ସୁନ୍ଦରଗଡ଼: ସଟର କାଟି ଏସ ବି ଆଇ ଗ୍ରାହକ ସେବା କେନ୍ଦ୍ରରୁ ଲୁଟ୍। ଧରୁଆଡିହି ଥାନା ବିରବିରାରେ ଏହି ଲୁଟ୍ ହୋଇଥିବା ସୂଚନା ମିଳିଛି। ରାତିରେ କେହି ଦୁର୍ବୃତ୍ତ ଗ୍ୟାସ କଟର ସାହାଯ୍ୟରେ ସଟରର ତାଲା କାଟି ନଗଦ ୮୦ ହଜାର ଓ ଲାପଟପ ଲୁଟ କରି ନେଇଥିବା ବେଳେ ସିସିଟିଭି କ୍ୟାମେରା ଓ ହାର୍ଡ ଡିସ୍କ କାଢ଼ି ନେଇଛନ୍ତି ଦୁର୍ବୃତ୍ତ। ପ୍ରଥମେ ବାହାରେ ଜଳୁଥିବା ଲାଇଟକୁ ବାହାର କରି ଦେଲା ପରେ ଲୁଟ୍ କରିଛନ୍ତି ଦୁର୍ବୃତ୍ତ।
ସେବା କେନ୍ଦ୍ରଟି ବିରବିରାର ଶିଖା ନାଏକଙ୍କ ନାଁରେ ରହିଥିବା ବେଳେ ତାଙ୍କ ବାପା ତରଣୀସେନ ନାଏକ ସମସ୍ତ କାରବାର ବୁଝାବୁଝି କରନ୍ତି। ଗତକାଲି ସେ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା କାଢ଼ି ଆଣିଥିଲେ। କାରବାର ପରେ ୮୦ ହଜାର ଟଙ୍କା ବଳି ଥିଲା। ସବୁ ଦିନ ଭଳି କାଲି ମଧ୍ୟ ବଳକା ନଗଦ ଟଙ୍କା କ୍ୟାସ କାଉଣ୍ଟରରେ ଛାଡ଼ି ସେବା କେନ୍ଦ୍ର ବନ୍ଦ କରି ଘରକୁ ଯାଇଥିଲେ। ହେଲେ ଆଜି ସକାଳେ ଆସି ଦେଖିବାରୁ ରାତିରେ କେହି ଦୁର୍ବୃତ୍ତ ସେବା କେନ୍ଦ୍ରରେ କଳାକନା ବୁଲାଇଦେଇଛନ୍ତି। ପୁଲିସକୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି ।
ଏହି ସେବା କେନ୍ଦ୍ରଟି ବିରବିରାର ଶିଖା ନାଏକଙ୍କ ନାଁରେ ରହିଥିବା ବେଳେ ତାଙ୍କ ବାପା ତରଣୀସେନ ନାଏକ ସମସ୍ତ କାରବାର ବୁଝାବୁଝି କରନ୍ତି। ଗତକାଲି ସେ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା କାଢ଼ି ଆଣିଥିଲେ। କାରବାର ପରେ ୮୦ ହଜାର ଟଙ୍କା ବଳି ଥିଲା। ସବୁ ଦିନ ଭଳି କାଲି ମଧ୍ୟ ବଳକା ନଗଦ ଟଙ୍କା କ୍ୟାସ କାଉଣ୍ଟରରେ ଛାଡ଼ି ସେବା କେନ୍ଦ୍ର ବନ୍ଦ କରି ଘରକୁ ଯାଇଥିଲେ। ହେଲେ ଆଜି ସକାଳେ ଆସି ଦେଖିବାରୁ ରାତିରେ କେହି ଦୁର୍ବୃତ୍ତ ସେବା କେନ୍ଦ୍ରରେ କଳାକନା ବୁଲାଇଦେଇଛନ୍ତି। ପୁଲିସକୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/26/TJJEROGVCmsaf7uhiHwy.jpg)