ଚେନ୍ନାଇ : ତାମିଲନାଡୁର ଭେଲୋର ଲୋକସଭା ଆସନରେ ନିର୍ବାଚନ ସ୍ଥଗିତ ରଖିବାକୁ ନିର୍ବାଚନ ଆୟୋଗ ନେଇଥିବା ନିଷ୍ପତ୍ତିକୁ ମାଡ୍ରାସ ହାଇକୋର୍ଟ କାଏମ ରଖିଛନ୍ତି । ଜଷ୍ଟିସ ଏସ.ମଣିକୁମାର ଓ ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କରେ ଏଆଇଡିଏମକେ ମେଣ୍ଟ ପକ୍ଷରୁ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ।
ଏହି ନିର୍ବାଚନ ମଣ୍ଡଳୀରୁ ବିପୁଳ ପରିମାଣର ନଗଦ ଅର୍ଥ ଜବତ ହେବା ପରେ ଗତକାଲି ନିର୍ବାଚନ ଆୟୋଗ ଏଠାରେ ୧୮ ତାରିଖରେ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖିଥିଲେ । କେତେକ ରାଜନୈତିକ ଦଳଗୁଡ଼ିକର ନିର୍ଦ୍ଦିଷ୍ଟ ପ୍ରାର୍ଥୀ, ସଦସ୍ୟ ଓ କର୍ମୀମାନଙ୍କ ଯୋଗୁଁ ଭେଲୋରରେ ଭୋଟ୍ ଗ୍ରହଣ ବନ୍ଦ କରାଯାଇଥିବା ବିଷୟରେ ରାଷ୍ଟ୍ରପତି ସନ୍ତୁଷ୍ଟ ଥିବା କଥା ନିର୍ବାଚନ କମିସନ୍ କହିଥିଲେ ।
ଗତ ସପ୍ତାହରେ ଆୟକର ଅଧିକାରୀମାନେ ଗୋଟିଏ ଗୋଦାମ ଘରୁ ନଗଦ ୧୧ କୋଟି ଟଙ୍କା ଜବତ କରିଥିଲେ। ଏହା ଡିଏମ୍କେ ନେତା ପୁଞ୍ଜୋଲାଇ ଶ୍ରୀନିବାସନଙ୍କର ବୋଲି କୁହାଯାଉଛି। ଦଳର କୋଷାଧ୍ୟକ୍ଷ ଦୁରାଇ ମୁରୁଗାନଙ୍କର ଅତି ନିକଟତମ ବ୍ୟକ୍ତି ହେଉଛନ୍ତି ଶ୍ରୀନିବାସନ୍। ଟଙ୍କା କେଉଁଠୁ ଆସିଲା ସେ ସଂକ୍ରାନ୍ତରେ ଅଧିକାରୀମାନେ ତଦନ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/MADRAS_HIGH_COURT_EPS1144.jpg)