ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ: ରାଂଚିର ସହଜ ବିଜୟ, ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଲା ଜାମସେଦପୁର

ବୀରମହାରାଜପୁର: ଝାଡ଼ଖଣ୍ଡର ଜାମସେଦପୁର (ଟାଟା)କୁ ପରାସ୍ତ କରି ଦକ୍ଷିଣ-ପୂର୍ବ ରେଳବାଇ ରାଂଚି ସେମିଫାଇନାଲରେ ପ୍ରବେଶ କରିଛି। ସୁବର୍ଣ୍ଣପୁର ଜିଲ୍ଲାର ବୀରମହରାଜପୁର ବ୍ଲକ ଲୁତୁରପଙ୍କ ଠାରେ ୨୩ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୬ଷ୍ଠ ଦିନ ଗୁରୁବାର ‘ପୁଲ-ବି’ର ଦ୍ୱିତୀୟ ମୁକାବିଲାରେ ରାଂଚି ଟସ୍‌ ଜିଣି ପ୍ରଥମେ ଟି-୨୦ ଫର୍ମାଟରେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ ହରାଇ ୧୫୦ ରନ କରିଥିଲା। ଜିତେନ୍ଦର କୁମାର ସର୍ବାଧିକ ୪୩ ରନ ଓ ସୁରଜ ଯାଦବ ୩୬ ରନ ବ୍ୟକ୍ତିଗତ ସ୍କୋର କରିଥିଲେ। ଜାମସେଦପୁର ଖେଳାଳି ଋତିରାଜ ରାଜୁଙ୍କୁ ସର୍ବାଧିକ ୪ଟି ଓ୍ଵିକେଟ ମିଳିଥିବା ବେଳେ ଶିଭମ୍‌ ଏବଂ ରାଜା ୨-୨ ଓ୍ଵିକେଟ ନେଇଥିଲେ। ଜବାବରେ ଜାମସେଦପୁର ୧୪.୧ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୬୭ ରନ୍‌ କରି ୮୩ ରନ୍‌ରେ ହାରିଥିଲା।

ଟୁର୍ଣ୍ଣାମେଣ୍ଟର ୭ମ ମ୍ୟାଚ୍‌: ଡିସେମ୍ବର ୨୮ (ଶୁକ୍ରବାର)

ଦକ୍ଷିଣ-ପୂର୍ବ ରେଳବାଇ, ରାଂଚି
ବନାମ
ଆର.ଓ୍ଵାଇ.ସି.ସି, ରାଉରକେଲା

ଅନ୍ୟ ମ୍ୟାଚ ‘ଟି-୧୦’ ଫର୍ମାଟରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ ହରାଇ ୯୬ ରନ କରିଥିଲା। ନଭନୀତ ଝା ସର୍ବାଧିକ ୩୭ ରନ କରିଥିଲେ। ଜବାବରେ ଜାମସେଦପୁର ୧୦ ଓଭରରେ ୭ ଓ୍ଵିକେଟ ହରାଇ ୭୬ ରନ କରିଥିଲା। ରାଂଚି ଟିମ୍‌ର ନିରଂଜନଙ୍କୁ ୩ଟି ଏବଂ ନଭନୀତଙ୍କୁ ୨ଟି ଓ୍ଵିକେଟ ମିଳିଥିଲା। ଦ୍ୱିତୀୟ ମ୍ୟାଚରେ ଜାମସେଦପୁର ୨୦ ରନରେ ପରାସ୍ତ ହୋଇଥିଲା। ରାଂଚି ଠାରୁ ପରାସ୍ତ ହେବା ପରେ ଜାମସେଦପୁର ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି।

ମ୍ୟାଚ୍‌ ପରେ ପିତାମ୍ବର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସମାରୋହରେ ମୁଖ୍ୟ ଅତିଥି ସମାଜସେବୀ ପ୍ରଦୀପ ସେଠୀ ରାଂଚିର ନଭନୀତ ଝାଙ୍କୁ ‘ଏଣ୍ଟରଟେନ ପ୍ଲେୟାର ଅଫ୍‌ ଦ ମ୍ୟାଚ’ ଏବଂ ଜିତେନ୍ଦର କୁମାରଙ୍କୁ ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ପୁରସ୍କାର ପ୍ରଦାନ କରିଥିଲେ। ସମାରୋହରେ ଶିକ୍ଷାବିଦ୍‌ ଦିଲୀପ ଚାନ୍ଦ, ସୋନପୁର ପ୍ରଜ୍ଞାଭାରତୀ ଆବାସିକ ଶିକ୍ଷାନିକେତନ ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ ପୂଜାହାରୀ, ସାମାଜିକ ସଂଗଠନ ‘ପ୍ରୟାସ’ର ସଭାପତି ରାଧେଶ୍ୟାମ ମିଶ୍ର ସମ୍ମାନୀତ ଅତିଥି ଥିଲେ।

ସମ୍ବନ୍ଧିତ ଖବର