ମହାରାଷ୍ଟ୍ରରେ ଶିବସେନା ଓ ବିଜେପି ସହ ଟକ୍କର ଦେବ ମହାଗଠବନ୍ଧନ !

ମୁମ୍ବାଇ: ଲୋକସଭା ନିର୍ବାଚନରେ ବିରୋଧୀ ଦଳଙ୍କର ହାର ପରେ ଏବେ ମହାରାଷ୍ଟ୍ରରେ ବିରୋଧୀ ଦଳମାନେ ମହାଗଠବନ୍ଧନ କରିବାକୁ ଚାଁହୁଛନ୍ତି | ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏକା ସାଥିରେ ନିର୍ବାଚନ ଲଢ଼ିବାକୁ ବିରୋଧୀ ଦଳମାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି |

ଏହି ବର୍ଷ ଶେଷରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି | ତେବେ ବର୍ତ୍ତମାନ ପାଇଁ ମହାଗଠବନ୍ଧନର ଆକାର କିଭଳି ହେବ ତାହାକୁ ନେଇ କୌଣସି ନେତା ମୁହଁ ଖୋଲି ନାହାନ୍ତି | ଏଠାରେ ସୂଚନା ଥାଉ କି ଏବେ ଏବେ ସରିଥିବା ଲୋକସଭା ନିର୍ବାଚନରେ ବିରୋଧୀ ଦଳମାନଙ୍କୁ ଶାସନରେ ଥିବା ଶିବସେନା ଓ ବିଜେପି ମେଣ୍ଟଠାରୁ ବିପୁଳ କ୍ଷତି ସହିବାକୁ ପଡିଛି | ମହାଗଠବନ୍ଧନର ସଦସ୍ୟ ରାଜ୍ୟରେ ଖରାପ ପ୍ରଦର୍ଶନ କରିଥିବା ସହ ନୂଆ ଭାବେ ଗଠନ ହୋଇଥିବା ବହୁଜନ ଅଗାଡି ନାମକ ମହାଗଠବନ୍ଧନ ଗଠନ ହୋଇଥିଲା |

ବହୁଜନ ମହାସଂଘ ନେତା ପ୍ରକାଶ ଆମ୍ବେଦକର ଓ ଏଆଇମିଏମ ପ୍ରମୁଖ ଅସ୍ଵାଦିନ ଓ଼ବେସି ବହୁଜନ ଅଗାଡି ଗଠନ କରିଥିଲେ | ଏହି ଗଠବନ୍ଧନ ମହାରାଷ୍ଟ୍ରର ସମସ୍ତ ୪୮ ସଂସଦୀୟ ଆସନରେ ପ୍ରାର୍ଥୀ ଦେଇଥିଲା | ଅନେକ ଅଞ୍ଚଳରେ ଏହି ମହାଗଠବନ୍ଧନକୁ ଭଲ ଭୋଟ ମିଳିଥିଲା | ଏହି ଭୋଟ ହାରକୁ ଦେଖି ରାଜନୈତିକ ଦଳମାନେ ମଙ୍ଗଳବାର ଦିନ ମହାଗଠବନ୍ଧନ ବାବଦରେ ଚର୍ଚ୍ଚା କରିଛନ୍ତି | ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ଅଶୋକ ଚୌହାନ କହିଛନ୍ତି ଯେ ଲୋକସଭା ନିର୍ବାଚନରେ କଂଗ୍ରେସର ପରାଜୟ ବାବଦରେ ସମୀକ୍ଷା କରାଯାଉଛି |

ତେବେ ବିଧାନସଭା ନିର୍ବଚନରେ ଅଗାଡି ଗଠବନ୍ଧନ ସହ କୌଣସି ମେଣ୍ଟ ହେବା ନେଇ ଆଲୋଚନା ହେବ ବୋଲି କହିଛନ୍ତି| ସେ କହିଛନ୍ତି ଏହା ସେହି ଗଠବନ୍ଧନର ନେତାଙ୍କ ଉପରେ ନିର୍ଭର କରୁଛି ଯେ ସେମାନେ ଆମ ସହ ରହିବେ ନା ନାହିଁ | ଠିକ ସେହିପରି ମହାରାଷ୍ଟ୍ର କଂଗ୍ରେସର ମୁଖପାତ୍ର ରତ୍ନାକର ମହାଜନ କହିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରାଜ ଥାକରେଙ୍କ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା ବା ଅଗାଡି ସହ କୌଣସି ଗଠବନ୍ଧନ କରାଯିବ ନାହିଁ |

ସମ୍ବନ୍ଧିତ ଖବର