୧୫୦୦ ଲୋକଙ୍କ ପାଇଁ ଭୋଜି ଆୟୋଜନ କରିଥିବା ପତି-ପତ୍ନୀଙ୍କ ସମେତ ୧୨ କରୋନା ପିଜିଟିଭ୍‌ ଚିହ୍ନଟ

ମୋରେନା: ଦୁବାଇରୁ ଫେରି ନିଜ ମାଆଙ୍କ ଅନ୍ତେଷ୍ଟି କ୍ରିୟା ସକାଶେ ୧୫୦୦ ଲୋକଙ୍କ ପାଇଁ ଭୋଜିର ଆୟୋଜନ କରିଥିବା ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ଓ ତାଙ୍କ ପରିବାରର ସମୁଦାୟ ୧୧ ଜଣଙ୍କ ରିପୋର୍ଟରୁ କରୋନା ପଜିଟିଭ୍‌ ବାହାରିଛି। ସେ ଭୋଜି ଆୟୋଜନ କରିବାର ଦିନକ ପରେ ତାଙ୍କ ପରିବାର ଲୋକ କରୋନାର ଶିକାର ହୋଇଥିବା ସୂଚନା ରହିଛି। ଏହି ଭୋଜି ପରେ ଆଞ୍ଚଳିକ କର୍ତ୍ତୃପକ୍ଷ ସଂପୃକ୍ତ କଲୋନିକୁ ସିଲ୍‌ କରି ଦେଇଛନ୍ତି।

ବ୍ୟକ୍ତିଙ୍କର ନାମ ସୁରେଶ। ସେ ଦୁବାଇରେ ଜଣେ ଓଏଟର୍‌ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ମାଆଙ୍କ ମୃତ୍ୟୁ ଘଟିବାରୁ ଶେଷକୃତ୍ୟ କରିବାକୁ ମାର୍ଚ ୧୭ ତାରିଖ ଦିନ ସେ ଆସି ଭାରତରେ ପହଞ୍ଚିଥିଲେ। ମାର୍ଚ ୨୦ ତାରିଖରେ ସେ ଦଶ ଭୋଜିର ଆୟୋଜନ କରିଥିଲେ। ସେହି ଭ‌ୋଜିରେ ପ୍ରାୟ ୧୫୦୦ ଲୋକ ଉପସ୍ଥିିତ ରହି ଭୋଜନ ଗ୍ରହଣ କରିଥିଲେ।

ମାର୍ଚ ୨୫ ତାରିଖରେ ସୁରେଶଙ୍କ ଭିତରେ କରୋନା ଭାଇରସ୍‌ ଲକ୍ଷଣ ଦେଖିବାକୁ ମିଳିଲା। ଚାରି ଦିନ ପରେ ସେ ପରୀକ୍ଷା ପାଇଁ ହସ୍ପିଟାଲ୍‌ ଗଲେ। ହସ୍ପିଟାଲ୍‌ରେ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଗଲା। ଗୁରୁବାର ତାଙ୍କ ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିିଛି।

ପୁଲିସ୍‌ ଏହି ପତି-ପତ୍ନୀଙ୍କ ସଂସ୍ପର୍ଶରେ ଆସିଥିବା ଆହୁରି ୨୩ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଇବା ପରେ ୧୦ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଏହି ୧୦ ଜଣଙ୍କ ମଧ୍ୟରୁ ୮ ଜଣ ହେଉଛନ୍ତି ମହିଳା। ସମୁଦାୟ ୧୨ ଜଣ ଆକ୍ରାନ୍ତଙ୍କୁ ହସ୍ପିଟାଲ୍‌ରେ କ୍ବାରାଣ୍ଟାଇନ୍‌ରେ ରଖାଯିବା ପରେ ନେଗେଟିଭ୍‌ ରିପୋର୍ଟ ବାହାରିଥିବା ଲୋକମାନଙ୍କୁ ୧୪ ଦିନ ପାଇଁ ଆଇସୋଲେସନ୍‌ରେ ରଖାଯାଇଛି।

ସମ୍ବନ୍ଧିତ ଖବର