ରାଇରଙ୍ଗପୁର: ମୟୂରଭଞ୍ଜଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା ଏସଵିଆଇ ଶାଖାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ୫ ଦୁର୍ବୃତ୍ତ। ଏହି ଘଟଣାରେ ଦୁଇ ବ୍ୟାଙ୍କ୍ କର୍ମଚାରୀ ଗୁରୁତର ହୋଇଥିବା ଜଣାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
୫ ଜଣ ବନ୍ଧୁକଧାରୀ ଦୁର୍ବୃତ୍ତ ଦୁଇ ବ୍ୟାଙ୍କ୍ କର୍ମଚାରୀଙ୍କୁ ବନ୍ଧୁକରେ ମାଡ଼ ମାରି ଗୁରୁତର ଆହତ କରିଛନ୍ତି। ସେଥିରେ ଦୁଇ ବ୍ୟାଙ୍କ୍ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ବ୍ୟାଙ୍କ ରୁ ଲକ୍ଷାଧିକ ଟଙ୍କା ଲୁଟିବା ପରେ କର୍ମଚାରୀ ଓ ବ୍ୟାଙ୍କ ଭିତରେ ଥିବା ୧୮ ଜଣ ଗ୍ରାହକଙ୍କୁ ବାହାର ପଟୁ ତାଲା ମାରି ଫେରାର ହୋଇଯାଇଥିଲେ। ଘଟଣା ଘଟାଇବା ପରେ ବ୍ୟାଙ୍କ୍ ରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡ ଡିସ୍କ ମଧ୍ୟ ନେଇ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟକୁ ଫେରାର ହୋଇଯାଇଛନ୍ତି। ଉକ୍ତ ଘଟଣା ପ୍ରାୟ ସକାଳ ୧୦.୧୫ ମିନିଟ୍ ସମୟରେ ଘଟିଛି। ତେବେ ସେହି ସମୟରେ ବ୍ୟାଙ୍କ୍ ରେ କୌଣସି ସିକ୍ୟୁରିଟି ଗାର୍ଡ ନଥିବା ସୂଚନା ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/02/20/HztF09Njw1yJEONhJvLZ.jpg)