ବନ୍ଧୁଗାଁ: କୋରାପୁଟଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲମଣ୍ଡା ପଞ୍ଚାୟତ ଆନ୍ଧ୍ର ଓ ଓଡ଼ିଶା ସୀମାନ୍ତ ଚିଡିବାଲସା ଗାଁରେ ଦୁଇ ଜଣ ସମାନ ବଂଶର ପ୍ରେମୀଯୁଗଳଙ୍କୁ ଗାଁ ଦାଣ୍ଡରେ ଲଙ୍ଗଳ ବୁଲାଇଛନ୍ତି। ଚଳିତ ବର୍ଷ ରାୟଗଡ଼ା କଞ୍ଜାମଯୋଡ଼ି, କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ପେଦା ଇଟିକି ଏବେ ବନ୍ଧୁଗାଁ ବ୍ଲକ ଆଲମଣ୍ଡା ଚିଡିବାଲସା ଗାଁରେ ସମାନ ଦୃଶ୍ୟ ନିଜ ବଂଶ ବା (କୁଳ)ର ପ୍ରେମୀଯୁଗଳ ଅର୍ଥାତ ସମ୍ପର୍କୀୟ ଭାଇ ଭଉଣୀ ଵିଵାହ ପାଇଁ ପୁଅ ଘରକୁ ଚାଲି ଆସିଥିଲେ।
ଆଦିବାସୀଙ୍କ ପରମ୍ପରା ଅନୁଯାୟୀ ରବିବାର ସକାଳ ୯ ଘଣ୍ଟା ସମୟରେ ଗାଁର ମୁଖିଆ ଜାନି, ଦୁଶାରି ଓ ଗାଁ ମୁଖିଆ ସବୁ ଉପସ୍ଥିତ ରହି , ପ୍ରେମୀ ଯୁଗଳ ବଂଶ ଅନୁଯାୟୀ ଵିଵାହ କରି ପରମ୍ପରା ଭାଙ୍ଗିଥିବାରୁ ଗାଁ ଦାଣ୍ଡରେ ଥିବା ବେରମମଣ୍ଡାରେ ହଳ ଲଙ୍ଗଳ ଯୁଆଳି ସ୍ବାମୀ ସ୍ତ୍ରୀଙ୍କୁ ଟଣାଇ ଦଣ୍ଡ ଦେଇଥାନ୍ତି। ଆଜି ଦିନରୁ ପ୍ରେମୀ ଯୁଗଳ ଘରେ ସ୍ବାମୀ ସ୍ତ୍ରୀ ହୋଇ ରହି ପାରିବେ। ଗୋରୁ ଗାଈଙ୍କ ପରି ହୋଇ ଥିବାରୁ ଏକା ବଂଶର ଭାଇ ଭଉଣୀ ବିବାହ କରିଥିବାରୁ ଗାଁର ଅନ୍ୟମାନେ ଶିକ୍ଷାଲାଭ କରିବା ସହିତ ଭବିଷ୍ୟତରେ ଆଉ ଏହି ପ୍ରକାର ଭୁଲ ନ କରିବା ପାଇଁ କରାଯାଉଥିବା ଜାଣିବାକୁ ମିଳିଛି। ଏହି ଗାଁର ପରମ୍ପରା ଅନୁଯାୟୀ ସ୍ବାମୀ ଜଣେ ଲଙ୍ଗଳ ଯୁଆଳି ଟାଣିବ ଓ ସ୍ତ୍ରୀ ଲଙ୍ଗଳକୁ ଧରି ତିନି ଥର ବୁଲାଇଛନ୍ତି। ଉଭାୟଙ୍କ ଭୁଲ ପାଇଁ ଗାଁକୁ ଆଦିବାସୀ ନିୟମ ଅନୁସାରେ ଏକ ଡବା ମଦ ଓ ଗାଈ ଦେବାକୁ କୁହାଯାଇଛି।
ଆଦିବାସୀଙ୍କ ପରମ୍ପରା ଅନୁଯାୟୀ ରବିବାର ସକାଳ ୯ ଘଣ୍ଟା ସମୟରେ ଗାଁର ମୁଖିଆ ଜାନି, ଦୁଶାରି ଓ ଗାଁ ମୁଖିଆ ସବୁ ଉପସ୍ଥିତ ରହି , ପ୍ରେମୀ ଯୁଗଳ ବଂଶ ଅନୁଯାୟୀ ଵିଵାହ କରି ପରମ୍ପରା ଭାଙ୍ଗିଥିବାରୁ ଗାଁ ଦାଣ୍ଡରେ ଥିବା ବେରମମଣ୍ଡାରେ ହଳ ଲଙ୍ଗଳ ଯୁଆଳି ସ୍ବାମୀ ସ୍ତ୍ରୀଙ୍କୁ ଟଣାଇ ଦଣ୍ଡ ଦେଇଥାନ୍ତି। ଆଜି ଦିନରୁ ପ୍ରେମୀ ଯୁଗଳ ଘରେ ସ୍ବାମୀ ସ୍ତ୍ରୀ ହୋଇ ରହି ପାରିବେ। ଗୋରୁ ଗାଈଙ୍କ ପରି ହୋଇ ଥିବାରୁ ଏକା ବଂଶର ଭାଇ ଭଉଣୀ ବିବାହ କରିଥିବାରୁ ଗାଁର ଅନ୍ୟମାନେ ଶିକ୍ଷାଲାଭ କରିବା ସହିତ ଭବିଷ୍ୟତରେ ଆଉ ଏହି ପ୍ରକାର ଭୁଲ ନ କରିବା ପାଇଁ କରାଯାଉଥିବା ଜାଣିବାକୁ ମିଳିଛି। ଏହି ଗାଁର ପରମ୍ପରା ଅନୁଯାୟୀ ସ୍ବାମୀ ଜଣେ ଲଙ୍ଗଳ ଯୁଆଳି ଟାଣିବ ଓ ସ୍ତ୍ରୀ ଲଙ୍ଗଳକୁ ଧରି ତିନି ଥର ବୁଲାଇଛନ୍ତି। ଉଭାୟଙ୍କ ଭୁଲ ପାଇଁ ଗାଁକୁ ଆଦିବାସୀ ନିୟମ ଅନୁସାରେ ଏକ ଡବା ମଦ ଓ ଗାଈ ଦେବାକୁ କୁହାଯାଇଛି। ପରମ୍ପରା ଅନୁଯାୟୀ ପ୍ରେମୀ ଯୁଗଳଙ୍କୁ ଦଣ୍ଡ ରହିଛି କିନ୍ତୁ ନିଜ ସମାଜର ବର୍ତ୍ତମାନର ପୀଢ଼ି ଶିକ୍ଷା ଲାଭ କରିବା ଏହା କଣ ବାର୍ତ୍ତା ଦେଉଛି। ଆଜି ମଧ୍ୟ ଆମେ ଅନ୍ଧବିଶ୍ବାସ କରି ଆଇନକୁ ହାତକୁ ନେବା ଠିକ ନୁହେଁ। ପ୍ରେମିକା ଜଣକ ପେଦାଅଲୋଡ଼ା ଗାଁର ମେରି କଲେକା ହୋଇଥିବା ବେଳେ ପ୍ରେମିକ ଚିଡିବାଲସାର ସୀତାରାମ କଲେକା ।