରୁଥିବା ବେଳେ ଦୋକାନ ଆଗରେ ଏକ ବ୍ୟାନର ବନ୍ଧା ଯାଇଥିବା ଦେଖି ଦେଖିବା ପରେ ସଟରକୁ ଖୋଲାଥିବା ଦେଖିଥିଲେ l
ଆଜି ସକାଳେ ଚନ୍ଦ୍ରଶେଖର ମର୍ଣ୍ଣିଙ୍ଗ ୱାର୍କ କରୁଥିବା ବେଳେ ଦୋକାନ ଆଗରେ ଏକ ବ୍ୟାନର ବନ୍ଧା ଯାଇଥିବା ଦେଖି ଦେଖିବା ପରେ ସଟରକୁ ଖୋଲାଥିବା ଦେଖିଥିଲେ l ଖଇରା ଆଇଆଇସି ଶୁଚନ୍ଦ୍ର କୁମାର ମହାଳିକଙ୍କୁ ସେ ଖବର ଦେବା ପରେ ପୁଲିସ ଛାନଭିନ କରିବା ସହିତ ବାଲେଶ୍ୱରରୁ ସାଇଣ୍ଟିଫିକ୍ ଟିମ ମଗାଇଛନ୍ତି। ବଜାରରେ ଲାଗିଥିବା ବିଭିନ୍ନ ସିସିଟିଭିକୁ ଯାଞ୍ଚ କରାଯିବ ବୋଲି ଖଇରା ଥାନା ଅଧିକାରୀ କହିଛନ୍ତି l ପୁଣି ଦୀର୍ଘ ଦିନ ପରେ ପୁଣି ଲୁଟେରା ଟିମ୍ ସକ୍ରିୟ ହୋଇଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/02/untitled-2025-08-02-08-48-13.png)