ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ସ୍ଥିତ ସରକାରୀ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ କାଉଣ୍ଟରରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ମଦ ଲୁଟିନେଇଛନ୍ତି ଦୁର୍ବୃତ୍ତ l ଏନେଇ କାଉଣ୍ଟର ମାଲିକ ସର୍ବେଶ୍ୱର ଦାସଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ବୈଶିଙ୍ଗା ପୁଲିସ l 

Advertisment

ପ୍ରାପ୍ତ ସୂଚନା ଅନୁଯାଇ, ଶୁକ୍ରବାର ରାତି ସ୍ୱାଭାବିକ ଭାବେ ଡ୍ୟୁଟି ସାରି ମ୍ୟାନେଜର ଓ କର୍ମଚାରୀମାନେ କାଉଣ୍ଟର ବନ୍ଦ କରି ତାଲା ପକାଇ ଘରକୁ ଯାଇଥିଲେ l ହେଲେ ଶନିବାର ସକାଳେ ସ୍ଥାନୀୟ ଲୋକ ଶୌଚ ହେବାକୁ ଯାଇ ଦେଖିବାକୁ ପାଇଥିଲେ କି କାଉଣ୍ଟର ସମ୍ମୁଖ ଲୁହା ଗ୍ରିଲ ଓ ଲୁହା ସଟରରେ ପଡ଼ିଥିବା ସମସ୍ତ ତାଲା କଟାଯାଇ ଗ୍ରିଲ ଓ ଲୁହା ସଟର ତାଡି ଦିଆଯାଇଛି ଓ ସଙ୍ଗେ ସଙ୍ଗେ ସ୍ଥାନୀୟଲୋକ କାଉଣ୍ଟର ମାଲିକଙ୍କୁ ଖବର ଦେଇଥିଲେ l ଖବରପାଇ କାଉଣ୍ଟର ମାଲିକ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଚୋରି ହୋଇଥିବାର ଦେଖି ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ। ଏନେଇ ବୈଶିଙ୍ଗା ପୁଲିସ  ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ସାରି ଫେରିବାପରେ କାଉଣ୍ଟର ମାଲିକ ଏକ ଲିଖିତ ଅଭିଯୋଗକ୍ରମେ ଏକ ମାମଲା ରୁଜୁ କରିଛନ୍ତି ।

ଶୁକ୍ରବାର ରାତି ସ୍ୱାଭାବିକ ଭାବେ ଡ୍ୟୁଟି ସାରି ମ୍ୟାନେଜର ଓ କର୍ମଚାରୀମାନେ କାଉଣ୍ଟର ବନ୍ଦ କରି ତାଲା ପକାଇ ଘରକୁ ଯାଇଥିଲେ l ହେଲେ ଶନିବାର ସକାଳେ ସ୍ଥାନୀୟ ଲୋକ ଶୌଚ ହେବାକୁ ଯାଇ ଦେଖିବାକୁ ପାଇଥିଲେ କି କାଉଣ୍ଟର ସମ୍ମୁଖ ଲୁହା ଗ୍ରିଲ ଓ ଲୁହା ସଟରରେ ପଡ଼ିଥିବା ସମସ୍ତ ତାଲା କଟାଯାଇ ଗ୍ରିଲ ଓ ଲୁହା ସଟର ତାଡି ଦିଆଯାଇଛି ଓ ସଙ୍ଗେ ସଙ୍ଗେ ସ୍ଥାନୀୟଲୋକ କାଉଣ୍ଟର ମାଲିକଙ୍କୁ ଖବର ଦେଇଥିଲେ l ଖବରପାଇ କାଉଣ୍ଟର ମାଲିକ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଚୋରି ହୋଇଥିବାର ଦେଖି ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ। ଏନେଇ ବୈଶିଙ୍ଗା ପୁଲିସ  ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ସାରି ଫେରିବାପରେ କାଉଣ୍ଟର ମାଲିକ ଏକ ଲିଖିତ ଅଭିଯୋଗକ୍ରମେ ଏକ ମାମଲା ରୁଜୁ କରିଛନ୍ତି ।

ଲାଇସେନ୍ସଧାରୀ ସର୍ବେଶ୍ୱର ଦାସଙ୍କ ସୂଚନା ମୁତାବକ, ଚୋରମାନେ ପ୍ରଥମେ ସିସି କ୍ୟାମେରା ସଂଯୋଗ କାଟି ଅଚଳ କରିବାପରେ ଭିଡିଓ କଏଦ ହୋଇଥିବା ହାର୍ଡଡିସ୍କ ମଧ୍ୟ ନେଇଯାଇଛନ୍ତି । ସେହିଭଳି ୬୦ପେଟିରୁ ଊର୍ଦ୍ଧ୍ୱ ମଦ ଯାହାର ଆନୁମାନିକ ମୂଲ୍ୟ ୯ଲକ୍ଷରୁ ଅଧିକ ଟଙ୍କା ହେବ ସେସବୁ ଚୋରି କରିନେଇଛନ୍ତି । ତେବେ ପାରିପାର୍ଶ୍ଵିକ ସ୍ଥିତିରୁ ପିକଅପ ଭ୍ୟାନ କିମ୍ବା ଅନ୍ୟ କୌଣସି ମାଲବାହୀ ଗାଡ଼ି ଯୋଗେ ଏକାଧିକ ଚୋର ଏହି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି । ତେବେ ଆଜି ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁରକୁ ନେଇ ତଦନ୍ତକୁ ତ୍ୱରାନ୍ୱିତ କରାଯିବା ନେଇ ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସ ସୂଚନା ଦେଇଛନ୍ତି ।

crime