ଲକ୍ଷ୍ନୌ: ଆଇପିଏଲର ନୂଆ ଦଳ ଲକ୍ଷ୍ନୌ ସୁପର୍ ଜିଆଣ୍ଟ(ଏଲଏସଜି) ସୋମବାର ୨୦୨୨ ଆଇପିଏଲ୍ ପାଇଁ ଏହାର ଲୋଗୋ ଉନ୍ମୋଚିତ କରି ଦେଇଛି। ଏହି ଲୋଗୋରେ ଏକ ପକ୍ଷୀର ଡେଣା ସହ ଭାରତୀୟ ଜାତୀୟ ପତାକାର ୩ଟି ରଙ୍ଗ, ନୀଳ ରଙ୍ଗର ବ୍ୟାଟ୍ ଓ ନାଲି ରଙ୍ଗର ବଲ୍ ଅଛି।
ଲକ୍ଷ୍ନୌ ସୁପର୍ ଜିଆଣ୍ଟ ନୂଆ ଲୋଗୋ ବିଷୟରେ ବାର୍ତ୍ତା ଜାରି କରି କହିଛି, ରକ୍ଷାକର୍ତ୍ତା ଭାବେ ଜଣାଯାଉଥିବା ପୌରାଣିକ ପକ୍ଷୀ ଗରୁଡ ଯିଏକି ନିଜ ଶକ୍ତି ବଳରେ ନିଜକୁ ରକ୍ଷା କରି ଆଗକୁ ବଢିଥାଏ, ଦଳକୁ ଆଗକୁ ବଢିବାକୁ ପ୍ରେରଣା ସୃଷ୍ଟି କରିବ । ଗରୁଡ ଆମ ସଂସ୍କୃତି ଓ ଉପସଂସ୍କୃତି ସର୍ବତ୍ର ବିଦ୍ୟମାନ ଅଛି।
/sambad/media/post_attachments/wp-content/uploads/2022/01/a28c0.jpg)
ଡେଣାରେ ରହିଥିବା ତ୍ରିରଙ୍ଗା ଅର୍ଥ ଲକ୍ଷ୍ନୌ ସୁପର୍ ଜିଆଣ୍ଟ୍ ସମଗ୍ର ଭାରତକୁ ପ୍ରତିନିଧିତ୍ଵ କରୁଛି ବୋଲି ଏଲଏସଜି କହିଛି। ପକ୍ଷୀର ଶରୀର ନୀଳ ରଙ୍ଗର ବ୍ୟାଟ୍ ଦ୍ଵାରା କରାହୋଇଛି ଯାହା କ୍ରିକେଟ୍ ଖେଳକୁ ସୂଚାଉଛି। ଏଲଏସଜି ପୁଣି କହିଛି, ଲୋଗୋରେ ଏକ ନାଲି ରଙ୍ଗର ବଲ୍ ମଧ୍ୟ ଅଛି। ଏହା ପବିତ୍ର ‘ଜୟ ତିଳକ’କୁ ସୂଚାଉଛି । ମୋଟାମୋଟି ଦେଖିବାକୁ ଗଲେ ଏହି ଲୋଗୋ ସଫଳତା ପାଇଁ ଆଗକୁ ଆଗକୁ ବଢିବାର ସକରାତ୍ମକ ଉର୍ଜା ପ୍ରଦାନ କରୁଛି।
ଲୋକେଶ ରାହୁଲ ଲକ୍ଷ୍ନୌ ସୁପର୍ ଜିଆଣ୍ଟର ଅଧିନାୟକ ମନୋନୀତ ହୋଇଛନ୍ତି। ତାଙ୍କୁ ୧୭ କୋଟି ଟଙ୍କାରେ ଏଲଏସଜି କିଣିଛି। ଆଣ୍ଡି ଫ୍ଲାଓ୍ଵାର୍ ଦଳର କୋଚ୍ ଓ ପୂର୍ବତନ ଭାରତୀୟ ବ୍ୟାଟର୍ ଗୌତମ ଗମ୍ଭୀର ଦଳର ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/cc275.jpg)