ହାଟଡିହି: କେନ୍ଦୁଝରଜିଲ୍ଲା ଆନନ୍ଦପୁର ଥାନା ଅଧୀନସ୍ଥ ବଞ୍ଚୋ ଛକରୁ ବିଳମ୍ୱିତ ରାତିରେ ଝରକା ଗ୍ରିଲ ଭାଙ୍ଗି ୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା,ରୂପା ଅଳଙ୍କାର ଲୁଟହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ବଞ୍ଚୋ ଛକରେ ରହୁଥିବା ମାର୍କଣ୍ଡ ଓଝାଙ୍କ ପରିବାର ଲୋକେ ଗୁରୁବାର ରାତିରେ ଖାଇପିଇ ଶୋଇଥିଲେ। ବିଳମ୍ୱିତ ରାତିରେ ଦୁର୍ବୃତ୍ତ ମାନେ ଝରକା ଗ୍ରିଲ ଭାଙ୍ଗି ଘରଭିତରେ ପସି ଗଡରେଜ ଭିତରୁ ୫ଭରିରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର, ନଗଦ ୫ ହଜାର ଟଙ୍କା ଓ ରୁପା ଅଳଙ୍କାର ଲୁଟି ନେଇଛନ୍ତି।
ବଞ୍ଚୋ ଛକରେ ରହୁଥିବା ମାର୍କଣ୍ଡ ଓଝାଙ୍କ ପରିବାର ଲୋକେ ଗୁରୁବାର ରାତିରେ ଖାଇପିଇ ଶୋଇଥିଲେ। ବିଳମ୍ୱିତ ରାତିରେ ଦୁର୍ବୃତ୍ତ ମାନେ ଝରକା ଗ୍ରିଲ ଭାଙ୍ଗି ଘରଭିତରେ ପସି ଗଡରେଜ ଭିତରୁ ୫ଭରିରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର, ନଗଦ ୫ ହଜାର ଟଙ୍କା ଓ ରୁପା ଅଳଙ୍କାର ଲୁଟି ନେଇଛନ୍ତି। ଆଜି ସକାଳୁ ଉଠିବା ବେଳକୁ କବାଟ ଭିତର ପଟୁ ବନ୍ଦ ଥିବା ଓ ଝରକା ଖୋଲାଥିବା ଦେଖିବା ପରେ ଲୁଟ୍ ସମ୍ପର୍କରେ ପରିବାର ଲୋକେ ଜାଣିଥିଲେ। ଏନେଇ ଆନନ୍ଦପୁର ଥାନାରେ ଅଭିଯୋଗ କରା ଯାଇଛି। କିଛିଦିନ ଭିତରେ ଗୋଟିଏ ପରେ ଗୋଟିଏ ଚୋରି ଘଟଣା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ପୁଲିସ୍ ଗୋଟିଏ ବି ଲୁଟର ପର୍ଦ୍ଦାଫାସ କରିପାରୁ ନଥିବାରୁ ପୁଲିସ ଉପରୁ ଲୋକେ ଆସ୍ଥା ହରାଇଛନ୍ତି।
ଆଜି ସକାଳୁ ଉଠିବା ବେଳକୁ କବାଟ ଭିତର ପଟୁ ବନ୍ଦ ଥିବା ଓ ଝରକା ଖୋଲାଥିବା ଦେଖିବା ପରେ ଲୁଟ୍ ସମ୍ପର୍କରେ ପରିବାର ଲୋକେ ଜାଣିଥିଲେ। ଏନେଇ ଆନନ୍ଦପୁର ଥାନାରେ ଅଭିଯୋଗ କରା ଯାଇଛି। କିଛିଦିନ ଭିତରେ ଗୋଟିଏ ପରେ ଗୋଟିଏ ଚୋରି ଘଟଣା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ପୁଲିସ୍ ଗୋଟିଏ ବି ଲୁଟର ପର୍ଦ୍ଦାଫାସ କରିପାରୁ ନଥିବାରୁ ପୁଲିସ ଉପରୁ ଲୋକେ ଆସ୍ଥା ହରାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/05/30/LwJuzGpCpsHTffHXUbh0.jpg)