୨୦ଟଙ୍କା ଚୋରାଇବା ଅପରାଧରେ ଏହି ବ୍ୟକ୍ତିଙ୍କୁ ୪୧ ବର୍ଷ ପରେ ମିଳିଲା ନ୍ୟାୟ, ନିର୍ଦ୍ଦୋଷରେ ହେଲେ ଖଲାସ

ଭୋପାଳ: ମଧ୍ୟପ୍ରଦେଶର ଗ୍ଵାଲିୟରରେ ୨୦ଟଙ୍କା ଚୋରି କରିଥିବା ମାମଲାରେ ଜଣେ ବ୍ୟକ୍ତିକୁ ୪୧ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ଗ୍ଵାଲିୟରରେ ଆୟୋଜିତ ଏକ ଲୋକ ଅଦାଲତରେ ଅଭିଯୁକ୍ତ ଇସ୍ମାଇଲ ଖାନ୍‌କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ଏହି ମାମଲାକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଚୋର ଧରିଛି।

ଗ୍ଵାଲିୟରର ଲୋକ ଅଦାଲତର ଜଣେ ଅଧିକାରୀଙ୍କ କହିବାନୁସାରେ,  ଇସ୍ମାଇଲ ଖାନ୍‌ ଭବିଷ୍ୟତରେ କେବେବି ଅପରାଧିକ ମାମଲାରେ ଲିପ୍ତ ନହେବା ପାଇଁ ଶପଥ ନେବା ପରେ ବିଚାରପତି ଅନିଲ କୁମାର ନାମଦେବ ଅଭିଯୁକ୍ତକୁ ଦୋଷମୁକ୍ତ କରିଛନ୍ତି।।

ଏହି ମାମଲାରେ ୬୧ବର୍ଷୀୟ ଅଭିଯୋଗକାରୀଙ୍କ କହିବାନୁସାରେ, ୧୯୭୮ ମସିହାରେ ବସ୍‌ ଟିକେଟ କିଣିବା ସମୟରେ ଇସ୍ମାଇଲ ଖାନ୍‌ (୬୮) ପକେଟରୁ ୨୦ଟଙ୍କା ଚୋରି କରି ନେଇଥିଲା। ଯାହାପରେ ମୁଁ ଖାନ୍‌ ବିରୋଧରେ ମାମଲା ରୁଜୁ କରିଥିଲି। ତାକୁ କିଛି ଦିନ ପରେ ଜାମିନ୍‌ ମିଳି ଯାଇଥିଲା । କିନ୍ତୁ ଶୁଣାଣି ପାଇଁ ଖାନ୍‌କୁ ଅଦାଲତ ଆସିବାକୁ ପଡ଼ିଥାଏ। କିନ୍ତୁ ୨୦୦୪ରେ ସେ ଅଦାଲତ ଆସିବା ବନ୍ଦ କରି ଦେଇଥିଲା। ଏହାପରେ ଓ୍ଵାରେଣ୍ଟ ଘୋଷଣା କରାଯାଇଥିଲା। ୨୦୧୯ ଏପ୍ରିଲରେ ଇସ୍ମାଇଲକୁ ଗିରଫ କରାଯାଇଥିଲା। ଗତ ୩ମାସ ହେବ ସେ ଜେଲରେ ଥିଲା।

ଇସ୍ମାଇଲ ଖାନ୍‌ର ପରିବାରରେ କେହି ହେଲେ ନାହାନ୍ତି। ତାର ଆର୍ଥିକସ୍ଥିତି ବି ବହୁ ଖରାପ ରହିଛି। ଏମିତି କି ତାର ଜାମିନ୍‌ ପାଇଁ ଆବେଦନ କରିବାକୁ ବି ଅର୍ଥ ନଥିଲା। ଅଦଲାତ ଶୁଣାଣି ପାଇଁ ଆମ ଦୁହିଁଙ୍କୁ ଡକାଇଥିଲେ। ଏହାପରେ ଇସ୍ମାଇଲ୍‌କୁ ନିର୍ଦ୍ଦୋଷରେ ଖଲାସ କରି ଦେଇଥିଲେ।

ସମ୍ବନ୍ଧିତ ଖବର